ନୂଆଦିଲ୍ଲୀ୨୮/୪: କରୋନା ଚିହ୍ନଟ ପାଇଁ ଦିନକୁ ଦିନ ଲକ୍ଷଣ ସଂଖ୍ୟା ବଢିଚାଲିଛି । କୌଣସି ତଥା କଥିତ ଲକ୍ଷଣ ନଥାଇ ମଧ୍ୟ ଜଣେ କୋଭିଡ-୧୯ରେ ସଂକ୍ରମିତ ହେବାର ଅନେକ ନଜୀର ରହିଛ। ଏତିକି ବେଳେ ଆମେରିକାର ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍ କରୋନାର ଆଉ ୬ ଲକ୍ଷଣ ସଂପର୍କରେ ସୂଚନା ଦେଇଛି ।
{"id":261652,"sizeSlug":"large"}କରୋନାର ଆଉ ୬ ନୂଆ ଲକ୍ଷଣ ସାମ୍ନାକୁ ଆସିଛି । ଆମେରିକାର ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍ ପକ୍ଷରୁ ନିଜର ୱେବସାଇଟରେ ଏ ସଂପର୍କରେ ତଥ୍ୟ ଦିଆଯାଇଛି। ନୂଆ ଲକ୍ଷଣ ଭିତରେ ହାଲକା ରୋଗଠୁ ଆରମ୍ଭ କରି ଗମ୍ଭୀର ରୋଗ ପର୍ଯ୍ୟନ୍ତ ସାମିଲ ଅଛି। ଏହି ୬ ଲକ୍ଷଣ ହେଲା ଅତ୍ୟଧିକ ଥଣ୍ଡା, ଥଣ୍ଡା ଲାଗିବା ସହ ହାତଗୋଡ଼ ଥରିବା, ମାଂସପେଶୀରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, ଗଳାରେ ଯନ୍ତ୍ରଣା ଏବଂ ସ୍ବାଦହୀନାତା ଅର୍ଥାତ୍ କୌଣସି ଜିନିଷର ସ୍ବାଦ ଅନୁଭବ କରିନପାରିବା । ଏହିସବୁ ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ନେବାକୁ ଆମେରିକାର ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ପକ୍ଷରୁ କୁହାଯାଇଛି। କରୋନା ଭାଇରସ୍ ଏହାର ପ୍ରକୃତି ପରିବର୍ତନ କରୁଥିବାରୁ ଏହିସବୁ ଲକ୍ଷଣ ଦୃଷ୍ଟିରୁ ଚିକିତ୍ସା କରାଇବା ଆବଶ୍ୟକ ବୋଲି କୁହାଯାଇଛି।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏ ପର୍ଯ୍ୟନ୍ତ କରୋନାର ଲକ୍ଷଣ ଭାବେ କେବଳ ଜ୍ବର, କାଶ, ହାଲିଆ ଲାଗିବା, ନିଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ ଆଦିକୁ ଦର୍ଶାଯାଇଥିଲା। ତେବେ କୌଣସି ତଥାକଥିତ ଲକ୍ଷଣ ନଥାଇ ମଧ୍ୟ ଜଣେ କରୋନାଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବାର ଅନେକ ନଜିର ରହିଛି । ଯାହା ବିଶେଷଜ୍ଞଙ୍କ ପାଇଁ ସବୁଠୁ ବେଶୀ ମୁଣ୍ଡବିନ୍ଧାର କାରଣ ପାଲଟିଛି