Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ବିଶ୍ୱବିଦ୍ୟାଳୟରେ କରୋନା ଆତଙ୍କ : ବାହାରିଲେ ୪୩ ପଜିଟିଭ୍, ପରୀକ୍ଷା ସ୍ଥଗିତ

11/04/2021 at 11:03 AM

ଶ୍ରୀନଗର,୧୧/୦୪:   ୟୁନିଭର୍ସିଟି ଅଫ୍ ଜମ୍ମୁରେ କରୋନା ଭାଇରସ ଆତଙ୍କ ସୃଷ୍ଟି କରିଛି । ଶନିବାର ବିଶ୍ୱବିଦ୍ୟାଳୟରେ ୪୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ କ୍ୟାମ୍ପସରେ ଅଫଲାଇନ୍ କ୍ଲାସ୍ ବନ୍ଦ କରିଦିଆଯାଇଛି । ଏବେ କେବଳ ଅନଲାଇନ୍ କ୍ଲାସ ହେବ ବୋଲି ରେଜିଷ୍ଟ୍ରାର୍ କହିଛନ୍ତି ।

ଏହାସହ ବିଶ୍ୱ ବିଦ୍ୟାଳୟରର ସମସ୍ତ ପରୀକ୍ଷାକୁ ଏପ୍ରିଲ ୧୫ ତାରିଖ ଯାଏଁ ସ୍ଥଗିତ ରଖାଯାଇଛି । ଏହାସହ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟକୁ ବନ୍ଦ କରିଦିଆଯାଇଛି ।

ରେଜିଷ୍ଟ୍ରାରଙ୍କ ଦ୍ୱାରା ଜାରି ଆଦେଶରେ କୁହାଯାଇଛି ଯେ,  ସମସ୍ତ କ୍ଲାସ୍ ଓ ରିସର୍ଚ୍ଚ ଲ୍ୟାବକୁ ପରବର୍ତ୍ତୀ ଆଦେଶ ଯାଏଁ ବନ୍ଦ କରିଦିଆଯାଇଛି । ସମସ୍ତ ପାଠପଢା ଅନଲାଇନରେ ହେବ । ଅଫିସର ସହ ଜଡିତ କାମ ମଧ୍ୟ ଅନଲାଇନରେ କରାଯିବ । ହଷ୍ଟେଲରେ ରହୁଥିବା ଛାତ୍ରଙ୍କୁ ନିୟମାନୁସାରେ ଖାଲି କରିବାକୁ କୁହାଯାଇଛି । କ୍ୟାମ୍ପସରେ ଥିବା ଧନନ୍ତ୍ୱରୀ ଲାଇବ୍ରେରୀ, ଅଡିଟୋରିୟମ, ୟୁନିଭର୍ସିଟି ଗେଷ୍ଟ୍ ହାଉସ, କ୍ୟାଫେକୁ ମଧ୍ୟ ବନ୍ଦ କରାଯାଇଛି  ।

ଏହା ସହ ସମସ୍ତ ପରୀକ୍ଷାକୁ ଏପ୍ରିଲ ୧୫ ଯାଏଁ ସ୍ଥଗିତ ରଖାଯାଇଛି । ଏମଫିଲ୍ ଓ ପିଏଚଡିର ଭାଏଭା ଅନଲାଇନରେ କରାଯିବ । କୌଣସି କର୍ମଚାରୀଙ୍କୁ ସହର ବାହାରକୁ ଯିବାକୁ ଅନୁମତି ଦିଆଯିବ ନାହିଁ । କ୍ୟାମ୍ପସକୁ ସାନିଟାଇଜ୍ କରାଯିବ ଓ ସ୍ୱାସ୍ଥ୍ୟ ସେବା ଓ ସୁରକ୍ଷା ସହ ଜଡିତ କର୍ମଚାରୀଙ୍କୁ ଛୁଟି ଦିଆଯିବ ନାହିଁ ବୋଲି ସେ କହିଛନ୍ତି ।  

   Related Posts