ନୂଆଦିଲ୍ଲୀ ୦୭/୧୧: ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମୁଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗୁନି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୨୬ ଜଣଙ୍କ ମୃତ୍ୟୁ ହୋଇଛି ।
wp:html/wp:htmlCOVID19 | India reports 10,853 new cases, 526 deaths and 12,432 recoveries in the last 24 hours; Active caseload at 1,44,845
— ANI (@ANI) November 7, 2021
Total vaccination: 1,08,21,66,365 pic.twitter.com/AyCgodvACu
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୧୦୮୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୫୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ ୫୨୬ ଜଣଙ୍କ ମୃତ୍ୟୁ ଘଟିଛି ।
ଏତତ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୬୦ ହଜାର ୭୯୧ରେ ପହଞ୍ଚିଛି । ଏବେ ଦେଶରେ ୧୪୪୮୪୫ ସକ୍ରିୟ ମାମଲା ରହିଛି । ସେହିପରି ୩୩୭୪୯୯୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।