Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

କରୋନା ପ୍ରକୋପ କମିଲାଣି, କିନ୍ତୁ ଶନିବାର ଛୁଟି ଛାଡିବା ମୁଡ୍‌ରେ ନାହାଁନ୍ତି ବାବୁ, ସପ୍ତାହରେ ୨ ଦିନ କରୁଛନ୍ତି ମଉଜ

30/01/2021 at 8:25 AM

ଭୁବନେଶ୍ୱର,୩୦/୦୧: ରାଜ୍ୟରେ କରୋନା ପ୍ରକୋପ କମିବାରେ ଲାଗିଛି । ଦୈନିକ ପଜିଟିଭ୍ ସଂଖ୍ୟା କମିଛି ।  ସ୍କୁଲ, କଲେଜ ଖୋଲି କ୍ଲାସ ହେଲାଣି । ମେଳା, ମହୋତ୍ସବ ବି ଆମ୍ଭ ହୋଇଗଲାଣି। କିନ୍ତୁ, ସରକାରୀ କର୍ମଚାରୀଙ୍କ ଛୁଟି ଛାଡିବାକୁ ନାରାଜ । ସେମାନଙ୍କର ଛୁଟି ମଉଜ ସରୁନାହିଁ । ୫ ଦିନିଆ କାର୍ଯ୍ୟ ଦିବସରେ ସରକାରୀ ବାବୁମାନେ ଏମିତି ଅଭ୍ୟସ୍ତ ହୋଇଗଲେଣି ଯେ ସେମାନେ ଆଉ ଶନିବାରିଆ ଛୁଟି ଛାଡିବା ପାଇଁ ଚାହୁଁନାହାଁନ୍ତି ।

ସାଧାରଣ ପ୍ରଶାସନ ବିଭାଗ ନୂଆ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଛି ଯେ, ଫେବ୍ରୁଆରୀ ୧ରୁ କଟକ ଓ ଭୁବନେଶ୍ୱରର ସମସ୍ତ କାର୍ଯ୍ୟାଳୟ ୧୦୦% କର୍ମଚାରୀଙ୍କୁ ନେଇ ଚାଲିବ । କିନ୍ତୁ ରାଜ୍ୟର ଅନ୍ୟ ସବୁଠି ସମସ୍ତ ସରକାରୀ କାର୍ଯ୍ୟାଳୟ ପୂର୍ବଭଳି ଶନିବାର ବନ୍ଦ ରହିବ । ଅର୍ଥାତ୍‌ ସପ୍ତାହରେ ୫ ଦିନ କାର୍ଯ୍ୟ ଦିବସ, ୨ଟି ଛୁଟି ରହିବ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଫେବ୍ରୁଆରୀ ମାସ ପାଇଁ ଶୁକ୍ରବାର ନୂଆ ନିର୍ଦ୍ଦେଶନାମା ଜାରି  କରାଯାଇ ଏହା କୁହାଯାଇଛି ।

ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଟ୍ୱିନ୍‌ସିଟି କଟକ ଓ ଭୁବନେଶ୍ୱରରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ । ଯେଉଁ କାର୍ଯ୍ୟାଳୟରେ ଶତ ପ୍ରତିଶତ କର୍ମଚାରୀଙ୍କ ଉପସ୍ଥିତିରେ ସାମାଜିକ ଦୂରତ୍ୱ ପାଳନରେ ସମସ୍ୟା ହେବ, ସେଠାରେ କର୍ତ୍ତୃପକ୍ଷ ଆବଶ୍ୟକତା ଅନୁଯାୟୀ ପଦକ୍ଷେପ ନେଇପାରିବେ ବୋଲି କୁହାଯାଇଛି ।

   Related Posts