ଡାକ୍ତର, ନର୍ସଙ୍କ ସୁରକ୍ଷା ଆଗ: ଆକ୍ରମଣକାରୀଙ୍କୁ ୭ ବର୍ଷ ଜେଲ୍ ଦଣ୍ଡ, ୫ ଲକ୍ଷ ଟଙ୍କା ଜରିମାନା

Published By : Prameya-News7 Bureau | April 22, 2020 IST

ନୂଆଦିଲ୍ଲୀ ୨୨।୦୪: କରୋନା ଭାଇରସ୍‌ ମହାମାରୀ ସମୟରେ ଦେଶରେ ଡାକ୍ତର ଓ ନର୍ସଙ୍କ ଉପରେ ହେଉଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ସରକାର ଏହି କରୋନା ଯୋଦ୍ଧାଙ୍କ ସୁରକ୍ଷା ପାଇଁ ଏକ ଅଧ୍ୟାଦେଶ ଆଣିଛନ୍ତି। ନରେନ୍ଦ୍ର ମୋଦୀ କ୍ୟାବିନେଟ୍‌ ଆଜି ବୈଠକରେ ୧୨୩ ବର୍ଷ ପୁରୁଣାର ଆଇନରେ ପରିବର୍ତ୍ତନ କରିବା ସହ ସ୍ଵାସ୍ଥ୍ୟକର୍ମୀଙ୍କ ଲାଗି ଅଧ୍ୟାଦେଶ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଅଧ୍ୟାଦେଶ ଆଧାରରେ ଡାକ୍ତର ଓ ଅନ୍ୟ ସ୍ଵାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ହେଲେ ଆକ୍ରମଣକାରୀଙ୍କୁ ସର୍ବାଧିକ ୭ ବର୍ଷ ଜେଲ୍ ଦଣ୍ଡ ହୋଇପାରେ।

କ୍ୟାବିନେଟ୍ ବୈଠକ ବିଷୟରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ସରକାର ଡାକ୍ତର ଓ ନର୍ସଙ୍କ ଉପରେ ଆକ୍ରମଣକୁ ବରଦାସ୍ତ କରି ପାରିବେ ନାହିଁ। ସେ କହିଛନ୍ତି ସ୍ଵାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ହେଲେ ଆକ୍ରମଣକାରୀଙ୍କୁ ୨ ଲକ୍ଷ ଜରିମାନା ଦେବାର ପ୍ରାବଧାନ ରହିଛି। ଏହା ବ୍ୟତୀତ ୩ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ମଧ୍ୟ ହୋଇପାରେ। ସ୍ଵାସ୍ଥ୍ୟକର୍ମୀଙ୍କୁ ଗମ୍ଭୀର ଆଘାତ ଲାଗିଲେ ସର୍ବାଧିକ ୭ ବର୍ଷ ଜେଲ୍ ଦଣ୍ଡ ହୋଇପାରେ। ସେ କହିଛନ୍ତି ଯେ, ସ୍ଵାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ହେଲେ ଆରୋପିଙ୍କୁ ଜାମିନ ମିଳିବ ନାହିଁ।

wp:core-embed/twitter {"url":"https://twitter.com/ANI/status/1252896389790445573","type":"rich","providerNameSlug":"twitter","className":""}
https://twitter.com/ANI/status/1252896389790445573
/wp:core-embed/twitter

ଜାବଡେକର କହିଛନ୍ତି ଆଜି ସକାଳେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଓ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ମେଡିକାଲକର୍ମୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ। ଡାକ୍ତର ଦାବି କରିଥିଲେ ଯେ, କରୋନା ସମୟରେ ତାଙ୍କର ସୁରକ୍ଷା ପାଇଁ ସରକାର ଆଇନ ଆଣନ୍ତୁ। ଗୃହ ମନ୍ତ୍ର ଭରସା ଦେଇଥିଲେ ଯେ, ଡାକ୍ତର ଓ ନର୍ସଙ୍କ ସୁରକ୍ଷାରେ କୌଣସି ପ୍ରକାରର ସାଲିସ୍ କରାଯିବ ନାହିଁ। ସେ କହିଛନ୍ତି NSA,IPC, CRPC ହେବା ପରେ ମଧ୍ୟ ସରକାର ଏହି ଅଧ୍ୟାଦେଶ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ୧୨୩ ବର୍ଷ ପୁରୁଣା ଆଇନରେ ପରିବର୍ତ୍ତନ କରି ଡାକ୍ତରଙ୍କ ଉପରେ ଆକ୍ରମଣକୁକ ବରଦାସ୍ତ କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ସେ କହିଛନ୍ତି ଗମ୍ଭୀର ଆଘାତ ଲାଗିଲେ ଆକ୍ରମଣକାରୀଙ୍କୁ ୬ ମାସରୁ ସାତ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ। ଏହି ମାମଲାରେ ଏକ ଲକ୍ଷରୁ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିପାରେ। ଗାଡି କିମ୍ବା କ୍ଲିନିକ୍‌ର କ୍ଷତି ଘଟିଲେ ବଜାର ଦରଠୁ ଦୁଇ ଗୁଣ ହାରରେ ଜୋରିମାନା ଆଦାୟ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.