Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

୫୦ ମାଓବାଦୀ କୋଭିଡ୍ ପଜିଟିଭ୍ ! ବିପଦରେ ନୀରିହ ଆଦିବାସୀଙ୍କ ଜୀବନ

9/05/2021 at 7:31 AM

ମାଲକାନଗିରି, ୦୯।୦୫: ମାଓବାଦୀଙ୍କୁ କରୋନା । କରୋନା ଫାସରେ ଲାଲ୍ ବାହିନୀର ସଦସ୍ୟ ।  ମାଲକାନଗିରି ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ୫୦ ରୁ ଅଧିକ ମାଓବାଦୀ କରୋନା ଆକ୍ରାନ୍ତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଦନ୍ତେୱାଡା ଏସପି ଅଭିଷେକ ପଲ୍ଲଭ ।

ଅନେକ ହାର୍ଡକୋର୍ ମାଓବାଦୀ ମଧ୍ୟ କୋଭିଡ୍ ପଜିଟିଭ୍ ହୋଇଛନ୍ତି । ଯାହା ମଧ୍ୟରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବା ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ମାଓ ନେତ୍ରୀ ସୁଜାତା ମଧ୍ୟ ରହିଥିବା ଜଣାପଡିଛି । ତେବେ କରୋନା ସଂକ୍ରମଣ ହେବା ପରେ ମାଓବାଦୀ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଫେରି ଆସିବା ଲାଗି ଆହ୍ବାନ କରିଛନ୍ତି ଏସପି ଅଭିଷେକ ପଲ୍ଲଭ । ନହେଲେ କରୋନା ସଂକ୍ରମିତ ନକ୍ସଲ ମାନେ ପ୍ରାଣ ହରାଇବା ସହ ସେମାନଙ୍କ ଦ୍ବାରା ଅନେକ ନିରୀହ ଆଦିବାସୀ ଲୋକେ ମଧ୍ୟ କରୋନା ଆକ୍ରାନ୍ତ ହେବେ ବୋଲି ଏସପି ଅଭିଷେକ ପଲ୍ଲଭ କହିଛନ୍ତି ।

   Related Posts