Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଖସୁଛି ସଂକ୍ରମଣ : ୨୪ ଘଣ୍ଟାରେ ଦେଶରେ ବାହାରିଲେ ୯୨୦୦୦ରୁ ଅଧିକ ପଜିଟିଭ୍, ୨୨୧୯ ମୃତ

9/06/2021 at 9:51 AM

ନୂଆଦିଲ୍ଲୀ, ୦୯/୦୬: ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ୧ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୨୧୯ ଜଣଙ୍କ ମୃତ୍ୟୁ ହୋଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୯୨୫୯୬ ଆକ୍ରାନ୍ତ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୨୨୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ ୨୨୧୯ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୯୦ଲକ୍ଷ ୮୯ ହଜାର ୦୬୯ରେ ପହଞ୍ଚିଛି।

ଏତତ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୩ ଲକ୍ଷ ୫୩ ହଜାର ୫୨୮ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୨ କୋଟି ୭୫ ଲକ୍ଷ ୪ ହଜାର ୧୨୬ରେ ପହଁଚିଛି। ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୨୩୧୪୧୫ ।

   Related Posts