Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ସନ୍ଧ୍ୟାରେ ଦିଲ୍ଲୀ ପହଞ୍ଚିବ ସିଡିଏସ୍ ବିପିନ ରାୱତଙ୍କ ମରଶରୀର, ମୋଦୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ଦେବେ ଶ୍ରଦ୍ଧାଞ୍ଜଳୀ
  • ||
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||

କରୋନା ଏକ ସାଧାରଣ ଶ୍ଵାସଜନିତ, ଥଣ୍ଡା, କାଶ-କଫର ରୋଗ, ଏହାକୁ ଭୟ କରିବାର ଆବଶ୍ୟକତା ନାହିଁ: ଡଃ ଅଶୋକ ମହାପାତ୍ର

15/05/2020 at 7:06 PM

ଭୁବନେଶ୍ଵର ୧୫।୦୫: କରୋନା ଏକ ସାଧାରଣ ଶ୍ଵାସଜନିତ ରୋଗ।  ଏହା ଏକ ସାଧାରଣ ଥଣ୍ଡା, କାଶ-କଫର ରୋଗ। ଏହାକୁ କେବଳ କୋଭିଡ୍-୧୯ ନାମକରଣ କରାଯାଇଛି। ଏଥିରେ କିଛି  ଭୟଭୀତ ହେବାର ନାହିଁ। ଅତି ବେଶୀ ହେଲେ କେବଳ ଶ୍ଵାସଜନିତ ରୋଗୀଙ୍କୁ ସତର୍କ ରହିବାକୁ ପଡିବ। ବଡ କଥା ଶ୍ଵାସଜନିତ ରୋଗୀଙ୍କ ସଂଖ୍ୟା ବହୁତ କମ ଅର୍ଥାତ କେବଳ ୫ ପ୍ରତିଶତ ହିଁ ରହିଛନ୍ତି। ୮୦ ରୁ ୮୫ ପ୍ରତିଶତ ସାଧାରଣ ରୋଗୀ ଏଥିରୁ ସୁସ୍ଥ ହୋଇ ଘରକୁ ଯିବେ। ତେଣୁ ଆମେ ଡରିବାନି, ଭାଙ୍ଗି ପଡିବାନି। ସାହାସର ସହ ଯୁଦ୍ଧ କରିବା  ଏବଂ ଏଥିର ବିଜୟ ହାସଲ କରିବା। କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ହେଉଥିବା ଦୈନିକ ସାମ୍ବାଦିକ ସମ୍ମିଳନୀରେ ଏହି ଗୁରୁତ୍ଵପୂର୍ଣ୍ଣ କଥା କହିଛନ୍ତି ପୂର୍ବତନ ଏମ୍ସ ନିର୍ଦ୍ଦେଶକ ତଥା ସୋଆର କୂଳପତି ପ୍ରଫେସର ଡ. ଅଶୋକ ମହାପାତ୍ର।

ସେ କହିଛନ୍ତି ଆଜି ପୃଥିବୀର ଏହି ମହାମାରୀ କିଛି ନୂଆ ନୁହେଁ। ଏହା ପୂର୍ବରୁ ଅନେକ ମହାମାରୀ ଆସିଛି। ଏହି ମହାମାରୀ ଅନେକ ଦେଶରେ କାୟା ମେଲାଇ ଲକ୍ଷ ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କରନ୍ତି। ବହୁତ ଲୋକ ଏଥିରେ ମୃତ୍ୟୁବରଣ କରନ୍ତି। ଗତ ୧୦୦ ବର୍ଷ ଭିତରେ ଆମର ଏସିଆନ ଫ୍ଲୁ, ସ୍ପାନିସ୍ ଫ୍ଲୁ, ମିଡିଲ୍ସ ଫ୍ଲୁ, ସ୍ଵାଇନ୍ ଫ୍ଲୁ, ସାର୍ସ ଓ୍ଵାନ ଭାଇରସ୍ ପୂରା ପୃଥିବୀକୁ ପ୍ରଭାବିତ କରିଥିଲେ। ଏହି ମହାମାରୀ ବର୍ଷରୁ ଦୁଇ ବର୍ଷ ରହେ। ଏଥିରେ ଲକ୍ଷାଧିକ ଲୋକ ଆକ୍ରାନ୍ତ ହୁଅନ୍ତି।

ଏହି ମହାମାରୀ ବିଷୟରେ ଯଦି ଆଲୋଚନା କରିବା, ତେବେ ଦେଖିବା ଏହା ତିନିରୁ ଚାରି ମାସ ହେବ ପୃଥିବୀକୁ ଆକ୍ରାନ୍ତ କରିଛି। ଏହି ମହାମାରୀର ତିନୋଟି ଗୁଣ, ଗୋଟିଏ ହେଲା ଡାକ୍ତର ମାନଙ୍କୁ ରୋଗୀଙ୍କଠୁ ପ୍ରଭାବିତ କରୁଛି, ପରିବାର ସମାଜକୁ ପ୍ରଭାବିତ କରୁଛି ଏବଂ କରୋନା ଆଗ ଧାଡିର ଯୋଦ୍ଧାମାନଙ୍କୁ ମଧ୍ୟ ପ୍ରଭାବିତ କରୁଛି। ତେଣୁ ଏହି ମହାମାରୀରେ କେବଳ ମନୁଷ୍ୟ ଜାତି ନୁହନ୍ତି, ପଶୁପକ୍ଷୀ  ମଧ୍ୟ ପ୍ରଭାବିତ ହେଉଛନ୍ତି। ସଂକ୍ରମିତଙ୍କ ସେବା କରୁଥିବା ଲୋକମାନେ ଏବଂ ସମାଜରେ ଅନ୍ୟଲୋକ ମଧ୍ୟ ପ୍ରଭାବିତ।

ସେ କହିଛନ୍ତି ଯେ,  ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କରୋନା ଭୂତାଣୁ ମୁକାବିଲା ପାଇଁ ପ୍ରସ୍ତୁତି ଚାଲିଛି। ଏଥିରେ ସମ ହସ୍ପିଟାଲ ସରକାରଙ୍କୁ ସହଯୋଗର ହାତ ବଢାଇଥିଲା। ସାଧାରଣ ଲୋକମାନେ ଯେମିତି କାଶ, ଥଣ୍ଡା ପରି ଫ୍ଲୁ ହେଲେ ଅପିଡି ନଯାଇ ଏକ ସ୍ଵତନ୍ତ୍ର ଓ୍ଵାର୍ଡରେ ଚିକିତ୍ସା କରାଇ ପାରିବେ ତାକୁ ଦୃଷ୍ଟିରେ ମାର୍ଚ୍ଚ ୧୨ରେ ସ୍ଵତନ୍ତ୍ର କ୍ଲିନିକ୍‌ର ବ୍ୟବସ୍ଥା କରାଯାଇଥିଲା। ଏହା ପରେ ଯେତେବେଳେ କୋଭିଡ୍ ହସ୍ପିଟାଲ କଥା ଉଠିଲା, ଆମେ ମାର୍ଚ୍ଚ ୧୮ରେ ସମ୍ ହସ୍ପିଟାଲ ପରିସରରେ ୫୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ୍-୧୯ ହସ୍ପିଟାଲ ଆରମ୍ଭ କଲୁ। ୫୦ଟି ଶଯ୍ୟାରୁ ୧୫ଟି ଶଯ୍ୟା ଆଇସିୟୁ ଥିଲା। ଏହା ପରେ ସ୍ଵତନ୍ତ୍ର କୋଭିଡ୍-୧୯ ହସ୍ପିଟାଲ କଥା ଉଠିଥିଲା।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମ୍ ହସ୍ପିଟାଲର ଦ୍ଵିତୀୟ କ୍ୟାମ୍ପସରେ ୫୨୫ ଶଯ୍ୟା ବିଶିଷ୍ଟ କରୋନା ଓ୍ଵାର୍ଡ କରାଗଲା। ଏଥିରେ ୨୫ଟି ବେଡ୍ ଥିଲା ଆଇସିୟୁ ଏବଂ ବାକି ୫୦୦ ଥିଲା ସାଧାରଣ ବେଡ୍। ଗତ ମାସରେ ୨୫ରୁ ୩୦ ରୋଗୀଙ୍କୁ ଚିକିତ୍ସା କରି ସୁସ୍ଥ କରାଇ ଘରକୁ ପଠାଇଛୁ। ତେଣୁ ଆଜି ଓଡିଶାରେ ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖିଲେ ଆମ ପାଖରେ ଅଭିଜ୍ଞତା ସଂପନ୍ନ ଡାକ୍ତର ଅଛନ୍ତି। ଯେ କୌଣସି ପ୍ରକାରର ସ୍ଥିତିର ମୁକାବିଲା ପାଇଁ ସମ୍ କୋଭିଡ୍-୧୯ ହସ୍ପିଟାଲ ପ୍ରସ୍ତୁତ। ସ୍ଵାସ୍ଥ୍ୟକର୍ମୀଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଦିଆଯାଇଛି। ସେମାନଙ୍କୁ ରୋଗୀଙ୍କ କେମିତି ଚିକିତ୍ସା କରାଯିବ ସେ ନେଇ ମକ୍ ଡ୍ରିଲ୍ ମଧ୍ୟ କରାଯାଇଥିଲା। ରାଜ୍ୟର ଅନେକ ହସ୍ପିଟାଲକୁ ମଧ୍ୟ ଆମେ ସହଯୋଗର ହାତ ବଢାଇଛୁ।

କରୋନା ଭୂତାଣୁ ମହାମାରୀ ସମୟରେ ଲୋକଙ୍କ ମାନସିକତା ଉପରେ ମଧ୍ୟ ପ୍ରଭାବ ପଡିଛି। ସଂକ୍ରମିତଙ୍କ ମଧ୍ୟରୁ ୭୦ ରୁ ୭୫ ପ୍ରତିଶତଙ୍କଠାରେ କରୋନାର ସାଧାରଣ ଲକ୍ଷଣ ମଧ୍ୟ ଦେଖିବାକୁ ମିଳୁନାହିଁ। ତେଣୁ ଏଥିରେ କିଛି ଭୟଭୀତ ହେବାର ନାହିଁ। ଏହି ମହାମାରୀ ଆମର ସ୍ଵାସ୍ଥ୍ୟକୁ ଦୁର୍ବଳ କରିଛି, ଆମର ଅର୍ଥନୀତିକୁ ଦୁର୍ବଳ କରିଛି। କିନ୍ତୁ ଆମେ ସାହାସର ଏବଂ ଧୈର୍ଯ୍ୟର ସହ ଏହାକୁ ମୁକାବିଲା କରୁଛେ। ଆଜି ଆମ ରାଜ୍ୟରେ ୬୭୨ କରୋନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିରୁ କେବଳ  ୩ ଜଣଙ୍କ ମୃତ୍ୟୁ ଘଟିଛି। ଆମ ପାଖରେ ଥିବା ଅଭିଜ୍ଞତାକୁ ଉପଯୋଗ କରି ଆଜି ଯାଏ ଏହାର ମୁକାବିଲା କରି ଆସିଛେ। ସଂକ୍ରମଣକୁ ପ୍ରତିରୋଧ କରିଛେ। ତେଣୁ ଆମେ ରୋଗୀମାନଙ୍କୁ କହିବା ଏହା ଏକ ସାଧାରଣ ଥଣ୍ଡା, କାଶ-କଫର ରୋଗ। ଏହାକୁ କେବଳ କୋଭିଡ୍-୧୯ ନାମକରଣ କରାଯାଇଛି। ଯଦି ଆମେ ସ୍ଵାଇନ୍ ଫ୍ଲୁକୁ ଦେଖିବା କିମ୍ବା ୨୦୦୨ରେ ଆସିଥିବା ସାର୍ସ ଭୂତାଣୁ କଥା ଦେଖିବା ତେବେ ସେହି ସମୟରେ ପ୍ରକୋପ ଅଧିକ ଥିଲା। ସେହି ସମୟରେ ମଧ୍ୟ ୩ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ତେଣୁ ଆଜି ଆମେ ଭାଙ୍ଗି ନପଡି ଏହାର ମୁକାବିଲା କରି ପାରିବା। ଯଦି ଆଇସିୟୁକୁ ଯିବାକୁ ପଡେ ତେବେ ମଧ୍ୟ ଏଥିରୁ ସୁସ୍ଥ ହୋଇ ଘରକୁ ଫେରିବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି। ତେଣୁ ଆମ୍ଭ ମାନଙ୍କର ମାନସିକତା ଓ ନୈତିକାରେ କୌଣସି ଅଭାବ ହେବା କଥା ନୁହେଁ।

ସେ କହିଛନ୍ତି, ଆଜି ଆମ ରାଜ୍ୟରେ ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତର, ନର୍ସ ଏବଂ ସ୍ଵାସ୍ଥ୍ୟକର୍ମୀ କେହି ହେଲେ ସଂକ୍ରମିତ ହୋଇ ନାହାନ୍ତି। ଆମର ଡାକ୍ତର ଓ ନର୍ସମାନେ ସତର୍କତାର ସହ ପୂରା ସମ୍ବଳ ଓ ମନୋ ନିବେଶ କରି ସଂକ୍ରମିତଙ୍କ ଚିକିତ୍ସା କରୁଛନ୍ତି। ସୁବୁଠୁ ବଡ କଥା ଆମ ଦେଶରେ ୭୩ ପ୍ରତିଶତ ଲୋକ ସୁସ୍ଥ ହୋଇ ଗଲେଣି। ପୃଥିବୀରେ ମଧ୍ୟ ଲକ୍ଷ ଲକ୍ଷ ଲୋକ ସୁସ୍ଥ  ହୋଇ ଘରକୁ ଫେରିଲେଣି। ଆମ ଦେଶରେ ମଧ୍ୟରେ ୨୫ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇ ଗଲେଣି।

କେତେ ପ୍ରାକୃତିକ ବିପର୍ଯ୍ୟୟ ଆସିଛି ଏବଂ ଯାଇଛି। ଆଗରୁ କେତେ ମହାମାରୀ ଆସିଛେ ଏବଂ ଯାଇଛେ। ଏହି କରୋନା ମହାମାରୀ ଆସିଛି ଏବଂ ଯିବ ମଧ୍ୟ। କିନ୍ତୁ ଏହା କେତେ ଦିନ ରହିବ ତାହା କହି ହେବ ନାହିଁ। ତେଣୁ ଆମକୁ ମାନସିକ ଭାବେ ବର୍ଷେରୁ ଦୁଇ ବର୍ଷ ପ୍ରସ୍ତୁତ ରହିବାକୁ ପଡିବ। ଏହାର ଚିକିତ୍ସା ଲାଗି ଭ୍ୟାକସିନ୍ ପ୍ରସ୍ତୁତ ଚାଲିଛି। ୧୦୦ଟି ଜାଗାରେ ଟୀକା ପାଇଁ ଗବେଷଣା ଚାଲିଛି।

   Related Posts