Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ହସ୍ପିଟାଲିଟି ଓ ଟୁରିଜିମ ଉଦ୍ୟୋଗ ଉପରେ କରୋନା ମାଡ଼, ବନ୍ଦ ହେବ ‘ହୟାତ’

13/06/2021 at 4:28 PM

ମୁମ୍ବାଇ ୧୩।୬: କରୋନା ଭାଇରସ ମହାମାରୀ ଯୋଗୁ ବାଣିଜ୍ୟ ବ୍ୟବସାୟ ଗୁରୁତର ପ୍ରଭାବିତ ହୋଇଛି। ତେବେ ଏଥିରେ ହସ୍ପିଟାଲିଟି ଓ ଟୁରିଜିମ ଉଦ୍ୟୋଗ କିପରି ପ୍ରଭାବିତ ହୋଇଛି ତାହା ହୋଟେଲ ଚେନ୍‌ ଏସିଆନ୍‌ ହୋଟେଲସ୍‌ (ୱେଷ୍ଟ)ର ମୁମ୍ବାଇସ୍ଥିତ ହୟାତ ରିଜେନ୍ସୀ ହୋଟେଲ ବନ୍ଦ ଲାଗି ନିଷ୍ପତ୍ତିରୁ ସହଜରେ ଅନୁମାନ କରାଯାଇପାରେ। ଗତ ଜୁନ ୭ ତାରିଖରେ ଏ ନେଇ ଏସିଆନ ହେଟେଲସ୍‌ ନୋଟିସ୍ ଜାରି କରିଥିଲେ। ଯେଉଁଥିରେ କର୍ମଚାରୀଙ୍କୁ ବେତନ ଦେବା ଅବସ୍ଥାରେ ସଂସ୍ଥା ନଥିବା ସୂଚିତ କରିଛନ୍ତି।

ନୋଟିସ୍‌ ଅନୁସାରେ ସଂସ୍ଥା ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ହୋଟେଲ ସମସ୍ତ ସେବା ବନ୍ଦ କରିଦେଇଛନ୍ତି। ହୋଟେଲ ଚେନ୍‌ଙ୍କ ଏହି ଏକ ନୋଟିସ ଗୋଟିଏ ଝଟକାରେ ଦେଢଶହରୁ ଅଧିକ କର୍ମଚାରୀଙ୍କୁ ବେକାର କରିଦେଇଛି। ତେବେ ଶିବସେନା ୟୁନିୟନ ଭାରତୀୟ କାମଗାର ସେନା ହୋଟେଲ ଚେନ୍‌ର ନିଷ୍ପତ୍ତିକୁ ଇଣ୍ଡଷ୍ଟ୍ରିଆଲ କୋର୍ଟରେ ଚାଲେଞ୍ଜ କରିଛନ୍ତି। ମାମଲାର ପରବର୍ତ୍ତି ଶୁଣାଣି ଜୁନ ୨୮ ତାରିଖକୁ ଧାର୍ଯ୍ୟ ହୋଇଛି।

ହୟାତ ରିଜେନ୍ସୀ ମୁମ୍ବାଇ ବିମାନ ବନ୍ଦର ନିକଟରେ ଅବସ୍ଥାପିତ । ହୋଟେଲ ଚେନ୍‌ କେବଳ ଏହି ହୋଟେଲଟିକୁ ବନ୍ଦ କରିଛନ୍ତି। ତେବେ ବାକି ହୋଟେଲ ଓ ଅନ୍ୟ ସଂସ୍ଥାନ ସବୁ ସଚଳ ଅଛନ୍ତି। କରୋନା ପ୍ରଥମ ଲହରରେ ମୁମ୍ବାଇର ହୟାତ ଗୁରୁତର ପ୍ରଭାବିତ ହୋଇଥିଲା। ୨୦୨୦-୨୧ରେ ହୋଟେଲ ଗ୍ରୁପର ୧୦୯ କୋଟି ଟଙ୍କା କ୍ଷତି ହୋଇଛି। ଏଣୁ ଏସିଆନ ହେଟେଲ୍ସ ବ୍ୟାଙ୍କରୁ ନେଇଥିବା ୪.୩୨ କୋଟି ଟଙ୍କା ଋଣ ଓ ସୁଧ ସୁଝି ପାରିବେନି ବୋଲି ଷ୍ଟକ୍ ଏକ୍ସଚେଞ୍ଜଙ୍କୁ ସୂଚିତ କରିଛନ୍ତି। ଏହା ପରଠାରୁ ୟେଶ ବ୍ୟାଙ୍କ ହୋଟେଲର ଆର୍ଥିକ ବ୍ୟବହାର ଉପରେ କଟକଣା ଲଗାଇଥିଲେ।

କର୍ପୋରେଟ୍ ଟୁରିଷ୍ଟଙ୍କ ଏହା ଏକ ପସନ୍ଦର ହୋଟେଲ। ଏହା ଏକ ପଞ୍ଚତାରକା ହୋଟେଲ ହୋଇଥିବା ବେଳେ ଏଥିରେ ୮ଶହରୁ ୧ ହଜାର କର୍ମଚାରୀ କାମ କରନ୍ତି। ତେବେ ଏହାର ଅବସ୍ଥିତ ଯୋଗୁ ବିଜନେସ୍‌ ଟ୍ରିପ୍‌ ଓ ମିଟିଂ ଲାଗି ଅଧିକାଂଶ ଟୁରିଷ୍ଟ ହୋଟେଲକୁ ପସନ୍ଦ କରିଥାନ୍ତି। ହେଲେ ଗତବର୍ଷ କରୋନା ଲକଡାଉନ ପରଠାରୁ ହୋଟେଲ ସମ୍ପୂର୍ଣ୍ଣ ବନ୍ଦ ରହିଛି।

ତେବେ କେବଳ ହୟାତ ନୁହେଁ, ହୋଟେଲ ଆସୋସିଏସନ ଅଫ ଇଣ୍ଡିଆଙ୍କ ଅନୁସାରେ ସବୁ କ୍ୟାଟୋଗରିର ହୋଟେଲଙ୍କ ରେଭିନ୍ୟୁ ଶୁନ୍ୟ ରହିଛି। ଫଳରେ ୪୦ ପ୍ରତିଶତରୁ ଅଧିକ ହୋଟେଲ ବନ୍ଦ ହୋଇସାରିଥିବା ବେଳେ ପ୍ରାୟ ୭୦ ପ୍ରତିଶତ ଏବେ ବନ୍ଦ ଅବସ୍ଥାକୁ ଆସିଗଲେଣି।  ସେହିପରି ଫେଡେରେସନ ଅଫ ହୋଟେଲ ଏଣ୍ଟ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ ଇଣ୍ଡିଆ (ଏଫଏଚଆରଏଆଇ)ଙ୍କ ଅନୁସାରେ ଇଣ୍ଡଷ୍ଟ୍ରିରେ ଏବେ ୯ କୋଟି  ନିଯୁକ୍ତି  ଉପରେ ବିପଦ ଘନେଇଛି।  

କରୋନା ପ୍ରଥମଲହରରେ ୫୦ ପ୍ରତିଶତ ଲୋକଙ୍କ ଚାକିରୀ ଚାଲିଯାଇଥିଲା। ଏବେ ଦ୍ୱିତୀୟ  ଲହର ପରିସ୍ଥିତିକୁ ଅଧିକ ଜଟିଳ କରିଛି। ଫଳରେ ୭୦ ପ୍ରତିଶତ ଲୋକେ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ରୂପେ ପ୍ରଭାବିତ ହେବା ନିଶ୍ଚିତ ବୋଲିଏଫଏଚଆରଏଆଇ କହିଛନ୍ତି। ହୋଟେଲ ଇଣ୍ଡଷ୍ଟ୍ରି ଉପରେ ଏବେ ବିଭିନ୍ନ ବ୍ୟଙ୍କମାନଙ୍କର ପ୍ରାୟ ୬୦ ହଜାର କୋଟି ଟଙ୍କା ଋଣ ରହିଛି। ଯାହା ଏବେ ଚିନ୍ତାର କାରଣ ପାଲଟିଛି।

   Related Posts