Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଭାରତକୁ ମିଳିଲା ସାହାଯ୍ୟ, ଋଷରୁ ୨ଟି ବିମାନରେ ପହଁଚିଲା ଅକ୍ସିଜେନ ଓ ଭେଣ୍ଟିଲେଟର

29/04/2021 at 3:50 PM

ନୂଆଦିଲ୍ଲୀ,୨୯/୦୪:  ଭାରତରେ କରୋନା ସଂକ୍ରମଣ ପିକ୍‌ରେ ରହିଛି । ଦୈନିକ ସାଢେ ୩ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାସହ ୩୬୦୦ରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । ଏହାମଧ୍ୟରେ ଦେଶର ଅନେକ ସ୍ଥାନରେ ଅକ୍ସିଜେନ, ଆଇସିୟୁ ଓ ଦରକାରୀ ଔଷଧର ଅଭାବ ଦେଖିବାକୁ ମିଳିଛି । ଶହଶହ ଆକ୍ରାନ୍ତ ଅକ୍ସିଜେନ୍ ଅଭାବରୁ ଜୀବନ ହାରୁଛନ୍ତି । ତେବେ ଦେଶରେ ଅକ୍ସିଜେନ୍ ସଙ୍କଟ ଥିବା ବେଳେ ଅନ୍ୟ ଦେଶରୁ ଭାରତକୁ ସାହାଯ୍ୟ ଓ ସହଯୋଗର ସୁଅ ଛୁଟିଛି ।

ବୁଧବାର ସକାଳେ, ଋଷରୁ ଭାରତକୁ ୨୦ ଅକ୍ସିଜେନ୍ ସନସନଟ୍ରେଟର୍, ୭୫ ଭେଣ୍ଟିଲେଟର ଓ ୧୫୦ ବେଡସାଇଟ୍ ମନିଟର୍ ଆସି ପହଁଚିଛି । ଏହାସହ କିଛି ଜରୁରୀକାଳିନ ଔଷଧ ମଧ୍ୟ ଆସିଛି । ଦୁଇଟି ବିମାନ ଯୋଗେ ଏହି ସହାୟତା ଭାରତକୁ ଋଷ ସରକାର ପଠାଇଛନ୍ତି । ଏହାର ଏୟାର କାର୍ଗୋ ଓ କଷ୍ଟମ୍ସ କ୍ଲିଅରାନ୍ସ ଚାଲିଛି ।

ସୂଚନାଯୋଗ୍ୟ, କେବଳ ଋଷ ନୁହେଁ, ଆମେରିକା, ବ୍ରିଟେନ, ଜର୍ମାନୀ, ଅଷ୍ଟ୍ରେଲିଆ, ଆୟାର୍ଲାଣ୍ଡ, ସିଙ୍ଗାପୁପ, ବେଲଜିଅମ, ନ୍ୟୁଜିଲାଣ୍ଡ ଆଦି ଦେଶ ଭାରତକୁ ସାହାଯ୍ୟ ଯୋଗାଇ ସାରିଛନ୍ତି । ଏହାସହ ସେମାନେ ଏହି ବିପଦ ସମୟରେ ଭାରତ ସହ ରହିଥିବା କହିଛନ୍ତି ।

   Related Posts