Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ହସ୍ପିଟାଲ ବାହାରେ କାର ଭିତରେ ସନ୍ତାନ ଜନ୍ମ ଦେଲେ କରୋନା ସଂକ୍ରମିତ ମହିଳା: ଆଖି ବୁଜିଲେ ମା’ ଓ ନବଜାତକ

23/04/2021 at 5:08 PM

ସୋନିପତ ୨୩/୦୪ : ହରିୟାଣା ସୋନିପତ ଜିଲ୍ଲା ସିଭିଲ ହସ୍ପିଟାଲରେ ପ୍ରସବ ପାଇଁ ଆସିଥିବା ଜଣେ ମହିଳା ହସ୍ପିଟାଲର ମୁଖ୍ୟ ଗେଟରେ କାର ଭିତରେ ହିଁ ଶିଶୁକୁ ଜନ୍ମ ଦେଇଥିଲେ। ଜନ୍ମ ହେବାର କିଛି ସମୟ ପରେ ଶିଶୁର ମୃତ୍ୟୁ ହୋଇଯାଇଥିଲା। ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛି ସମୟ ପରେ ମହିଳା ମଧ୍ୟ ଜୀବନ ହାରିଥିଲେ। ମହିଳା କରୋନାରେ ଆକ୍ରାନ୍ତ ଥିଲେ। ସ୍ୱାସ୍ଥ୍ୟ ବିଭାଗ ଟିମ କୋଭିଡ ପ୍ରୋଟୋକଲରେ ମହିଳାଙ୍କ ଅନ୍ତିମ ସଂସ୍କାର କରିଛନ୍ତି।

ସୂଚନା ଅନୁଯାୟୀ, ପବସରା ଗାଁର ଜଣେ ବ୍ୟକ୍ତି ମଜୁରୀ କରନ୍ତି। ତାଙ୍କର ୩୨ ବର୍ଷୀୟ ପତ୍ନୀ ଗର୍ଭବତୀ ଥିଲେ। ପାଖାପାଖି ମାସେ ହେଲା ସିଭିଲ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ସପ୍ତାହେ ପୂର୍ବରୁ ପ୍ରସବ ପୀଡା ହେବାରୁ ସେ ପତ୍ନୀଙ୍କୁ ନାଗରିକ ହସ୍ପିଟାଲ ନେଇଯାଇଥିଲେ। ପ୍ରସୂତି ବିଭାଗ ମହିଳାଙ୍କୁ ଖାନପୁର ରେଫର କରିଥିଲା। ସେଠାରୁ ତାଙ୍କୁ ପୁଣି ସିଭିଲ ହସ୍ପିଟାଲ ପଠାଇ ଦିଆଯାଇଥିଲା। ପ୍ରସବ ପାଇଁ ଆଉ ସପ୍ତାହେ ସମୟ ଲାଗିବ ବୋଲି ତାଙ୍କୁ କୁହାଯାଇଥିଲା।

ବୁଧବାର ସନ୍ଧ୍ୟାରେ ମହିଳା ସ୍ୱାସ୍ଥ୍ୟ ବିଗିଡ଼ିବା ଦେଖି ତାଙ୍କୁ କାରରେ ହସ୍ପିଟାଲ ନିଆଯାଇଥିଲା। ଠିକ୍ ହସ୍ପିଟାଲ ଗେଟ ପାଖରେ ମହଞ୍ଚିବା ପରେ ମହିଳା କାରରେ ଶିଶୁକୁ ଜନ୍ମ ଦେଇଥିଲେ। କିଛି ମିନିଟ ପରେ ନବଜାତର ମୃତ୍ୟୁ ହୋଇଯାଇଥିଲା। ତାପରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବିଳମ୍ବିତ ରାତିରେ ମହିଳାଙ୍କ ମଧ୍ୟ ମୃତ୍ୟୁ ହୋଇଯାଇଥିଲା।

   Related Posts