Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଥମିଲା ସଂକ୍ରମଣର ଗତି, ରେଳ ଯାତ୍ରୀଙ୍କ ପାଇଁ ଚାଲିବ ୧୦୦ଟି ଟ୍ରେନ୍

9/06/2021 at 8:01 AM

ନୂଆଦିଲ୍ଲୀ ୯/୬: ଦେଶରେ କରୋନା ସଂକ୍ରମଣର ମାତ୍ରା କମିବା ଧୀରେ ଧୀରେ ସ୍ୱାଭାବିକ ଆଡକୁ ଗତି କରୁଛି ସ୍ଥିତି । ଏହିରି ମଧ୍ୟରେ ଭାରତୀୟ ରେଳ ପୁଣି ଥରେ ନୂତନ ଟ୍ରେନ୍ ଆରମ୍ଭ କରିବାକୁ ଚିନ୍ତା କରୁଛି । ଆଗାମୀ କିଛି ଦିନ ମଧ୍ୟରେ ରେଳ ୧୦୦ଟି ଟ୍ରେନ୍ ଆରମ୍ଭ କରିବ । ରେଲଓ୍ୱେ ବୋର୍ଡର ଚେୟାରମ୍ୟାନ୍ ତଥା ସିଇଓ ସୁନୀତ ଶର୍ମା କହିଛନ୍ତି ଯେ କରୋନା ନ ସମୟରେ ମଧ୍ୟ ଦେଶରେ ୮୮୯ ଟ୍ରେନ୍ ଚଳାଚଳ କରୁଥିଲା ।

ତେବେ ଆଗକୁ ଆଗାମୀ ୪ରୁ ୫ଦିନ ଦିନ ମଧ୍ୟରେ ୧୦୦ଟି ଟ୍ରେନ୍ ପୁନଃ ଆରମ୍ଭ କରିବାକୁ ବିଚାର ବିମର୍ଶ ଚାଲିଛି । ଯାତ୍ରୀମାନଙ୍କ ଆବଶ୍ୟକତା ଅନୁଯାୟୀ ଏବଂ ରାଜ୍ୟଗୁଡିକର ଅନୁମତି ପରେ ଟ୍ରେନ୍ ସେବା ବୃଦ୍ଧି କରାଯିବ। ମେ ଏବଂ ଜୁନ୍ ମାସରେ ଆମେ ଅନେକ ଟ୍ରେନ୍ ଆରମ୍ଭ କରିଛୁ । ଏଥିରେ କେନ୍ଦ୍ରୀୟ ରେଳବାଇରେ ୧୯୭ ଟି ଟ୍ରେନ୍, ପଶ୍ଚିମ ରେଳବାଇରେ ୧୫୪ଟି, ଉତ୍ତର ରେଳବାଇରେ ୩୮ଟି ଟ୍ରେନ୍ ଅନ୍ତର୍ଭୁକ୍ତ ।

ଏଥିସହ ୨୬ଟି କ୍ଲୋନ ଟ୍ରେନ୍ ମଧ୍ୟ ଚଳାଚଳ କରୁଛି । ଶର୍ମା ଆହୁରି କହିଛନ୍ତି, କରୋନାର ଦ୍ୱିତୀୟ ତରଙ୍ଗ ପୂର୍ବରୁ ଆମେ ଲଗାତାର ଟ୍ରେନ୍ ସେବା ବୃଦ୍ଧି କରୁଥିଲୁ । ମାର୍ଚ୍ଚ-ଏପ୍ରିଲ୍ ସୁଦ୍ଧା ୧,୫୦୦ ଟ୍ରେନ୍ ପହଞ୍ଚି ସାରିଥିଲା । କିନ୍ତୁ କରୋନା ସଂକ୍ରମଣର ବୃଦ୍ଧି ଏବଂ ରାଜ୍ୟଗୁଡ଼ିକର ପ୍ରତିବନ୍ଧକ ଯୋଗୁଁ ଟ୍ରେନଗୁଡିକୁ ହ୍ରାସ କରିବାକୁ ପଡ଼ିଲା । ବର୍ତ୍ତମାନ ଉତ୍ତରପ୍ରଦେଶ ଏବଂ ବିହାର ପାଇଁ ସର୍ବାଧିକ ସଂଖ୍ୟକ ଟ୍ରେନ୍ ଚଳାଚଳ କରୁଛି । ଆମେ ମଧ୍ୟ କ୍ରମାଗତ ଭାବରେ ଫ୍ଲେକ୍ସି ଭଡା ସହିତ ସ୍ୱଳ୍ପ ଦୂରତା ଟ୍ରେନ୍ ସମୀକ୍ଷା କରୁଛୁ ।

   Related Posts