Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

କରୋନା ପ୍ରଭାବରେ ନେତା ଓ ବାବୁଙ୍କ ଦରମା କାଟ୍: ଏ ମାସରେ ମନ୍ତ୍ରୀ, ବିଧାୟକ ଓ ଜନ ପ୍ରତିନିଧି ପାଇବେ ୩୦% ଦରମା, ବାବୁ ପାଇବେ ଅଧା

31/03/2020 at 9:20 PM

ଭୁବନେଶ୍ଵର ୩୧।୦୩:  ବାବୁ ଓ ନେତାଙ୍କ ଦରମା କଟିବ।  ଲକ୍ ଡାଉନ ଯୋଗୁଁ ରାଜ୍ୟ ଉପରେ ଆର୍ଥିକ ପ୍ରଭାବ ପଡୁଥିବାରୁ  ସରକାର ନେତା ମନ୍ତ୍ରୀ ଓ ଅଫିସରଙ୍କ ଦରମାର କିଛି ଅଂଶ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଓ ବିଧାୟକମାନଙ୍କର ଦରମା ୭୦ ପ୍ରତିଶତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି।ସେହିଭଳି ଆଇଏଏସ ଆଇପିଏସ ଏବଂ ଆଇଏଫଏସ ଅଧିକାରୀଙ୍କ ଦରମାର ୫୦ ପ୍ରତିଶତ ସ୍ଥଗିତ ରଖାଯିବ। 

ନିର୍ଦ୍ଦେଶ ଅନୁସାରେ  କରୋନା ସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ବିଭିନ୍ନ ନିଗମର ଅଧ୍ୟକ୍ଷ, ହସରାଞ୍ଚଳ ଓ ଗ୍ରାମାଞ୍ଚଳର ସ୍ଥାନୀୟ ସଂସ୍ଥାର ନିର୍ବାଚିତ ପ୍ରତିନିଧିଙ୍କୁ ଦରମାର ମାତ୍ର ୩୦ ପ୍ରତିଶତ ମିଳିବ। ବାକି ୭୦ ପ୍ରତିଶତକୁ ସ୍ଥଗିତ ରଖାଯିବ। ଏହା ସହିତ ଜିଲ୍ଲାପରିଷଦ ସଭ୍ୟ, ପଞ୍ଚାୟତ ସମିତି ସଭ୍ୟ ଓ ସରପଞ୍ଚଙ୍କ ପାଇଁ ଏହି ନିର୍ଦ୍ଦେଶ ମଧ୍ୟ ଲାଗୁହେବ। ସେହିପରି ସର୍ବଭାରତୀୟ ସେବା ଅଧିକାରୀ ଆଇଏଏସ୍‌, ଆଇଏଫଏସ୍ ଓ ଆଇପିଏସଙ୍କ ମୋଟ ଦରମାର ୫୦% ପ୍ରତିଶତ ସ୍ଥଗିତ ରଖାଯିବ। ତେବେ କେତେଦିନ ପର୍ଯ୍ୟନ୍ତ ଏହି ଦରମା ସ୍ଥଗିତ ରଖାଯିବ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ।

ଉଲ୍ଲେଖଯୋଗ୍ୟ, କରୋନା ସଂକ୍ରମଣର ମୁକାବିଲା ପାଇଁ ଦେଶର ଅନେକ ରାଜ୍ୟ ସରକାର ଦରମା କାଟ ପନ୍ଥା ଆପଣେଇଛନ୍ତି। ଦେଶରେ ପ୍ରଥମ ରାଜ୍ୟ ଭାବେ ତେଲେଙ୍ଗାନା ସର୍ବଭାରତୀୟ ଓ ରାଜ୍ୟସ୍ତରର କର୍ମଚାରୀଙ୍କ ଦରମାକୁ ସ୍ଥଗିତ ରଖିଛି। ସେହି ପରି ମହାରାଷ୍ଟ୍ର ସରକାର ନେତା, ମନ୍ତ୍ରୀ ଓ ବିଧୟାକଙ୍କ ୬୦ ପ୍ରତିଶତ ଦରମା କାଟିଥିବା ବେଳେ ଏ ଗ୍ରେଡ୍ ଓ ବି ଗ୍ରେଡ୍ ଅଧିକାରୀଙ୍କ ଦରମା ୫୦ ପ୍ରତିଶତ କାଟିଛି। ସେହି ପରି ସି ଗ୍ରେଡ୍ କର୍ମଚାରୀଙ୍କ ୨୫ ପ୍ରତିଶତ ଦରମା କଟାଯାଇଛି।

   Related Posts