ଚର୍ଚ୍ଚା: କରୋନାରେ ମରିଗଲା ଦାଉଦ୍ !
6/06/2020 at 12:38 PM

କରାଚୀ ୬।୬: ମୋଷ୍ଟ ୱାଣ୍ଟେଡ୍ ଡନ୍ ଦାଉଦ ଇବ୍ରାହିମର କରୋନା ଭାରସ ସଂକ୍ରମଣରେ ମୃତ୍ୟୁ ହୋଇଛି। ଏକ ଅପୁଷ୍ଟ ଖବରରୁ ଏହି ସୂଚନା ମିଳୁଥିବା ବେଳେ ବିସ୍ତୃତ ଖବରକୁ ଅପେକ୍ଷା କରାଯାଇଛି। ଭାରତ ଓ ପାକିସ୍ତାନ ସୋସିଆଲ ମିଡିଆରେ ଏବେ ଦାଉଦର ମୃତ୍ୟୁ ଖବର ଭାଇରଲ ହେଉଥିଲେ ହେଁ ଏ ନେଇ ସ୍ପଷ୍ଟ ଖବର ମିଳିପାରୁନାହିଁ। ସୂଚନା ଯୋଗ୍ୟଯେ ଦାଉଦ୍ ଓ ତା ପତ୍ନୀ ମହଜବିନ୍ କରୋନା ଆକ୍ରାନ୍ତ ହୋଇଥିବା ଶୁକ୍ରବାର ଜଣାପଡିଥିଲା। ସେମାନଙ୍କୁ କରାଚୀର କୌଣସି ଏକ ହସ୍ପିଟାଲରେ ରଖି ଚିକିତ୍ସାକରାଯାଉଥିବା ବେଳେ ଦାଉଦର ମୃତ୍ୟୁ ହୋଇଥିବା ଶନିବାର ପ୍ରଚାରିତ ହେଉଛି।
This is a big blow to NCP. rot in hell #DawoodIbrahim pic.twitter.com/Q1CcUeG9UE
— king in the north (@yashsthakur) June 5, 2020
କ୍ରାଇମ୍ ଲର୍ଡ ୧୯୯୧୩ ମୁମ୍ବାଇ ସିରିୟେଲ ବିସ୍ଫୋରଣ ପରଠାରୁ ଭାରତ ଛାଡି ଦେଇଥିଲା। ତେବେ ସେ କେଉଁଠାରେ ଅବସ୍ଥାନ କରୁଥିଲାର ତାର ନିର୍ଦ୍ଧିଷ୍ଟ ସୂଚନା ନଥିବା ବେଳେ ସେ ଦୀର୍ଘ ବର୍ଷରୁ ପାକିସ୍ତାନରେ ସପରିବାର ରହୁଥିବାର ଭାରତୀୟ ଗୁଇନ୍ଦା ସୂତ୍ରରୁ ସୂଚନା ମିଳୁଥିଲା। ତେବେ ଏ ନେଇ ପାକିସ୍ତାନ କେବେ ସ୍ୱୀକାର କରିନଥିବା ବେଳେ ସେ ଓ ତା ପତ୍ନୀ କରୋନାରେ ଆକ୍ରାନ୍ତ ହୋଇଥିବାର ଅଚାନକ ଶୁକ୍ରବାର ପ୍ରଚାରିତ ହୋଇଥିଲା। ଏଥିରେ ଦାଉଦର ସୁରକ୍ଷା କର୍ମୀ ମଧ୍ୟ କ୍ୱାରେଣ୍ଟାଇନରେ ଯାଇଥିବାର ଜଣାପଡିଥିଲା। ୬୪ ବର୍ଷ ବୟସ୍କ ଦାଉଦ୍ ଇବ୍ରାହୀମ ପୂର୍ବରୁ କଡିନି ଜନିତ ସମସ୍ୟା ସମେତ ଅନ୍ୟ ଶାରୀରିକ ସମସ୍ୟାରେ ଥିବାର ଚର୍ଚ୍ଚା ହେଉଥିଲା। ତେବେ ତାର ମୃତ୍ୟୁ ହୋଇଥିବା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।