କ୍ୟାପିଟାଲ ହସ୍ପିଟାଲରେ ପଶିଲା କରୋନା
31/07/2020 at 7:30 AM

ଭୁବନେଶ୍ୱର୩୧/୭: ୱାର୍ଡ, ଓପିଡି ଓ ଲେବର ରୁମ୍ ପରେ ଏବେ କ୍ୟାପିଟାଲ ହସ୍ପିଟାଲର ଆଇସିୟୁକୁ ପଶିଛି କରୋନା। ଆଇସିୟୁର ଜଣେ ନର୍ସଙ୍କ କରୋନା ପଜିଟିଭ୍ ଆସିବା ପରେ ହସ୍ପିଟାଲରେ ଭୟ ଖେଳି ଯାଇଛି । ଗୁରୁତର ରୋଗୀ ଆଇସିୟୁରେ ଚିକିତ୍ସିତ ହେଉଥିବାରୁ ସଂକ୍ରମଣର ଡର ଚିନ୍ତା ବଢାଇଛି । ତେବେ ନର୍ସ ଜଣଙ୍କ ଛୁଟିରେ ଥିଲେ । ଗୁରୁବାର ପରୀକ୍ଷା ପରେ ତାଙ୍କ ନମୁନା ପଜିଟିଭ୍ ଆସିଥିଲା । ଆଣ୍ଟିଜେନ୍ ଟେଷ୍ଟରେ ପରୀକ୍ଷା ପରେ ନର୍ସଙ୍କ ପଜିଟିଭ୍ ଥିବାର ସ୍ପଷ୍ଟ ହୋଇଥିଲା । ଏ ପଟେ ହସ୍ପିଟାଲର ୧୬ରୁ ଅଧିକ ଷ୍ଟାଫ୍ଙ୍କ କରୋନା ପଜିଟିଭ୍ ଆସିଥିବା ବେଳେ ହସ୍ପିଟାଲରୁ ୬୦ ରୁ ଅଧିକ ଜଣ ସଂକ୍ରମିତ ହେଲେଣି ।
Related Posts
ବ୍ରହ୍ମପୁର: ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣାରେ ଜଣେ ଗିରଫ
18 January 2021