ଚୀନରେ କରୋନା, ଆମେରିକାରେ ଲିଷ୍ଟେରିଆ: ୪ ଜଣଙ୍କ ମୃତ୍ୟୁ, ୩୬ ଗୁରୁତର

Published By : Prameya-News7 Bureau | March 11, 2020 IST

ନୂଆଦିଲ୍ଲୀ୧୧/୩: ସାରା ବିଶ୍ବରେ କରୋନା ଭାଇରସ୍ ଆତଙ୍କ ଖେଳାଇ ଦେଇଥିବା ବେଳେ ଆମେରିକାରେ ଏକ ନୂଆ ରୋଗ ଆତଙ୍କ ସୃଷ୍ଟି କଲାଣି। ଏହି ରୋଗ ହେଲା ଲିଷ୍ଟେରିଆ।

{"id":236793,"width":576,"height":431,"sizeSlug":"large"}

ତେବେ ଏହା କୌଣସି ଭାଇରସ୍  ଯୋଗୁଁ ନୁହେଁ ବରଂ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଛତୁ ଖାଇବା ଦ୍ବାରା ବ୍ୟାପୁଛି। ଏହି ଲିଷ୍ଟେରିଆ ରୋଗରେ ଆମେରିକାରେ ୪ ଜଣ ପ୍ରାଣ ହରାଇବା ସହିତ ୩୬ ଜଣ ଗୁରୁତର ଅସୁସ୍ଥ ହେଲେଣି। କୋରିଆରୁ ଆସିଥିବା ଏନୋକି ନାମକ ଛତୁ ଖାଇ ଲୋକେ ଲିଷ୍ଟେରିଆ ରୋଗରେ ଆକ୍ରାନ୍ତ ହେଉଛନ୍ତି।

{"id":236794,"sizeSlug":"large"}

ବିଶେଷ କରି ଗର୍ଭବତୀ ମହିଳା ଏବଂ ବୃଦ୍ଧ ବୟସର ବ୍ୟକ୍ତି ଏଥିରେ ଆକ୍ରାନ୍ତ ହେଉଛନ୍ତି। ଏନୋକି ଛତୁ କୋରିଆରେ ଚାଷ ହେବାସହିତ ବିଶ୍ବର ବିଭିନ୍ନ ଦେଶକୁ ରପ୍ତାନୀ ହୋଇଥାଏ। ବିଶେଷ କରି ପୂର୍ବ ଏସିଆରେ ଲୋକେ ଏହାକୁ ଖାଇଥାନ୍ତି। କୋରିଆରୁ ଆସିଥିବା କୌଣସି ଏନୋକି ଛତୁ ନ ଖାଇବା ପାଇଁ ଆମେରିକାର ସେଣଟର ଫର୍  ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ୍  ପ୍ରିଭେନ୍ ସନ୍  ପକ୍ଷରୁ ସତର୍କତା ସୃଷ୍ଟି କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.