Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ହସ୍ପିଟାଲ ବେଡ୍‌ରେ CA ପରୀକ୍ଷା ପ୍ରସ୍ତୁତି କରୁଛନ୍ତି କରୋନା ସଂକ୍ରମିତ: ଫଟୋ ସେୟାର୍ କରି ପ୍ରଶଂସା କଲେ ଆଇଏଏସ୍ ଅଧିକାରୀ

28/04/2021 at 5:52 PM

ବ୍ରହ୍ମପୁର ୨୮/୦୪ : ଜଣେ କରୋନା ସଂକ୍ରମିତ ହସ୍ପିଟାଲ ବେଡ଼ରୁ ଚାଟାର୍ଡ ଆକାଉଣ୍ଟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଖବର ସାମ୍ନାକୁ ଆସିଛି। ହସ୍ପିଟାଲ ବେଡ଼ରେ ବସି ପ୍ରସ୍ତୁତି କରୁଥିବା ଯୁବକଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଆଇଏଏସ ଅଫିସର ବିଜୟ କୁଲଙ୍ଗେ ଏହି ଫଟୋ ସେୟାର କରିଛନ୍ତି। ଫଟୋରେ ସଂକ୍ରମିତ ମାସ୍କ ପିନ୍ଧି ବେଡ଼ରେ ବସି ପାଠ ପଢ଼ୁଥିବା ନଜର ଆସିଛନ୍ତି। ତାଙ୍କ ବେଡ଼ରେ ବହି ଓ କାଲକୁଲେଟର ରଖାଯାଇଛି। ତାଙ୍କ ପାଖରେ ପିପିଇ କିଟ ପିନ୍ଧି ୩ଜଣ ଛିଡା ହୋଇଛନ୍ତି ଓ ତାଙ୍କ ସହ କଥାବାର୍ତ୍ତା କରୁଛନ୍ତି।

ଫଟୋ ସେତେବେଳେ କ୍ଲିକ କରାଯାଇଥିଲା ଯେତେବେଳେ ଗଞ୍ଜାମ ଜିଲ୍ଲା ମାଜିଷ୍ଟ୍ରେଟ ଓ କଲେକ୍ଟର ବିଜୟ କୁଲଙ୍ଗେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ହସ୍ପିଟାଲ ଗସ୍ତରେ ଯାଇଥିଲେ। ବିଜୟ କୁଲଙ୍ଗେ ଟ୍ୱିଟରରେ ଯୁବକଙ୍କ ଫଟୋ ସେୟାର କରି ତାଙ୍କ ସମର୍ପଣର ପ୍ରଶଂସା କରିଛନ୍ତି। ଆଇଏଏସ ଅଧିକାରୀ ଲେଖିଛନ୍ତି, ‘ସଫଳତା ସଂଯୋଗ ନୁହେଁ, ସମର୍ପଣର ଆବଶ୍ୟକତା ରହିଛି।’

ଆଗକୁ ସେ ଲେଖିଛନ୍ତି, “ମୁଁ କୋଭିଡ ହସ୍ପିଟାଲ ଗସ୍ତରେ ଯାଇଥିଲି। ସେତେବେଳେ ଏହି ଯୁବକ ସିଏ ପରୀକ୍ଷା ପାଇଁ ଅଧ୍ୟୟନ କରୁଥିବା ଦେଖିଥିଲି। କୌଣସି ଜିନିଷ ପ୍ରତି ଆପଣଙ୍କ ସମର୍ପଣ ନିଜର ସବୁ ଦୁଃଖ ଭୁଲାଇ ଦିଏ। ଏହାପରେ ସଫଳତା କେବଳ ଔପଚାରିକତା।” 

ଆଇଏଏସ ବୁଧବାର ସକାଳେ ଟ୍ୱିଟରରେ ଯୁବକଙ୍କ ଫଟୋ ସେୟାର କରିବା ପରେ ମାଇକ୍ରୋ ବ୍ଲଗିଙ୍ଗ୍ ପ୍ଲାଟଫର୍ମରେ ୧୦ ହଜାରରୁ ଅଧିକ ଲାଇକ ମିଳିଛି। ଅନେକ ୟୁଜର୍ସ କରୋନାରେ ପୀଡିତ ଯୁବକଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରିଛନ୍ତି।

ଜଣେ ଟ୍ୱିଟର ୟୁଜର ଲେଖିଛନ୍ତି ଯେ ସେ ଆଶା ନ ହାରି ପଢୁଛନ୍ତି ଏହା ଭଲ କଥା। କିନ୍ତୁ ତାଙ୍କୁ ହୋମ ଆଇସୋଲେସନରେ ରହିବା ଉଚିତ ଏବଂ ଆଉ କେହି ଆବଶ୍ୟକୀୟଙ୍କୁ ସେହି ବେଡ଼ ଦେଇଦେବ ଉଚିତ।

   Related Posts