Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

କାଠ ଚାଲାଣ ଜରିଆରେ ଭାରତରେ କରୋନା ଷଡଯନ୍ତ୍ର : କିଏ ଏହି ଜାଲିମ ମିଆଁ ଯିଏ ରଚିଛି ଷଡଯନ୍ତ୍ର ?

11/04/2020 at 12:37 PM

ନୂଆଦିଲ୍ଲୀ ୧୧/୦୪ : ନେପାଳର ଜାଲିମ ମିଆଁ ଭାରତରେ କରୋନା ବିସ୍ତାର କରିବା ଷଡଯନ୍ତ୍ରର ସୂଚନା ଗୁଇନ୍ଦା ବିଭାଗକୁ ଦିଆଯାଇଛି | ଜାଲିମ ମିଆଁ କେବଳ ନାଁରେ ନୁହେଁ ବରଂ କାମରେ ମଧ୍ୟ ଜାଲିମ | ଭାରତ ନେପାଳ ସୀମାରେ ଯେତେ ଅନୈତିକ କାମ ହୁଏ ତାର କିଙ୍ଗପିନ ଏହି ଜାଲିମ ମିଆଁ | ବର୍ତ୍ତମାନ ଏହି ଜାଲିମ କରୋନା ପ୍ରଭାବିତ ଲୋକଙ୍କୁ ଭାରତକୁ ପଠାଇ ଭାରତରେ କରୋନା ବିସ୍ତାର କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି |

ଭାରତ ନେପାଳ ସୀମାରେ ନିୟୋଜିତ ଏସଏସବି ଗୁଇନ୍ଦା ସୂଚନା ଆଧାରରେ ବିହାରର ପୂର୍ବ ଓ ପଶ୍ଚିମ ଚମ୍ପାରଣର ଜିଲ୍ଲା ଅଧିକାରୀଙ୍କୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି | ଜିଲ୍ଲା ଅଧିକାରୀ ଜିଲ୍ଲାର ଏସପିଙ୍କୁ ଚିଠି ଲେଖି ଏ ସମ୍ପର୍କରେ ସୂଚନା ଦେଇଛନ୍ତି | ଜାଲିମ ମିଆଁର ଭାରତ ପ୍ରତି ଜାଲିମ କାର୍ଯ୍ୟର ଲମ୍ବା ଇତିହାସ ରହିଛି |

ଭାରତର ସିମବର୍ତ୍ତୀ ସହର ରକସୌଲ ସଂଲଗ୍ନ ନେପାଳ ସହର ଜାଲିମ ମିଆଁର ଆତଙ୍କରେ ଆଘାତ ହୋଇଛି | କାଠ ଚାଲାଣରୁ ଆରମ୍ଭ କରିଥିବା ଜାଲିମ ଭାରତରେ ନକଲି ନୋଟ କାରବାର ସହ ହିନ୍ଦୁଵାଦୀ ନେତାଙ୍କ ହତ୍ୟା ଦୋଷ ମଧ୍ୟ ରହିଛି | ଜାଲିମ ଆଇଏସଇ ଇସାରାରେ ଭାରତରେ ଏହିସବୁ ଅନୈତିକ କାର୍ଯ୍ୟ କରିଛି | 

ଜାଲିମ ଉପରେ ନିକଟରେ ନେପାଳରେ ହୋଇଥିବା ମୁସଲିମ ଧର୍ମାବଲମ୍ବୀଙ୍କ ସବୁଠାରୁ ବଡ ସମାରୋହ ଇଜ୍ଜିମା ବାହାନାରେ ପାକିସ୍ତାନ ନାଗରିକଙ୍କୁ ନେପାଳକୁ ଡାକିବା ଏବଂ ତାଙ୍କୁ ନେପାଳୀ ପରିଚୟ ପତ୍ର ଉପଲବ୍ଧ କରାଇ ଭାରତର ନିଜାମୁଦ୍ଦିନ ଅଞ୍ଚଳରେ ମର୍କଜ ପଠାଇଥିବା ଅଭିଯୋଗ ହୋଇଛି | ଅପରାଧ ଉପରେ ରାଜନୀତିର ପରଦା ପକାଇ ଜାଲିମ ନେପାଳର ଶାସକ ଦଳ ଅଧ୍ୟକ୍ଷ ଏବଂ ମାଓବାଦୀ ନେତାଙ୍କ ସମର୍ଥନ ମଧ୍ୟ ହାସଲ କରିଛି |

ବହୁ ପୂର୍ବରୁ କାଠ ଚୋରା ଚାଲାଣ ଯୋଗୁଁ ଜାଲିମ ଜେଲ ମଧ୍ୟ ଯାଇଛି | ସେ ଭାରତୀୟ ଗୁଇନ୍ଦା ବିଭାଗର ମନିଟରିଂରେ ପ୍ରବେଶ କରିଥିଲା | ସେତେବେଳେ ନେପାଳରେ ଆଇଏସଇର ହ୍ୟାଣ୍ଡଲର ୟୁନୁସ ଅନସାରୀର ଇସାରାରେ ପାକିସ୍ତାନରୁ ଆସୁଥିବା ଜାଲି ଭାରତୀୟ ମୁଦ୍ରାକୁ ଭାରତକୁ ଆଣୁଥିଲା | ତାର ଅନେକ ନିକଟତର ଲୋକ ଜାଲି ନୋଟ ସହ ଗିରଫ ହେବାପରେ ଜାଲିମ କିଛି ବର୍ଷ ଉଣ୍ଡରଗ୍ରାଉଣ୍ଡ ହୋଇଯାଇଥିଲା |

ଏହା ମଧ୍ୟରେ ନେପାଳ ପୋଲିସ ୟୁନୁସକୁ ଗିରଫ କରିଥିଲା ଏବଂ ଗୁଇନ୍ଦା ବିଭାଗ ଭାରତ ବିରୋଧୀ କାମ କରୁଥିବା ଲୋକଙ୍କ ଏନକାଉଣ୍ଟର କରିବା ଆରମ୍ଭ କରିଥିଲେ | ଜାଲିମ ନିଜ ଜୀବନ ବଞ୍ଚାଇବା ପାଇଁ ସେତେବେଳେର ସବୁଠାରୁ ବଡ ଦଳ ମାଓବାଦୀରେ ସାମିଲ ହୋଇଥିଲା | ରାଜନୈତିକ ପ୍ରଭାବ ଦେଖାଇବା ପାଇଁ ଜାଲିମ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କୁ ହେଲିକେପ୍ଟରରେ ଡାକିଥିଲା |

ଜାଲିମ ଉପରେ ହିନ୍ଦୁ ଯୁବ ସଂଘ ଅଧ୍ୟକ୍ଷ କଷି ତିୱାରୀଙ୍କ ହତ୍ୟାରେ ସାମିଲ ହୋଇଥିବା ଅଭିଯୋଗ ରହିଛି | ଏହି ହତ୍ୟାକାଣ୍ଡରେ ସାମିଲ ଥିବା ନେଇ ପୋଲିସ ଜାଲିମକୁ ଗିରଫ କରି କିଛି ମାସ ହେପାଜତରେ ରଖିଥିଲା | ପରେ ସେ ଜାମିନରେ ଆସିଥିଲା | ଏହାପରେ ନେପାଳ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ସେ ମାଓବାଦୀ ଦଳ ଟିକେଟରେ ନିର୍ବାଚନ ଲଢ଼ିଥିଲେ | ଭାରତୀୟ ସୀମାରେ ଅବସ୍ଥିତ ନେପାଳର ଜଗନ୍ନାଥପୁର ଗ୍ରାମ ପରିଷଦର ମୁଖ୍ୟ ଭାବେ ନିର୍ବାଚିତ ହୋଇଥିଲା |

ଚଳିତ ବର୍ଷ ଜାନୁଆରୀ ୧୫ ରୁ ୧୭ ତାରିଖ ମଧ୍ୟରେ ନେପାଳର ସପ୍ତରୀ ଜିଲ୍ଲାରେ ମୁସଲମାନଙ୍କ ସବୁଠାରୁ ବଡ କାର୍ଯ୍ୟକ୍ରମ ତବଲିଗି ଜମାତ ଆୟୋଜନ ହୋଇଥିଲା | ଏଥିରେ ଭାରତ, ନେପ, ପାକିସ୍ତାନ, ବାଂଲାଦେଶ, ଖାଡୀ ଦେଶ ସମେତ ପାଖାପାଖି ୧୮ ଦେଶର ମୁସଲମାନ ଯୋଗ ଦେଇଥିଲେ | ଏଥିରେ ପାଖାପାଖି ଅଢେଇ ରୁ ୩ ଲକ୍ଷ ଲୋକ ଯୋଗ ଦେଇଥିଲେ | ଏହାର ମୁଖ୍ୟ ଅତିଥି ପ୍ରବକ୍ତା ନୂଆଦିଲ୍ଲୀ ନିଜାମୁଦ୍ଦିନ ମର୍କଜର ମୌଲାନା ସାଦ | ପ୍ରଥମେ ସୁରକ୍ଷା ଦୃଷ୍ଟିରୁ ନେପାଳ ସରକାର ଏହି ଆୟୋଜନ ଉପରେ ପ୍ରତିବନ୍ଧକ ଲଗାଇଥିଲେ | କିନ୍ତୁ ପରେ ନେପାଳ ଓ ଭାରତ ଛଡା ଅନ୍ୟ ଦେଶର ମୁସଲମାନଙ୍କୁ ପଠାଇବା ସର୍ତରେ ଏହି କାର୍ଯ୍ୟକ୍ରମ କରିବା ପାଇଁ ଅନୁମତି ଦେଇଥିଲେ |

ପରେ ଜଣାପଡିଥିଲା ଯେ ପାକିସ୍ତାନରୁ ଆସିଥିବା ସମସ୍ତେ ନେପାଳରେ ଅଛନ୍ତି | ଏ ସମସ୍ତଙ୍କୁ ଜାଲିମ ମିଆଁ ଆଶ୍ରୟ ଦେଇଥିଲା | ଯେତେବେଳେ ଭାରତରେ ତବଲିଗି ଜମାତ ମାମଲା ସାମ୍ନାକୁ ଆସିଥିଲା ସେତେବେଳେ ନେପାଳରେ ମଧ୍ୟ ହଇଚଇ ସୃଷ୍ଟି ହୋଇଥିଲା | ସମସ୍ତ ମୁସଲମାନମାନଙ୍କୁ ଅଲଗା ଅଲଗା ମସଜିଦରେ ଲୁଚାଇ ଦିଆଯାଇଥିଲା | ନେପାଳ ପୋଲିସ ଚଢ଼ାଉ କରି ୫୦ ରୁ ଅଧିକ ପାକିସ୍ତାନୀ ମୌଲବୀଙ୍କୁ ହେପାଜତକୁ ନେଇଥିଲା | ଜାଲିମ ମିଆଁ ଘରୁ ହିଁ ୧୧ ଜଣ ପାକିସ୍ତାନୀ ନାଗରିକଙ୍କୁ ନିୟନ୍ତ୍ରଣଧିନ କରି କ୍ଵାରେଣ୍ଟାଇନରେ ରଖାଯାଇଛି |

   Related Posts