କରୋନା ସଂକ୍ରମଣ ଖୋଲୁଛି ଧୋକାବାଜ ସ୍ୱାମୀଙ୍କ ରହସ୍ୟ, ପତ୍ନୀଙ୍କ ଅଗୋଚରରେ ପ୍ରେମିକାଙ୍କୁ ବୁଲାଇ ନେଇଥିଲେ ବ୍ୟାଙ୍କକ୍

Published By : Prameya-News7 Bureau | March 30, 2020 IST

ନୂଆଦିଲ୍ଲୀ ୩୦।୩: ଦେଶରେ କରୋନା ସଂକ୍ରମଣ ଏବେ ପତ୍ନୀଙ୍କ ସହ ଧୋକା କରୁଥିବା ସ୍ୱାମୀମାନଙ୍କର ପୋଲ ଖୋଲୁଛି। ପତ୍ନୀଙ୍କ ଅଗୋଚରରେ ପ୍ରେମିକାଙ୍କୁ ବ୍ୟାଙ୍କକ୍ ଓ ପଟାୟା ବୁଲେଇ ନେଇଥିବା ସ୍ୱାମୀଙ୍କ ସତ୍ୟତା ଜଣା ପଡିବା ପରେ ଏବେ ପାରିବାରିକ ସମସ୍ୟା ଦେଖା ଦେଇଛି। ଭାରତରେ ଏଭଳି ୪୨ଟି ମାମଲା ଏବେ ସାମ୍ନାକୁ ଆସିଥିବା ବେଳେ ପାରିବାରିକ କଳହର କାରଣ ପାଲଟିଛି। 

{"id":246622,"width":580,"height":242,"sizeSlug":"large"}

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବେ ବିଦେଶ ଯାତ୍ରା କରିଥିବା ଲୋକଙ୍କ ଟ୍ରାଭଲ ହିଷ୍ଟ୍ରି ପ୍ରସ୍ତୁତ କରୁଛନ୍ତି। ଏଥିରେ ମନ୍ତ୍ରାଳୟଙ୍କ ଅଧିକାରୀ ସିଧା ଘରେ ପହଞ୍ଚି ପଚରା ଉଚରା କରୁଛନ୍ତି। ଫଳରେ ଘରେ ଦେଶ ଭିତରେ ଯାତ୍ରା କରୁଥିବା କହି ପ୍ରେମିକା ସହ ଥାଇଲ୍ୟାଣ୍ଡ ଯାଇଥିବା ଲୋକଙ୍କ ଗୁମର ଫିଟୁଛି।  ସୂଚନା ଯୋଗ୍ୟଯେ କରୋନା ସଂକ୍ରମଣ ରୋକିବାକୁ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଏବେ ବିଦେଶ ଫେରନ୍ତା ଲୋକଙ୍କ ଉପରେ ଖାସ ନଜର ରଖୁଛନ୍ତି। ଏଥିରେ ମଥୁରା ବୃନ୍ଦାବନ ଧାର୍ମିକ ଯାତ୍ରାରେ ଘରୁ ଯାଇଥିବା ବ୍ୟବସାୟୀ ଫୁକେଟ୍ ବୁଲି ଆସିଥିବା ଜଣାପଡିବା ପରେ ପରିବାରରେ ମତପାର୍ଥକ୍ୟ ଉପୁଜିଛି।

{"id":246623,"sizeSlug":"large"}

ସେହିପରି ଜନୈକ ୫୫ ବର୍ଷ ବୟସ୍କ ବ୍ୟବସାୟୀ ୫ ଦିନିଆ କୋଚ୍ଚି ବ୍ୟବସାୟୀକ ଯାତ୍ରାରେ ଯାଉଥିବା ପତ୍ନୀଙ୍କୁ କହିଥିଲେ। ତେବେ ଘରକୁ ପ୍ରଶାସନର ଲୋକେ ଆସି ପଚରା ଉଚରା କରିବା ବେଳେ ବ୍ୟାଙ୍କକ ରୋମାଣ୍ଟିକ ଟୁର କରିଥିବା ପତ୍ନୀ ଜାଣିବା ପରେ ପରିବାରରେ ଅସ୍ୱଭାବିକ ପରିସ୍ଥିତି ଉପୁଜିଛି। କରୋନାକୁ ନେଇ ପରିବାରରେ ଯେତିକି ଚିନ୍ତା ନାହିଁ ପ୍ରେମ ଟୁର ଲାଗି ଏପରି ପରିସ୍ଥିତି ଉପୁଜିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.