Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଆମାଜନ ଜଙ୍ଗଲରେ କରୋନା : ୟାନୋମାମି ଜନଜାତିରେ ଜଣଙ୍କର ମୃତ୍ୟୁ

12/04/2020 at 1:26 PM

ଆମାଜାନ ୧୨/୦୪ : ମହାମାରୀ କରୋନା ମୃତ୍ୟୁର ଭୟାବହ ତାଣ୍ଡବ ରଚି ଚାଲିଛି | କରୋନା ବର୍ତ୍ତମାନ ଆମାଜାନ ଜଙ୍ଗଲରେ ପହଞ୍ଚି ସାରିଲାଣି | ବ୍ରାଜିଲ ଓ ଭେନେଜୁଏଲା ସୀମାରେ ବସବାସ କରୁଥିବା ୟାନୋମାମି ଜନଜାତିରେ ପ୍ରଥମ କରୋନା ଜନିତ ମୃତ୍ୟୁ ହୋଇଛି | ଏଠାରେ ଜଣେ ୧୫ ବର୍ଷୀୟ ବାଳକର ରିପୋର୍ଟ ପଜିଟିଭ ଆସିଥିଲା | ଏପ୍ରିଲ ୩ ତାରିଖରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା, ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା | ଏହାସହ ଗଳା ଫୁଲି ଯାଇଥିଲା ଓ ଜ୍ୱର ହୋଇଥିଲା | ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିବା ପରେ ପ୍ରଥମ ଯାଞ୍ଚ ରିପୋର୍ଟ ନେଗେଟିଭ ଆସିଥିଲା କିନ୍ତୁ ଦ୍ୱିତୀୟ ଯାଞ୍ଚ ରିପୋର୍ଟ ପଜିଟିଭ ଆସିଥିଲା | କିଛି ଗଣାମାଧ୍ୟମିକ ରିପୋର୍ଟ ଅନୁଯାୟୀ, ଏହି ଜନଜାତିର ଆହୁରି ୭ଜଣ ସଂକ୍ରମିତ ଥିବା କୁହାଯାଇଛି | କିନ୍ତୁ ସରକାରୀ ସୂଚନା ଅନୁଯାୟୀ ସଂକ୍ରମଣ ଯୋଗୁଁ ଏହି ୧୫ ବର୍ଷୀୟ ବାଳକଙ୍କ ମୃତ୍ୟୁ ପ୍ରଥମ ମାମଲା |

ବ୍ରାଜିଲରେ ଗ୍ଲୋବୋ ଖବରକାଗଜ ଅନୁଯାୟୀ, ଦେଶରେ ମହାମାରୀ ଘୋଷଣା ହେବାପରେ ଉକ୍ତ ବାଳକ ସ୍କୁଲରୁ ମ୍ୟୁକେଯଇ ନଦୀ ପାରି ହୋଇ ଘରକୁ ଯାଇଥିଲେ | ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା |

ସାଓ ପାଓଲୋ ଫେଡେରେସନ ୟୁନିଭର୍ସିଟିର ବଗେଶକ ଡ.ସୋଫିଆ ମେଣ୍ଡାଙ୍କାଙ୍କ ମୁତାବିକ ବର୍ତ୍ତମାନ କରୋନା ବ୍ରାଜିଲର ଆଦିବାସୀ ସମ୍ପ୍ରଦାୟ ଆଡକୁ ଗତି କରୁଛି | ବ୍ରାଜିଲରେ ୨୦୦ ଗାଁ ଅଛି ଯେଉଁଠାରେ ଏହି ଜନଜାତି ବସବାସ କରନ୍ତି | ବ୍ରାଜିଲର ମେଡିକାଲ ଏକ୍ସପର୍ଟଙ୍କ କହିବାନୁଯାୟୀ, କରୋନା ବର୍ତ୍ତମାନ ସେଠାକାର ମୂଳ ବାସିନ୍ଦା ତଥା ୟାନୋମାମି ଜନଜାତିଙ୍କୁ ବି ଆକ୍ରାନ୍ତ କଲାଣି | ଏହି ସଙ୍କଟ ବିଷୟରେ କିଛି ବି କୁହାଯାଇ ପାରିବନାହିଁ | ବ୍ରାଜିଲରେ ଏବେ ସୁଦ୍ଧା ୧୮ ହଜାର ୧୭୬ ଜଣ ଆକ୍ରାନ୍ତ ହୋଇଥିବାବେଳେ ୯୫୭ ଜଣ ପ୍ରାଣ ହରାଇଛନ୍ତି |

ବ୍ରାଜିଲର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ଏପ୍ରିଲ ଆରମ୍ଭରୁ ଆମାଜାନର ବର୍ଷାବନରେ କରୋନାର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା | ଜଣେ ମହିଳା ଆକ୍ରାନ୍ତ ହୋଇଥିଲେ | ମହିଳାଙ୍କ ବୟସ ୨୦ ବର୍ଷା ଓ ସେ କୋକାମା ସମ୍ପ୍ରଦାୟର | ଏହି ଜନଜାତି ସମ୍ପ୍ରଦାୟ କଲମ୍ବିଆ ସୀମାରୁ ୮୮୦ କିମି ଉଚ୍ଚରେ ବସବାସ କରନ୍ତି |

କିଏ ଏହି ୟାନୋମାମି ଜନଜାତି ?
ଏହି ଜନଜାତି ସମ୍ପର୍କରେ ପ୍ରଥମେ ୧୯୪୦ ମସିହାରେ ଜଣାପଡିଥିଲା | ସେତେବେଳେ ବ୍ରାଜିଲ ସରକାର ଭେନେଜୁଏଲା ସୀମା ସ୍ପଷ୍ଟ କରିବା ପାଇଁ ନିଜ ଟିମ ପଠାଇଥିଲେ | ଏହି ଜନଜାତି ସମ୍ପ୍ରଦାୟର ଲୋକେ ବାହାର ଦୁନିଆ ସହ କୌଣସି ସମ୍ପର୍କ ରଖନ୍ତି ନାହିଁ | ବ୍ରାଜିଲ ଓ ଭେନେଜୁଏଲା ସୀମାରେ ଏହି ଜନଜାତିର ଅଧିକ ସଂଖ୍ୟକ ଲୋକ ବସବାସ କରନ୍ତି | ଏହି ଜନଜାତି ଏସିଆ ବଙ୍ଗ ଆମେରିକାରୁ ପାଖାପାଖି ୧୫ ହଜାର ବର୍ଷା ପୂର୍ବରୁ ଏଠାକୁ ଆସିଥିଲେ ବୋଲି କୁହାଯାଏ |

   Related Posts