ନୂଆଦିଲ୍ଲୀ୧୭/୩: ସାରା ବିଶ୍ବରେ ଏବେ କୋରନା ନେଇ ଲୋକେ ଆତଙ୍କିତ। ୧୬୨ଦେଶରେ କରୋନା ଭାଇରସ ଚରିଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭ ହଜାର ପାର୍ ହେଲାଣି। ଇଟାଲି ଓ ସ୍ପେନ କରୋନା ଭାଇରସର ନୂଆ ଏପିସେଣ୍ଟର ହୋଇଛି। ତେବେ ଆଶ୍ବସ୍ତିର ଖବର ଆମେରିକାରେ କରୋନା ଭ୍ୟାକସିନ ପରୀକ୍ଷା ଆରମ୍ଭ ହୋଇଛି। କିଛି ସ୍ବେଚ୍ଛାସେବୀଙ୍କୁ ଏହି ଟୀକା ଦିଆଯାଇଛି। ଏପେଟେ ରାଜ୍ୟସଭାରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି କରୋନା ରୋଗୀଙ୍କ ଚିକିତ୍ସାରେ ଆଣ୍ଟି ରେଟ୍ରୋଭାଇରାଲ ଔଷଧ କେତେ ସଫଳ ହେଉଛି ସେନେଇ ICMR ରେ ସଂକ୍ରାମକ ରୋଗ ବିଜ୍ଞାନୀ ଗବେଷଣା ଜାରି ରଖିଛନ୍ତି।
{"id":239953,"sizeSlug":"large"}୧୬୨ ଦେଶରେ କରୋନାର କରାଳ ରୂପ। ୧ ଲକ୍ଷ ୮୦ ହଜାରରୁ ଅଧିକ ଲୋକ ଆକ୍ରାନ୍ତ। ମୃତ୍ୟୁ ସଂଖ୍ୟା ୭ ହଜାର ଟପିଲାଣି। ଏଭଳି ଭୟଙ୍କର ସ୍ଥିତିରେ କରୋନା ମୁକାବିଲାରେ ଆଶ୍ବସ୍ତିର ଖବର ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆମେରିକାରେ କରୋନା ଭୂତାଣୁର ଟୀକା ନେଇ ପରୀକ୍ଷଣ ଆରମ୍ଭ ହୋଇଛି। ସିଆଟଲରେ କିଛି ସ୍ବେଚ୍ଛାସେବୀଙ୍କ ଠାରେ ଏହି ଟୀକା ପ୍ରୟୋଗ କରାଯାଇଛି।
{"id":239954,"sizeSlug":"large"}ରେବେକା ସିରଲ ନାମ୍ନି ଏହି ମହିଳା ସ୍ବେଛାସେବୀଙ୍କୁ ପ୍ରଥମ ଟୀକା ଯାଇଛି। ପରେ ଅନ୍ୟ ୪ ଜଣଙ୍କୁ ଭାକ୍ସିନ ଦିଆଯାଇଥିବା ବେଳେ ମୋଟ ୪୫ ଜଣ ସୁସ୍ଥ ବ୍ୟକ୍ତିଙ୍କୁ ଟୀକା ଦିଆଯିବ। ସିଆଟେଲର କୈଜର ହେଲଥ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ମାଧ୍ୟମରେ ରୋଗୀଙ୍କୁ ଏହି ଟୀକା ଦିଆଯାଇଛି। ଏବେ ଏହି ସ୍ବେଚ୍ଛାସେବୀଙ୍କୁ ପ୍ରଥମ ଡୋଜ ଦିଆଯାଇଛି ମାସକ ପରେ ଦ୍ବିତୀୟ ଡୋଜ ଦିଆଯିବ। ଏହି ଟୀକାର ନାମ ରହିଛି MRNA-୧୨୭୩ । ୪୨ ଦିନ ଭିତରେ ଏହାକୁ ବିକଶିତ କରାଯାଇଛି। ଏହା ଯଦି ସଫଳ ହୁଏ ତେବେ ବ୍ୟବସାୟ ଭିତ୍ତିରେ ଉପଲବ୍ଧ ହେବା ଲାଗି ଅତିକମରେ ବର୍ଷେରୁ ଦେଢ଼ବର୍ଷ ଲାଗିବ।
{"id":239955,"sizeSlug":"large"}କରୋନା ନେଇ ଆତଙ୍କିତ ହୋଇପଡିଥିବା ଭାରତର ଲୋକମାନେ ମଧ୍ୟ ଚାହିଁ ବସିଛନ୍ତି ଏମିତି କୌଣସି ପ୍ରତିରୋଧକ ଟୀକା ବିକଶିତ ହେଉ ଯାହା କରୋନା ନିପାତରେ ସହାୟକ ହେବ। କରୋନା ରୋଗୀଙ୍କ ଚିକିତ୍ସାରେ ଆଣ୍ଟି ରେଟ୍ରୋଭାଇରାଲ ଔଷଧ କେତେ ସଫଳ ହେଉଛି ସେନେଇ ICMR ଅନୁଧ୍ୟାନ କରୁଛି। ICMRରେ ସଂକ୍ରାମକ ରୋଗ ବିଜ୍ଞାନୀ କରୋନା ନିପାତ ପାଇଁ ଗବେଷଣା କରୁଛନ୍ତି ବୋଲି କହିଛନ୍ତି ରାଜ୍ୟସଭାରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ସେପଟେ କରୋନାର ଭୟାବହତା ଦେଖିସାରିଥିବା ଚୀନ ଏବେ ବିଭିନ୍ନ ଦେଶକୁ କିଟ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇଛି।