ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ପଶିଲା କରୋନା
26/07/2020 at 8:34 PM

ଝାରସୁଗୁଡା୨୬/୭: ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରୋନା ପଶିଲା। ଭୟରେ ରୋଗୀ ଓ ସମ୍ପର୍କୀୟ। ଜଣେ କରୋନା ସଂକ୍ରମିତ ଝାରସୁଗୁଡା DHHରେ ରବିବାର ସକାଳ ୯ ଟା ରେ ମେଡ଼ିସିନ ୱାର୍ଡ ରେ ଭର୍ତ୍ତି ହୋଇଛନ୍ତି । ବର୍ତ୍ତମାନ ରିପୋର୍ଟ ଆସିବା ପରେ ଜିଲ୍ଲା ପ୍ରଶାସନ ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା ।ଗତ୨୩ ତାରିଖରେ ଏହି ସଂକ୍ରମିତଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇ ଥିଲା। ଆଜି ସଂଧ୍ୟା ରେ ରିପୋର୍ଟ ପଜିଟିଭ ଆସିବା ପରେ ଭୟରେ ରୋଗୀମାନଙ୍କ ସମ୍ପର୍କୀୟ ମାନେ ଡାକ୍ତରଖାନା ବାହାରେ ବୁଲୁଛନ୍ତି।
ଝାରସୁଗୁଡା ଜିଲ୍ଲା ସରକାରୀ ମୁଖ୍ୟ ଡାକ୍ତରଖାନାରେ ୫୪ ବର୍ଷୀୟ ବ୍ୟକ୍ତି ଆଜି ସକାଳ ୯ଟା ରୁ ଭର୍ତ୍ତି ହୋଇଛି। ଅପରାହ୍ଣ ୪.୩୦ ରେ ସେହି ଲୋକଙ୍କ କୋଭିଡ଼ ପଜିଟିଭ୍ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପାଖକୁ ସୂଚନା ଆସିବା ପରେ କୋଭିଡ଼ ମାଜିଷ୍ଟ୍ରେଟ ଦ୍ବୟ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚି ସିଡିଏମଓ ଜଣାଇଥିବାରୁ ବର୍ତ୍ତମାନ ଉକ୍ତ ଆକ୍ରାନ୍ତ ବ୍ୟକ୍ତିଙ୍କୁ କୋଭିଡ଼ ହସ୍ପିଟାଲକୁ ପଠାଇ ଦିଆଯାଇଛି ବୋଲି କୋଭିଡ଼ ମାଜିଷ୍ଟ୍ରେଟ ଗୋଲକ ବିହାରୀ ମଙ୍ଗରାଜ ସୂଚନା ଦେଇଛନ୍ତି ।
ଏହି ବ୍ୟକ୍ତି ଗତ ୨୩ ତାରିଖ ସ୍ୱାବ ଦେଇଥିଲେ। ମାତ୍ର ଆଜି କାହାକୁ ନ ଜଣାଇ ଅନ୍ୟ ରୋଗ ପାଇଁ ଜିଲ୍ଳା ହସ୍ପିଟାଲରେ ଭର୍ତ୍ତି ହେବାରୁ ଏହି ରୋଗୀର ସଂସ୍ପର୍ଶରେ ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀ ରହିଥିବାରୁ ଜିଲ୍ଲା ପ୍ରଶାସନ ଓ ସରକାରୀ ଜିଲା ମୁଖ୍ୟ ଡାକ୍ତରଖାନା ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି ।ଜିଲ୍ଲା ପ୍ରଶାସନ ପକ୍ଷରୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଜରୁରୀ ବୈଠକ ଡକାଇଲେ।