Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରୋସରୀ ଦୋକାନରୁ ଲୁଟ୍, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
  • ||
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ଗଙ୍ଗା କୂଳବର୍ତ୍ତୀ ଅଞ୍ଚଳରେ କରୋନାର ପ୍ରଭାବ କମ, ୪୬ ଜିଲ୍ଲାରୁ କେବଳ ୨୪ ଜିଲ୍ଲାରେ କୋଭିଡ୍-୧୯ ଚିହ୍ନଟ

18/04/2020 at 10:34 PM

ନୂଆଦିଲ୍ଲୀ, ୧୮।୦୪: ପୂରା ଦୁନିଆ ସମେତ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହା ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ(MOHFW)  ଦ୍ୱାରା ଜାରି ସୂଚନା ମୁତାବକ ଗଙ୍ଗା କୂଳରେ ସ୍ଥିତ ୫ ରାଜ୍ୟର ୪୬ ଜିଲ୍ଲାରେ ମାତ୍ର ୨୪ ଜିଲ୍ଲାରେ କରୋନା ପ୍ରଭାବ ଦେଖିବାକୁ ମିଳିଛି। ଏହି ସବୁ ଜିଲ୍ଲାରୁ ଚିହ୍ନଟ ସଂକ୍ରମିତଙ୍କ ସଂଖ୍ୟା ଦେଶର ମୋଟ୍ ସଂକ୍ରମିତଙ୍କ ୨ ପ୍ରତିଶତରୁ ମଧ୍ୟ କମ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ବିହାର, ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ଗଙ୍ଗା କୂଳରେ ଥିବା ୪୬ ଜିଲ୍ଲାରୁ କେବଳ ୨୪ ଜିଲ୍ଲାରେ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ଏହି ଜିଲ୍ଲାଗୁଡିକରୁ ମୋଟ୍ ୨୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏମଓଏଚଏଫଡବ୍ଲ୍ୟୁର ତଥ୍ୟ ଅନୁଯାୟୀ ପ୍ରଥମ ପର୍ଯ୍ୟାୟ ଲକଡାଉନ ଘୋଷିତ ହେବା ପରେ ଦିଲ୍ଲୀ, ପଞ୍ଜାବ ଆଦି ରାଜ୍ୟରୁ ତରବରିଆ ଭାବେ ଗାଁକୁ ଫେରିଥିବା ହଜାର ହଜାର ଶ୍ରମିକ ମଧ୍ୟରୁ ଅଧିକାଂଶଙ୍କ ଘର ଗଙ୍ଗା ନଦୀ କୂଳରେ ଥିବା ଜିଲ୍ଲାରେ ରହିଛି । ସେମାନଙ୍କ ଫେରିବାକୁ ୧୮ ରୁ ୨୦ ଦିନ ହେବା ପରେ ମଧ୍ୟ ଉକ୍ତ ଅଞ୍ଚଳରେ କରୋନା ସଂକ୍ରମଣ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିନାହିଁ ।

ମନ୍ତ୍ରଣାଳୟ ଦ୍ୱାରା ଜାରି ତଥ୍ୟ ଅନୁସାରେ ଗଙ୍ଗା ପ୍ରବାହ କ୍ଷେତ୍ରରେ ସ୍ଥିତ ପ୍ରଥମ ରାଜ୍ୟ ଉତ୍ତରାଖଣ୍ଡରେ ସାତ ଜିଲ୍ଲାରୁ କେବଳ ୩ ଜିଲ୍ଲା କରୋନା ପ୍ରଭାବିତ ହୋଇଛନ୍ତି । ଏହି ୩  ଜିଲ୍ଲାରୁ ୨୪ ଜଣ କରୋନା ଚିହ୍ନଟ ହୋଇଛନ୍ତି। ସେହି ପରି ୟୁପିରେ ୨୪ ଜିଲ୍ଲା ଦେଇ ଗଙ୍ଗା ପ୍ରବାହିତ ହୋଇଛି । ଏଥିରୁ ୧୬ ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟା ୧୭୫ ରହିଛି। ବିହାରରେ ୧୨ ଜିଲ୍ଲା ଦେଇ ଗଙ୍ଗା ପ୍ରବାହିତ ହେଉଛି । ଏଥିରୁ ୫ ଜିଲ୍ଲାରେ ୩୧ କରୋନା ସଂକ୍ରମିତ ହୋଇଛନ୍ତି । ଝାରଖଣ୍ଡରେ ଗଙ୍ଗା ସାହିବଗଞ୍ଜ  ଓ ପଶ୍ଚିମବଙ୍ଗରେ ମାଲଦା ଜିଲ୍ଲା ଦେଇ ଗତି  କରିଛି । ଏହି ଦୁଇ ଜିଲ୍ଲାରେ ଏ ପର୍ଯ୍ୟନ୍ତ ଜଣେ ହେଲେ କରୋନା ସଂକ୍ରମିତ ହୋଇ ନାହାନ୍ତି ।

କଣ କହୁଛନ୍ତି ବିଶେଷଜ୍ଞ ?

ବିଶେଷଙ୍ଗଙ୍କ ଅନୁଯାୟୀ ଗଙ୍ଗାଜଳରେ ଏକ ଭାଇରସ୍ ରହିଥାଏ ଯାହାକୁ ନିଞ୍ଜା ଭାଇରସ୍ କୁହାଯାଏ । ନିଞ୍ଜାର ଅର୍ଥ ଯୋଦ୍ଧା । ୧୦୦ ବର୍ଷ ପର୍ଯ୍ୟନ୍ତ ଏହି ଭାଇରସକୁ ଗଙ୍ଗା ନଦୀରେ ବହୁଳ ମାତ୍ରାରେ ଦେଖିବାକୁ ମିଳୁଥିଲା । ବୈଜ୍ଞାନିକ ଏହାକୁ ବ୍ୟାକ୍ଟେରିଆଫୋଜ୍ କୁହନ୍ତି ଏବଂ ଭାରତର ଜନତା ଏହାକୁ ଗଙ୍ଗାର ଗଙ୍ଗତ୍ୱ ନାମରେ ଜାଣିଥାନ୍ତି । ଗଙ୍ଗତ୍ୱ ଅର୍ଥାତ ଗଙ୍ଗାର ସେହି ତତ୍ୱ ଯାହା ଗଙ୍ଗା ଜଳକୁ କେବେ ବି ଦୂଷିତ କରିନଥାଏ।

ଉଲ୍ଲେଖନୀୟ ଗଙ୍ଗା କୂଳରେ ଦେଶର ୧୫ ପ୍ରତିଶତରୁ ଅଧିକ ଜନବସତି ରହିଛି । ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଗଙ୍ଗା ସହିତ କୌଣସି ପ୍ରକାରେ ଜଡିତ ଅଛନ୍ତି । ଉତ୍ତରାଖଣ୍ଡ, ଉତର ପ୍ରଦେଶ, ବିହାର, ଝାରଖଣ୍ଡ ପଶ୍ଚିମବଙ୍ଗର ଜନସଂଖ୍ୟା ଦେଶର ମୋଟ୍ ଜନସଂଖ୍ୟାର ୩୬ ପ୍ରତିଶତ ହେବ ।

   Related Posts