ବରଗଡରେ କରୋନା ଗ୍ରାଫ୍ ଉପର ମୁହାଁ : ଛତିଶଗଡକୁ ବସ୍ ଚଳାଚଳ ବନ୍ଦ କଲା ଜିଲ୍ଲା ପ୍ରଶାସନ, ମାସ୍କ ଚେକିଂ ଜୋରଦାର୍

Published By : Prameya-News7 Bureau | April 11, 2021 IST

ବରଗଡ,୧୧/୦୪:ଛତିଶଗଡରେ କରୋନା ସାଂଘାତିକ ରୂପ ନେବାକୁ ଲାଗିଛି । ଏହାର ପ୍ରଭାବ ବରଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି ।ଧିରେ ଧିରେ ବରଗଡ଼ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ରବିବର  ୬୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଛତିଶଗଡ଼କୁ ବସ ଚଳାଚଳ ସମ୍ପୂର୍ଣ ବନ୍ଦ କରି ଦିଆଯିବା ସହ କରୋନା କଟକଣାକୁ କଡାକଡି କରାଯାଇଛି ।

ବରଗଡ଼ ଜିଲ୍ଲାରେ କରୋନା ଗ୍ରାଫ୍ ଏବେ ଉପରମୁହାଁ । କାରଣ ବରଗଡ଼ ଜିଲ୍ଲାର ୬ଟି ବ୍ଲକ ଛତିଶଗଡ଼ ସୀମାନ୍ତକୁ ଲାଗି ରହିଥିବା ବେଳେ ଲୋକଙ୍କ ଯିବା ଆସିବା ମଧ୍ୟ ଲାଗି ରହୁଛି । ଫଳରେ ବରଗଡ଼ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟ ବଢି ଚାଲିଛି ଏବଂ ରବିବାର ଜିଲ୍ଲାରେ ୬୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କଡାକଡି ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାପାଳ ନିଜେ ବୋର୍ଡର ଅଞ୍ଚଳକୁ ଯାଇ ସ୍ଥିତିର ସମୀକ୍ଷା କରିଥିବା ବେଳେ ଜିଲ୍ଲାର ସମସ୍ତ ବସ ଓ  ବ୍ୟକ୍ତିଗତ ଗାଡି ଛତିଶଗଡ଼ ରାଜ୍ୟକୁ ଚଳ ପ୍ରଚଳ କରିବା ଉପରେ କଟକଣା ଲଗାଯାଇଛି । ସେହିପରି ସୋହେଲା ବ୍ଲକ ସୀମାନ୍ତ ଲୁହୁରାଚଟି ଠାରେ ଏକ ବୋର୍ଡର ଚେକ ପଏଣ୍ଟ କରାଯାଇ ଲୋକଙ୍କ ଯାତାୟତ ଉପରେ ନଜ଼ର ରଖାଯିବା ସମ୍ପୁର୍ଣ ବିବରଣୀ ଓ ତାଙ୍କର ଆଇସୋଲାସନ ପାଇଁ ଏଠାରେ ବ୍ୟବସ୍ଥା ରହିଛି । ତେବେ କୋଭିଡ ନିୟମକୁ ପାଳନ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ଅନ୍ୟ ପକ୍ଷରେ ପୋଲିସ ପ୍ରଶାସନ କରୋନା କଟକଣା ମନୁନଥିବା ଦୋକାନୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସହରର ବିଭିନ୍ନ ଛକ ମାନଙ୍କରେ ମାକ୍ସ ଚେକିଂକୁ କଡାକଡି କରାଯାଇଛି । ତେବେ ଛତିଶଗଡ଼ କୁ ବସ ଚଳାଚଳ ବନ୍ଦ ହେବା ପରେ ଯାତ୍ରୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.