Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ସନ୍ଧ୍ୟାରେ ଦିଲ୍ଲୀ ପହଞ୍ଚିବ ସିଡିଏସ୍ ବିପିନ ରାୱତଙ୍କ ମରଶରୀର, ମୋଦୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ଦେବେ ଶ୍ରଦ୍ଧାଞ୍ଜଳୀ
  • ||
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||

କରୋନା ସଂକ୍ରମିତ ରୋଗୀଙ୍କୁ ନେଇ ସରକାରଙ୍କ ବଡ ନିଷ୍ପତ୍ତି : ସାର୍ବଜନୀନ କରାଯିବନି ରୋଗୀଙ୍କ ପରିଚୟ

20/05/2020 at 12:17 PM

ଭୋପାଲ ୨୦/୦୫ : ମଧ୍ୟପ୍ରଦେଶ ଶାସନରେ କରୋନା ପୀଡିତଙ୍କୁ ନେଇ ଏକ ବଡ ନିଷ୍ପତ୍ତି ନିଆଯାଇଛି | ସମସ୍ତ କମିଶନର, ଜିଲ୍ଲା ଅଧିକାରୀ ଏବଂ ସମସ୍ତ ସିଏମଏଚଓଙ୍କୁ ପତ୍ର ଜାରି କରି କୁହାଯାଇଛି ଯେ କୋଭିଡ-୧୯ ସଂକ୍ରମିତ ରୋଗୀଙ୍କ ପରିଚୟ ବର୍ତ୍ତମାନ ଠାରୁ ସାର୍ବଜନୀନ କରାଯିବ ନାହିଁ | ଏ ସମ୍ପର୍କରେ ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ଅଧିକାରୀ ଏବଂ କମିଶନରଙ୍କୁ ନିର୍ଦେଶ ଜାରି କରାଯାଇଛି | ସହାୟକ ସ୍ୱାସ୍ଥ୍ୟ ଆୟୁକ୍ତ ଅହମଦ କିଦବାଇ ଦ୍ୱାରା ଜାରି କରାଯାଇଥିବା ଏହି ନିର୍ଦେଶନାମାରେ କୁହାଯାଇଛି ଯେ, କୋଭିଡ-୧୯ ସଂକ୍ରମିତ ରୋଗୀଙ୍କ ପରିଚୟ ସାର୍ବଜନୀନ ନ କରାଯାଉ | ଆହୁରି କୁହାଯାଇଛି ଯେ ଯଦି ପୂର୍ବରୁ କୌଣସି ସାର୍ବଜନିକ ପ୍ଲାଟଫର୍ମରେ ପୀଡିତଙ୍କ ନାଁ ଉଜାଗର କରାଯାଇଛି ତାହେଲେ ସେହି ତାଲିକା ହଟାଇ ଦିଆଯାଉ |

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସରକାର ରୋଜଗାର ଯୋଗାଇ ଦେବାପାଇଁ ବ୍ୟବସ୍ଥା କରୁଛନ୍ତି | ମଧ୍ୟ ପ୍ରଦେଶ ସରକାର କହିଛନ୍ତି ଯେ, କେହି ବି ବେକାର ରହିବେନି, ସମସ୍ତଙ୍କୁ ରୋଜଗାର ଯୋଗାଇ ଦିଆଯିବ | ଏନେଇ ଅଭିଯାନ ଆରମ୍ଭ ହୋଇଛି | ରାଜ୍ୟରେ ପାଖାପାଖି ୩୨ ରୁ ୪୦ ଲକ୍ଷ ଶ୍ରମିକଙ୍କୁ ମନରେଗା ଯୋଜନାରେ ରୋଜଗାର ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି | କରୋନା ଯୋଗୁଁ ଲକ୍ଷ ଲକ୍ଷ ସଂଖ୍ୟକ ଶ୍ରମିକ ବର୍ତ୍ତମାନ ନିଜ ରାଜ୍ୟକୁ ଫେରି ଯାଇଛନ୍ତି | ଏଭଳି ପରିସ୍ଥିତିରେ ଶ୍ରମିକଙ୍କୁ ରୋଜଗାର ଯୋଗାଇବା ଏବଂ ଆତ୍ମନିର୍ଭର କରାଇବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ | ଅର୍ଥାତ ଦୈନନ୍ଦିନ ଜୀବନ ପାଇଁ ମନରେଗା ଶ୍ରମିକମାନଙ୍କୁ ରୋଜଗାର ଉପଲବ୍ଧ କରାଯିବ | ମେ ୨୨ ତାରିଖରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ‘କେହି ରହିବେନି ବେକାର, ସମସ୍ତଙ୍କୁ ମିଳିବ ରୋଜଗାର’ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି | ଭୋପାଲରୁ ମୁଖ୍ୟମନ୍ତ୍ରୀ ଏହି ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି | ୫୨ ଜିଲ୍ଲାରେ ବିଧାୟକ ନିଜ ନିଜ ଜିଲ୍ଲାରେ ପଞ୍ଚାୟତ ସ୍ଥରରେ ଅଭିଯାନ ଜରିଆରେ ମନରେଗା ଶ୍ରମିକମାନଙ୍କୁ ଜବ କାର୍ଡ ବାଣ୍ଟିବେ | ମେ ମାସ ଶେଷ ସୁଦ୍ଧା ଶ୍ରମିକମାନଙ୍କୁ ଜବ କାର୍ଡ ଦିଆଯିବ |  

ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିଷ୍ପତ୍ତି ନେଇଛନ୍ତି ଯେ, ସାରା ରାଜ୍ୟରେ ମନ୍ଦିରମାନଙ୍କରେ ଯେତିକି ଖାଲି ସ୍ଥାନ ଅଛି ସେଠାରେ ପୋଖରୀ ତିଆରି କରାଯିବ | ଏଠାରେ ମନରେଗା ଶ୍ରମିକଙ୍କୁ କାମ ଦିଆଯିବ | ସରୋବର ସହିତ ବଗିଚା ଏବଂ ମନ୍ଦିର ନିକଟରେ ଶୌଚାଳୟ ତିଆରି କରାଯିବ | ମନ୍ଦିରର ସାଧୁ ସନ୍ଥ ଓ ପୂଜାରୀଙ୍କ ଦେଖରେଖ ଦାୟିତ୍ୱ ମଧ୍ୟ ମନରେଗା ଶ୍ରମିକଙ୍କୁ ଦିଆଯିବ | ଗତବର୍ଷ ୧୨ ଲକ୍ଷ ଶ୍ରମିକ କାମ କରୁଥିଲେ | ଚଳିତ ବର୍ଷ ପ୍ରବାସୀ ଶ୍ରମିକଙ୍କ ଯୋଗୁଁ ୨୦ ଲକ୍ଷରୁ ଅଧିକ ଶ୍ରମିକଙ୍କୁ କାମ ଦିଆଯିବ | ଗତବର୍ଷ ତୁଳନାରେ ଚଳିତ ବର୍ଷ ଜୁନ ମାସ ସୁଦ୍ଧା ପାଖାପାଖି ୪୦ ଲକ୍ଷ ଶ୍ରମିକଙ୍କୁ ରୋଜଗାର ଯୋଗାଇଦେବା ଲକ୍ଷ୍ୟ ରଖାଯାଇଛି | କେନ୍ଦ୍ର ସରକାର ଏଥିପାଇଁ ୧୧ ହଜାର ୩୯୦ କୋଟି ଟଙ୍କାର ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି |

   Related Posts