Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କରୋନା କବଳରେ ୧୯୫ ଦେଶ: ବାକି ରହିଛି ଆଉ ମାତ୍ର ୧୦ଟି ଦେଶ

21/03/2020 at 8:37 PM

ନୂଆଦିଲ୍ଲୀ୨୧/୩: ସାରା ଦୁନିଆକୁ ବ୍ୟାପୀ ସାରିଲାଣି ଭାଇରସ କରୋନା। ୧୯୫ ଦେଶ ଏବେ ଏହି ମହାମାରୀ ଭାଇରସ କବଳରେ । ଆଉ ମାତ୍ର ୧୦ଟି ଦେଶ ବାକି ଅଛି ଯେଉଁଠିକି ବର୍ତମାନ ସୁଦ୍ଧା କରୋନା ଭାଇସର ପହଞ୍ଚି ପାରିନାହିଁ। ବିଶ୍ବରେ ଏବେ ୨ଲକ୍ଷ ୭୬ହଜାର ୫୯୧ ଜଣ ଏହି ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୧୧ହଜାର ୪୧୯ଜଣଙ୍କ ମୃତ୍ୟୁ ହୋଇଛି । ତେବେ ସାରା ବିଶ୍ବରେ ୯୧ହଜାର ୯୫୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଭଳି ଭଲ ଖବର ମଧ୍ୟ ଆସୁଛି।

କରୋନା କବଳରେ ସାରା ଦୁନିଆ। ୧୯୫ ଦେଶରେ ମହାମାରୀ ଭାଇରସର ପ୍ରଭାବ। ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୭୬ହଜାର ୫୯୧। ବର୍ତ୍ତମାନ ସୁଦ୍ଧା ୧୧ହଜାର ୪୧୯ ଜଣଙ୍କ ଜୀବନ ନେଇ ସାରିଲାଣି କୋଭିଡ୍‌ ୧୯ ଭାଇରସ । ତେବେ ସାରା ବିଶ୍ବରେ ୯୧ହଜାର ୯୫୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଭଳି ଆସ୍ବସ୍ତିର ଖବର ମଧ୍ୟ ଆସିଛି ।  ସାରା ଦୁନିଆକୁ କରୋନା ଭାଇରସ ବ୍ୟାପୀଥିବା ବେଳେ ମାତ୍ର ହାତଗଣତି ଅର୍ଥାତ୍‌ ମାତ୍ର ୧୦ଟି ଦେଶ ଏହି ମାରାତ୍ମକ ଭାଇସର ପ୍ରଭାବରୁ ସୁରକ୍ଷିତ ଥିବା କୁହାଯାଉଛି । ନ୍ୟୁଜିଲ୍ୟାଣ୍ଡ, ଗ୍ରୀନଲ୍ୟାଣ୍ଡ, ଚିଲି, ପର୍ତ୍ତୃଗାଲ, ସ୍ଲୋଭେନିଆ, କାନାଡ଼ା ଭଳି ରାଷ୍ଟ୍ରରେ ଏବେ ବି କରୋନା ଭାଇରସର ପ୍ରଭାବ ଅନୁଭୁତ ହୋଇନାହିଁ । ତେବେ ଚୀନ୍‌, ଇଟାଲି, ସ୍ପେନ୍‌, ଜର୍ମାନୀ ଓ ଆମେରିକା ଭଳି ଦେଶ ଯେଉଁଗୁଡ଼ିକ ଉନ୍ନତମାନର ସ୍ବାସ୍ଥ୍ୟସେବା ସୁବିଧା ପାଇଁ ଜଣାଯାଏ ସେହି ଦେଶଗୁଡ଼ିକ ଅଧିକ କରୋନା ଭାଇରସ ସଂକ୍ରମଣର ଶିକାର ହୋଇଥିବା ଦେଖିବାକୁ ମିଳିଛି । 

କରୋନା ଭାଇରସର ଉତ୍ପତିସ୍ଥଳ କୁହାଯାଉଥିବା ଚୀନରେ ବର୍ତମାନ ସୁଦ୍ଧା ୮୧ହଜାର ୪୨୬ଜଣ ସଂକ୍ରମଣର ଶିକାର ହୋଇଥିବା ବେଳେ ୩ହଜାର ୨୬୪ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ତେବେ ଚାଇନାଠାରୁ ବଳି ଯାଇଛି ଇଟାଲିର ହାଲତ୍‌ । ଇଟାଲିରେ ବର୍ତମାନ ସୁଦ୍ଧା ୪୬ହଜାର ୩୫୭ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ସର୍ବାଧିକ ୩ହଜାର ୮୩୬ଜଣଙ୍କ ଜୀବନ ନେଇଛି ଏହି ମହାମାରୀ । ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ମଧ୍ୟ ଆତଙ୍କ ଖେଳାଇଦେଇଛି କୋଭିଡ୍‌ ୧୯ ଭାଇରସ । ଆମେରିକାରେ ବର୍ତମାନ ସୁଦ୍ଧା ୧୯ହଜାର ୭୭୮ଜଣ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୭୫ରେ ପହଞ୍ଚିଛି । ସାରା ବିଶ୍ବରେ ସମସ୍ତ ଦେଶ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ କରିଦେଇଛନ୍ତି । ସବୁ ଦେଶରେ ବଜାର, ଶିଳ୍ପାନୁଷ୍ଠାନ ବନ୍ଦ ରହିଛି । ସ୍କୁଲ କଲେଜରେ ପାଠ ପଢ଼ା ବନ୍ଦ ରହିଛି । ଯାହା ଫଳରେ ପ୍ରାୟ ସମସ୍ତ ଦେଶଙ୍କୁ ବିପୂଳ ପରିମାଣରେ ଆର୍ଥିକ କ୍ଷତି ସହିବାକୁ ପଡ଼ୁଛି ।

   Related Posts