ପୁରୁଷଙ୍କ ପ୍ରାଇଭେଟ୍ ପାର୍ଟରେ ମିଳିଲା କରୋନା ଭାଇରସ, ସୁସ୍ଥ ହେବା ପରେ କମୁଛି ଯୌନ କ୍ଷମତା : ସ୍କାନିଂ ବେଳେ ସାମ୍ନାକୁ ଆସୁଛି ଭୟଙ୍କର ଚିତ୍ର...

Published By : Prameya-News7 Bureau | May 13, 2021 IST

ନୂଆଦିଲ୍ଲୀ,୧୩/୦୫:  କରୋନାରୁ ସୁସ୍ଥ ହେବା ପରେ ପୁରୁଷଙ୍କ ପ୍ରତି ଅଧିକ ବିପଦ ରହିଛି । ସୁସ୍ଥ ହେବାର ଅନେକ ମାସ ଯାଏଁ ମଧ୍ୟ ପୁରୁଷମାନେ କରୋନା ଜାଲରୁ ଖସି ପାରନ୍ତି ନାହିଁ । ଏକ ନୂଆ ଗବେଷଣାରୁ ଏହି ସବୁ ତଥ୍ୟ ଆସିଛି । ଏପରିକି ଭଲ ହେବା ପରେ ପୁରୁଷଙ୍କ ପ୍ରାଇଭେଟ୍ ପାର୍ଟରେ କରୋନା ରହିଥାଏ ବୋଲି ଗବେଷଣାରୁ ଜଣାପଡିଛି । ଫଳରେ ପୁରୁଷମାନେ ଇରେକ୍ଟାଇଲ୍ ଡିସଫଙ୍କସନ୍‌ର ସମସ୍ୟା କରିଥାନ୍ତି । ପୁରୁଷଙ୍କ ଯୌନାଙ୍ଗରେ ଥିବା ଇରେକ୍ଟାଇଲ୍ କୋଷ ଗୁଡିକୁ ଭାଇରସ ନଷ୍ଟ କରିଦିଏ । ଫଳରେ ଯୌନ କ୍ଷମତା ଉପରେ ଏହାର ପ୍ରଭାବ ପଡିଥାଏ ।

ମିୟାମି ବିଶ୍ୱ ବିଦ୍ୟାଳୟର ରିପୋର୍ଟ ଅନୁସାରେ, ଦୁଇ କରୋନା ଆକ୍ରାନ୍ତ ପୁରୁଷଙ୍କ ପ୍ରାଇଭେଟ୍ ପାର୍ଟକୁ ସ୍କାନ୍ କରାଯାଇଥିଲା । ଏହି ସ୍କାନିଂ ସୁସ୍ଥ ହେବାର ୬ ମାସ ପରେ କରାଯାଇଥିଲା । ଏଥିରୁ ଜଣା ପଡିଥିଲା ଯେ, ପ୍ରାଇଭେଟ୍ ପାର୍ଟରେ ଥିବା ଇରେକ୍ଟାଇଲ୍ ସେଲ୍ସରେ ଭାଇରସ ରହିଛି । ଫଳରେ ଇରେକ୍ଚାଇଟ୍ ଡିସଫଙ୍କସନର ସମସ୍ୟା ହେଉଛି ।

ଏହାମଧ୍ୟରୁ ଜଣେ ପୁରୁଷ ଗୁରୁତର ଭାବେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅନ୍ୟଜଣଙ୍କ ଠାରେ ସାମାନ୍ୟ ଲକ୍ଷଣ ଥିଲା । କିନ୍ତୁ ଉଭୟ ଇରେକ୍ଟାଇଲ୍ ଡିସଫଙ୍କସନ୍ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଯାହା ଏକି ଘାତକ ଲକ୍ଷଣ ଅଟେ ।ଯଦ୍ୱାରା ଯୌନାଙ୍ଗରେ ରକ୍ତ ପ୍ରବାହ କମିଯାଏ । ଯୌନ ସମ୍ପର୍କ ବେଳେ ଅସୁବିଧାର ସାମ୍ନା କରିବାକୁ ହୋଇଥାଏ ।

wp:html /wp:html

ଗବେଷଣାରେ ସାମିଲ ଥିବା ବୈଜ୍ଞାନିକ ଡାକ୍ତର ରଞ୍ଜିତ ରାମାସାମି କହିଛନ୍ତି ଯେ, ଯେଉଁ ପୁରୁଷ ପୂର୍ବରୁ ଏହି ସମସ୍ୟାର ସମ୍ମୁଖିନ ହେଉନଥିଲେ, ସେମାନେ ସଂକ୍ରମିତ ହେବା ପରେ ଏହି ସମସ୍ୟାର ସାମ୍ନା କରୁଛନ୍ତି । ଯୌନାଙ୍ଗର ସ୍କାନିଂ ଗଭୀର ଭାବେ କରାଯାଇଥିଲା । ୧୦୦ ନାନୋ ମିଟର୍ସ ସ୍ତରରେ ଭାଇରସ ଠାବ ଦେଖିବାକୁ ମିଳିଥିଲା । ଏହାପରେ ସେମାନଙ୍କ ଆରଟିପିସିଆର ଟେଷ୍ଟ କରାଯାଇଥିଲା । ଉଭୟ ସୁସ୍ଥ ହେବାର ୬ ମାସ ପରେ ବି କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ ।

ଏତତ୍ ବ୍ୟତୀତ, ରୋମ୍ ୟୁନିଭର୍ସିଟିର ଡାକ୍ତରମାନେ ମଧ୍ୟ ୧୦୦ ପୁରୁଷଙ୍କ ଶୁକ୍ରାଣୁର ପରୀକ୍ଷା କରିଥିଲେ । ୨୮ ପ୍ରତିଶତ ପୁରୁଷ ଇରେକ୍ଟାଇଲ୍ ଡିସଫଙ୍କସନର ସମସ୍ୟା କରୁଥିବା ଜଣା ପଡିଥିଲା । ସାଧାରଣ ଭାବେ ଏହି ପୁରୁଷଙ୍କ ବୟସ ପ୍ରାୟ ୩୩ ବର୍ଷରୁ କମ୍ ଥିଲା  ବୋଲି ଜଣାପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.