Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ଏମ୍ସରୁ ଫେରାର ସ୍ତ୍ରୀଙ୍କ ଠିକଣା ଜାଣିଥିଲେ ସ୍ବାମୀ, ତଥାପି ଦେଲେ ନିଖୋଜ ଏଫଆଇଆର : ଏବେ ହେବ କ‘ଣ…

22/10/2020 at 3:07 PM

ନୂଆଦିଲ୍ଲୀ ୨୨/୧୦: ଗ୍ରେଟର କୈଳାଶ ଅଞ୍ଚଳରେ ରହୁଥିବା ଜଣେ ମହିଳା କରୋନା ସଂକ୍ରମିତ ହେବା ସତ୍ବେ ଏମ୍ସରୁ ଫେରାର ହୋଇ ମଧ୍ୟପ୍ରଦେଶର ମୁରୈନା ଚାଲି ଯାଇଛନ୍ତି। ମହିଳାଙ୍କ ଯିବା ପରେ ତାଙ୍କ ସ୍ବାମୀ ପୋଲିସକୁ ପଥଭ୍ରଷ୍ଟ କରିବା ପାଇଁ ନିଖୋଜର ମାମଲା ଦାୟର କରିଛନ୍ତି। କିନ୍ତୁ ବୟାନରେ ବିରୋଧାଭାସ ହେବାରୁ ମାମଲାରୁ ପର୍ଦ୍ଦା ଉଠି ଯାଇଛି।

ପୋଲିସ୍ କରୋନା ସଂକ୍ରମିତ ମହିଳାଙ୍କ ବିରୋଧରେ କରୋନା ସମ୍ବନ୍ଧିତ ସରକାରୀ ଆଦେଶ ଉଲ୍ଲଙ୍ଘନ କରିବାର ମାମଲା ରୁଜୁ କରିଛି। ମହିଳାଙ୍କ ସ୍ବାମୀଙ୍କ କହିବା ଅନୁସାରେ ତାଙ୍କ ପତ୍ନୀ କରୋନା ପଜିଟିଭ ହେବା ପରେ ଏମ୍ସରୁ ମୁରୈନା ଚାଲି ଯାଇଛନ୍ତି। କୁହାଯାଉଛି ଯେ ଏହି ସମୟରେ ସେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥିବେ। ଜୋର କରି ପଚରାଯିବାରୁ ସ୍ବାମୀ କହିଥିଲେ ଯେ ପଜିଟିଭ ହେବା ପରେ ସ୍ତ୍ରୀ କାହାକୁ କିଛି ନ କହି ହସ୍ପିଟାଲରୁ ଘରକୁ ଚାଲି ଯାଇଥିଲେ।

ସ୍ବାମୀଙ୍କ କହିବା​ ଅନୁସାରେ ଅକ୍ଟୋବର ୧୮ତାରିଖରେ ସ୍ତ୍ରୀଙ୍କ ସ୍ବାସ୍ଥ୍ୟ ବିଗିଡ଼ିବାରୁ ତାଙ୍କୁ ନେଇ ସେ ଏମ୍ସ ଯାଇଥିଲେ। ସେଠାରେ କରୋନା ଟେଷ୍ଟ୍ ହେବାରୁ ତାଙ୍କ ପଜିଟିଭ ରିପୋର୍ଟ ଆସିଥିଲା। ଏମ୍ସ କର୍ମଚାରୀ ତାଙ୍କୁ କୋଭିଡ ଓ୍ବାର୍ଡ଼ରେ ଭର୍ତ୍ତି ହେବାକୁ କହିଥିଲେ କିନ୍ତୁ ସେ ସେଠାରୁ ଚାଲି ଯାଇଥିଲେ।

ମହିଳାଙ୍କ ସ୍ବାମୀଙ୍କୁ ଜଣା ଥିଲା ଯେ ସେ ଏମ୍ସରୁ ଚାଲି ଯାଇଛନ୍ତି। ଏହା ସତ୍ବେ ସେ ନିଖୋଜ ମାମଲା ରୁଜୁ କରିଥିଲେ। ଏହି ମାମଲାର ତଦନ୍ତ କରାଯାଉଛି। ତାଙ୍କ ସ୍ବାମୀ ଏଠାରେ ଏକ ହୋଟେଲରେ କାମ କରନ୍ତି।

   Related Posts