Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ମହାରାଷ୍ଟ୍ର ସ୍ଥିତି ସଙ୍ଗୀନ: ୨୪ ଘଣ୍ଟାରେ ୭୭୩ ମୃତ, ୬୬୮୩୬ ନୂଆ ସଂକ୍ରମିତ ଚିହ୍ନଟ

23/04/2021 at 9:45 PM

ମୁମ୍ବାଇ ୨୩/୪:  ମହାରାଷ୍ଟ୍ରରେ କରୋନା ସଙ୍କଟ ଲଗାତାର ବଢ଼ିବାରେ ଲାଗିଛି। ମହାରାଷ୍ଟ୍ର ଏବେ ଦେଶର ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ। ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୬,୮୩୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୭୩ ଜଣ ପ୍ରାଣ ହରାଇଛନ୍ତି। ଏବେ ରାଜ୍ୟରେ ୬,୯୧,୮୫୧ ସକ୍ରିୟ ମମାଲା ରହିଛି। ଏବେ ସୁଦ୍ଧା ମହାରାଷ୍ଟ୍ରରେ ୬୩,୨୫୨ ଲୋକ କରୋନାରେ ପ୍ରାଣ ହରାଇଛନ୍ତି।

ସାରା ଦେଶରେ ମେଡିକାଲ୍‌ ଅକ୍ସିଜେନ୍‌କୁ ନେଇ ଅଭାବ ଦେଖାଦେଇଥିବା ବେଳେ ମହାରାଷ୍ଟ୍ରରେ ମଧ୍ୟ ସମାନ ସ୍ଥିତି। ସେଠାରେ କରୋନା ଟିକାକରଣକୁ ନେଇ ମଧ୍ୟ ସମସ୍ୟା ରହିଛି। ମୁମ୍ବାଇରେ ଶୁକ୍ରବାର ଦିନ ପାଖାପାଖି ୫୪ ଟିକାକରଣ କେନ୍ଦ୍ର ବନ୍ଦ ରହିଛି । କାରଣ କେନ୍ଦ୍ରରେ ଟିକା ନାହିଁ। ଅନ୍ୟପଟେ ମୁମ୍ବାଇରେ ଶୁକ୍ରବାର ୭୨୨୧ ନୁଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ୭୨ ଲୋକଙ୍କ ଜୀବନ ଯାଇଛି।

ମିଳିଥିବା ସୂଚନା ଅନୁସାରେ ବିଭିନ୍ନ ହସ୍ପିଟାଲରେ କରୋନା ଟିକାର ଘୋର ଅଭାବ ରହିଛି। ବିଏମସି ୫୪ ଟିକାକରଣ କେନ୍ଦ୍ରର ଲିଷ୍ଟ ଜାରି କରିଛି ଯେଉଁଠି ଟିକାକରଣ ବନ୍ଦ ରହିଛି। ମୁମ୍ବାଇରେ ଏବେ ୧୩୨ ଟିକାକରଣ କେନ୍ଦ୍ର ରହିଛି। ୭୩ଟି ଘରୋଇ ହସ୍ପିଟାଲରେ ରହିଛି। ମୁମ୍ବାଇକୁ ୨୦ ଏପ୍ରିଲ୍‌ରେ ଏକ ଲକ୍ଷ ଟିକାର ଡୋଜ୍‌ ମିଳିଥିଲା। କିନ୍ତୁ ଦୈନିକ ଏଠାରେ ୫୦ ହଜାରୁ ଅଧିକ ଭ୍ୟାକସିନ୍‌ ଡୋଜ୍‌ ଦିଆଯାଉଛି। ମହାରାଷ୍ଟ୍ରରେ ରେମଡେସିଭିର ଇଞ୍ଜେକ୍ସନର ଅଭାବ ନେଇ ଶିବସେନା ସାଂସଦ ଅରବିନ୍ଦ ସାଓ୍ବନ୍ତ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ। ଆବଶ୍ୟକତାଠୁ କମ୍‌ ଇଞ୍ଜେକ୍ସନ କାହିଁକି ମିଳୁଛି ବୋଲି ପଚାରିଥିଲେ ଅରବିନ୍ଦ ସାଓ୍ବନ୍ତ।

ମହାରାଷ୍ଟ୍ରରେ କରୋନା ସ୍ଥିତି

୨୪ ଘଣ୍ଟାରେ ମୋଟ ମାମଲା ୬୬୮୩୬

୨୪ ଘଣ୍ଟାରେ ମୃତ୍ୟୁ – ୭୭୩

ମୋଟ ସକ୍ରିୟ ମାମଲା- ୬,୯୧,୮୫୧

ମୋଟ ସଂକ୍ରମିତ- ୪୧,୬୧,୬୭୬

ମୋଟ ମୃତକଙ୍କ ସଂଖ୍ୟା- ୬୩,୨୫୨

   Related Posts