କରୋନା ପ୍ରକୋପ, ଏହି ସ୍ଥାନରେ ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ସ୍କୁଲ-କଲେଜ, କୋଚିଂ ବନ୍ଦ

Published By : Prameya-News7 Bureau | February 28, 2021 IST

ପୁଣେ ୨୮।୦୨: ମହାରାଷ୍ଟ୍ରର ପୁଣେରେ କରୋନା ମାମଲା ବଢୁଥିବା କାରଣରୁ ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ସ୍କୁଲ, କଲେଜ୍ ଏବଂ ଘରୋଇ କୋଚିଂ ସେଣ୍ଟର ବନ୍ଦ କରାଯାଇଛି। ରାଜ୍ୟର ଅନେକ ସହରରେ କରୋନା ଭାଇରସ୍‌ ସଂକ୍ରମଣ ପୁଣି ଥରେ ବୃଦ୍ଧି ଘଟିଛି। ଅନେକ ଜିଲ୍ଲାରେ କରୋନା ପ୍ରକୋପ ପୁଣି ଥରେ ବଢିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ସତର୍କ ହୋଇ ଯାଇଛନ୍ତି। ପୁଣେ ସହରର ମେୟର ମୁରଲୀଧର ମୋହୋଲ କଲେଜ୍, ସ୍କୁଲ ଓ ଘରୋଇ କୋଚିଂକୁ ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ବନ୍ଦ କରିଛନ୍ତି।

ପୁଣେ ମେୟରଙ୍କ ଅଫିସ୍ ପକ୍ଷରୁ ଜାରି ଆଦେଶ ଅନୁଯାୟୀ ରାତି ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଲୋକଙ୍କ ଗତିବିଧି ଉପରେ କଟକଣା ଲଗାଯାଇଛି। ଜରୁରୀକାଳୀନ ସ୍ଥିତିରେ ବାହାରିବାକୁ ଅନୁମତି ଦିଆଯାଇଛି। ପୁଣେ ବ୍ୟତୀତ ମହାରାଷ୍ଟ୍ରର ଔରଙ୍ଗାବାଦରେ ମଧ୍ୟ ନିଗମ ପଞ୍ଚମ ଶ୍ରେଣୀରୁ ନବମ ପର୍ଯ୍ୟନ୍ତ ଟ୍ୟୁସନ ବନ୍ଦ କରାଯାଇଛି। ଏହି କଟକଣା ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଲାଗୁ  କରାଯାଇଛି। ବୋର୍ଡ ପରୀକ୍ଷା କାରଣରୁ ଦଶମ ଶ୍ରେଣୀ ଛାତ୍ର-ଛାତ୍ରୀଙ୍କୁ ଆଶ୍ଵସ୍ତି ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.