ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୧ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୭ ମୃତ

Published By : Prameya-News7 Bureau | January 28, 2022 IST

ନୂଆଦିଲ୍ଲୀ ୨୮/୦୧: ବୋଲ ମାନୁନି କରୋନା । ଦେଶରେ ପୁଣି କରୋନା ବିସ୍ଫୋରଣ ।   ଏବେ କରୋନା ସଂକ୍ରମଣ ପୁଣି ହୁ ହୁ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି ବ୍ରେକ୍ ଲାଗୁନି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୫୦ ହଜାର ତଳେ ଥିଲା ବେଳେ ଏବେ ସଂକ୍ରମଣ ପୁଣି ୨ ଲକ୍ଷ ଟପିଛି ।

ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୫୧ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୨୭ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୨୫୧୨୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୬୨୭ ଛୁଇଁଛି ।

wp:html /wp:html

ଏବେସୁଦ୍ଧା ଦେଶରେ ପ୍ରାୟ ୩ କୋଟି ୮୫ ଲକ୍ଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୨୧୦୫୬୧୧ ସକ୍ରିୟ ମାମଲା ରହିଛି ଏବଂ ୩୮୦୨୪୭୭୧ ଜଣ ସୁସ୍ଥ ହୋଇ ଫେରିଛନ୍ତି ।  ଏତତ୍ ବ୍ୟତୀତ ୪୯୨୩୨୭ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.