Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଖର ସେନାର ଲଙ୍କା ବିଜୟ, ପ୍ରଥମ ଟି-୨୦ରେ ୩୮ ରନ୍‌ରେ ଜିତିଲା ଭାରତ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୦୮ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୩୨ ଡିସଚାର୍ଜ
  • ||
  • ଟୋକିଓ ଅଲିମ୍ପିକ୍ସ : ଭାରତୀୟ ହକି ଟିମର ପରାଜୟ, ୧-୭ ଗୋଲରେ ଜିତିଲା ଅଷ୍ଟ୍ରେଲିଆ
  • ||
  • ହାଇଦରକୁ ଏନକାଉଣ୍ଟର ବେଳେ ବାଜିଥିଲା ୩ ଗୁଳି କିନ୍ତୁ ଶରୀରରୁ ବାହାରିଲା ୪ଟି ଗୁଳି, ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର ହେଲା ମୃତ ଦେହ
  • ||
  • ଭୁଶୁଡିଲା ସ୍ମାର୍ଟ ପୋଖରୀର ସ୍ମାର୍ଟ ପାଚେରୀ, ନିର୍ମାଣ ସରିବା ପରେ ୭ ଦିନ ବି ଗଲାନି
  • ||
  • ବିଦ୍ୟୁତ ଆଘାତରେ ଟଳିପଡିଲେ ଅସ୍ଥାୟୀ କର୍ମଚାରୀ, ମୃତଦେହ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୭ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୮୩୩ କରୋନା ପଜିଟିଭ୍
  • ||
  • ବିଜେଡିର ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ଜିଲ୍ଲା ପରିଷଦ ସଭ୍ୟ ଓ ବିଜେପି କର୍ମୀ
  • ||
  • ଦାନା ବାନ୍ଧୁଛି ଲଘୁଚାପ, ୨୭ରୁ ୨୯ ଯାଏଁ ଛେଚିବ ବର୍ଷା
  • ||

ଲୋକସେବା ଭବନରେ ଏବେ କରୋନା ଭୟ

24/07/2020 at 8:41 AM

ଭୁବନେଶ୍ବର୨୪/୭:  ଲୋକସେବା ଭବନରେ ଏବେ କରୋନା ଭୟ । କିଛି କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସରକାରଙ୍କ ଚିନ୍ତା ବଢିଛି । କରୋନା ଲଢେଇରେ ଲୋକସେବା ଭବନର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିବାରୁ ଏହାକୁ କିପରି ନିୟନ୍ତ୍ରଣ କରାଯିବ, ସେଥିପାଇଁ ସରକାର ତନାଘନା ଆରମ୍ଭ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗକୁ ଚିଠି ଲେଖାଯାଇ ଆବଶ୍ୟକ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରିବାକୁ ତାଗିଦ୍ କରାଯିବା ସହ ଏକ ମାର୍ଗଦର୍ଶିକା ଜାରି କରାଯାଇଛି।

ଯେଉଁଥିରେ ରହିଛି ଯେ, କରୋନା ପଜିଟିଭ୍ ଚିହ୍ନଟ ହେଲା ପରେ ସଂପୃକ୍ତ କର୍ମଚାରୀଙ୍କୁ ତୁରନ୍ତ ଗୃହ ସଙ୍ଗରୋଧ କିମ୍ବା କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସା ଯୋଗାଯିବ। ବିଏମ୍‌ସିର ଟିମ୍‌ ଦ୍ବାରା ତୁରନ୍ତ କଣ୍ଟାକ୍ଟ ଟ୍ରେସିଂ କରାଯିବ। କାର୍ଯ୍ୟାଳୟକୁ ବିଶୋଧନ କରାଯିବ । ଯଦି କାର୍ଯ୍ୟାଳୟରେ ଜଣେ କିମ୍ବା ଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବେ, ତେବେ ଗତ ୪୮ ଘଣ୍ଟାରେ ସଂପୃକ୍ତ କର୍ମଚାରୀ କାର୍ଯ୍ୟାଳୟର ‌ଯେଉଁ ଯେଉଁ ଜାଗାରେ ବୁଲିଥିବେ ତାହାକୁ ବନ୍ଦ କରାଯିବ।

କିନ୍ତୁ ପୁରା କାର୍ଯ୍ୟାଳୟର କୋଠାକୁ ବନ୍ଦ କରିବାର ଆବଶ୍ୟକତା ନାହିଁ। ତେବେ  ଅଧିକ ସଂଖ୍ୟ‌ାରେ କରୋନା ପଜିଟିଭ୍ ଚିହ୍ନଟ ହେବ, ତେବେ ପୂରା କୋଠାକୁ ୪୮ ଘଣ୍ଟା ପାଇଁ ବନ୍ଦ କରାଯାଇ ବିଶୋଧନ କରାଯିବ। ସେହି ସମୟରେ କର୍ମଚାରୀମାନେ ଘରୁ କାମ କରିବେ। ପୂରା କୋଠାକୁ ଠିକ୍ ଭାବେ ବିଶୋଧନ ହେଲା ପରେ ସେମାନେ କାର୍ଯ୍ୟାଳୟକୁ ଫେରିବେ। ମାସ୍କ, ହାତ ଧୋଇବା ଓ ସାମାଜିକ ଦୂରତାକୁ କଡ଼ାକଡ଼ି ଭାବେ କାର୍ଯ୍ୟାଳୟରେ ପାଳନ କରିବାକୁ କୁହାଯାଇଛି। ଲୋକସେବା ଭବନ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ଏହି ମାର୍ଗଦର୍ଶିକା ପାଳନ କରିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି।

   Related Posts