କରୋନା ପ୍ରଭାବ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଦେବ ଜରୁରୀକାଳୀନ ଶସ୍ତା ଲୋନ୍

Published By : Prameya-News7 Bureau | March 21, 2020 IST

ନୂଆଦିଲ୍ଲୀ ୨୧।୦୩: ଭାରତର ସବୁଠୁ ବଡ ବ୍ୟାଙ୍କ ‘ଭାରତୀୟ ଷ୍ଟେଟ୍ ବ୍ୟାଙ୍କ’ କରୋନା ଭୂତାଣୁ ପ୍ରଭାବିତ ବ୍ୟବସାୟୀଙ୍କ ପାଇଁ ଜରୁରୀକାଳୀନ ଋଣ ସୁବିଧା ଆରମ୍ଭ କରିଛି। ଯଦ୍ଵାରା ଗ୍ରାହକଙ୍କ ନଗଦର ଅଭାବକୁ ପୂରା କରାଯାଇ ପାରିବ।  ଏସବିଆଇ ଶୁକ୍ରବାର ପରିପତ୍ର ଜାରି କରି ସୂଚନା ଦେଇଛି ଯେ, କୋଭିଡ-୧୯ ଜରୁରୀକାଳୀନ ଋଣ ସୁବିଧା(ସିଇସିଏଲ) ନାମରେ ଅତିରିକ୍ତ ନଗଦ ସୁବିଧା ଆରମ୍ଭ କରିଛି।

ଏହା ଆଧାରରେ ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଧନରାଶି ଯୋଗାଇ ଦିଆଯିବ। ଏହି ସୁବିଧା ୨୦୨୦ ଜୁନ ୩୦ ପର୍ଯ୍ୟନ୍ତ ଉପଲବ୍ଧ ରହିଛି। ଏହି ଯୋଜନା ଅନୁଯାୟୀ ୧୨ ମାସର ଅବଧି ପାଇଁ ୭.୨୫ ପ୍ରତିଶତ ସୁଧ ହାରରେ ବ୍ୟବସାୟୀଙ୍କୁ ଋଣ ଯୋଗାଇ ଦିଆଯିବ।

ବ୍ୟାଙ୍କ ସମସ୍ତ ଶାଖାକୁ ପଠାଇଥିବା ପତ୍ରରେ କହିଛି ଯେ, ଉଧାର ନେଇଥିବା ଯେଉଁ ବ୍ୟବସାୟୀ କରୋନା ଭୂତାଣୁରେ ପ୍ରଭାବିତ  ହୋଇଛନ୍ତି ସେମାନଙ୍କୁ କିଛି ସମୟ ଆଶ୍ଵସ୍ତି ଦେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଯୋଗ୍ୟ ଋଣକାରୀଙ୍କୁ ଅତିରିକ୍ତ ଋଣ ସୁବିଧା ଉପଲବ୍ଧ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.