କରୋନା କବଳରେ ସାରା ବିଶ୍ୱ : ଆକ୍ରାନ୍ତଙ୍କ ସଂଖ୍ୟା ଛଅ ଲକ୍ଷ ପାର୍‌ , ଇଟାଲିରେ ୧୦ ହଜାର ଟପିଲା ମୃତ୍ୟୁ ସଂଖ୍ୟା

Published By : Prameya-News7 Bureau | March 29, 2020 IST

ନୂଆଦିଲ୍ଲୀ ୨୯।୦୩ : ସାରାବିଶ୍ୱରେ ହୁ ହୁ ହୋଇ ବଢିଚାଲିଛି କରୋନ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ସାରା ବିଶ୍ବରେ ୩୦ ହଜାର ୮୪୫ଶହ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ  ୬୨ହଜାର ୬୭୪କୁ ବୃଦ୍ଧି ପାଇଛି ।

କରୋନା ଭାଇରସରେ ଆମେରିକାରେ ସର୍ବାଧିକ ୧ ଲକ୍ଷ ୨୩ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହେଲେଣି ।  ସେଠାରେ ଏବେ ସୁଦ୍ଧା ୨ ହଜାର  ୨୧୩ ଲୋକଙ୍କ ମୃତ୍ୟୁ ହୋଇଛି। ଇଟାଲୀରେ ୯୨ହଜାର ୫ଶହରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୧୦ ହଜାର ଟପିଛି । ଶନିବାର ୮୮୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  ଚୀନରେ ୮୧ ହଜାର ୪୦୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩ ହଜାର ୩୦୦ଜଣଙ୍କ ପ୍ରାଣ ଚାଲିଗଲାଣି । ସେହିପରି ସ୍ପେନରେ ଆକ୍ରାନ୍ତଙ୍କ ସଂଖ୍ୟା ୭୩ହଜାର ଟପିଥିବା ବେଳେ ୫ ହଜାର ୯୦୦ ଜଣଙ୍କ ମୃତ୍ୟୁ ହୋଇଛି ।

ତେବେ ଗତ ୨୪ ଘଣ୍ଟା ମଧ୍ୟରେ ସ୍ପେନରେ ୮୪୪ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।   ଜର୍ମାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୫୭ ହଜାର ୭୦୦ହୋଇଥିବା ବେଳେ  ୪୩୩ ଲୋକଙ୍କ ମୃତ୍ୟୁ ହୋଇଛି ।  ଫ୍ରାନ୍ସରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭ ହଜାର  ବୋଇଥିବା ବେଳେ ପାଖାପାଖି ୨ ହଜାର ୩୦୦ ଜଣଙ୍କ ମୃତ୍ୟୁ ହୋଇଛି । ଇରାନରେ ୩୫ ହଜାରରୁ ଅଧିକ ଆକ୍ରାନ୍ତ ସହ ୨ହଜାର ୫୦୦ରୁ ଅଧିକ ମୃତ୍ୟୁ ହୋଇସାରିଲାଣି । ଭାରତରେ ମଧ୍ୟ କରୋନା କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା  ଦେଶରେ ୨୦ ଜଣ କରୋନା ଭାଇରସରେ ମୃତ୍ୟୁ ବରଣ କରିଛନ୍ତି । ୯୮୭ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।  ତେବେ ୮୪ ଜଣ କରୋନା ସଂକ୍ରମିତ ଭଲ ହୋଇ ଘରକୁ ଫେରିଥିବା ଜଣାପଡିଛି । 

ସେହିପରି ଅନ୍ୟ ଦେଶମାନଙ୍କରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ବଢିଚାଲିଛି ।  ବିଶ୍ବରେ ଏବେ ୧୯୯ ଟି ଦେଶରେ ଆତଙ୍କ ଖେଳାଛି କରୋନା ଭାଇରସ । ତେବେ ଭୁତାଣୁର କବଳରୁ ୧ଲକ୍ଷ  ୪୧ ହଜାର ୫ଶହରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.