ଆନ୍ଧ୍ରରୁ ଆସିଲେ ୧୪ଦିନିଆ କ୍ୱାରେଣ୍ଟାଇନ୍‌, ଜିଲ୍ଲା ପ୍ରଶାସନର ନିଷ୍ପତ୍ତି

Published By : Prameya-News7 Bureau | May 05, 2021 IST

ରାୟଗଡା ୦୫।୦୫: ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ ପରେ ଏବେ ଓଡ଼ିଶାକୁ ଆନ୍ଧ୍ର ଷ୍ଟ୍ରେନ୍ ଭୟ ।  କରୋନାର ଏହି ଘାତକ ରୂପ ଏତେ ସାଂଘାତିକ ଯେ ଅନ୍ୟ ଷ୍ଟ୍ରେନଠାରୁ ୧୫ ଗୁଣା ଅଧିକ ସଂକ୍ରମିତ କରୁଛି । ଖୁବ ଦ୍ରୁତ ଗତିରେ ଏହା ମଣିଷ ଶରୀରକୁ ଆକ୍ରାନ୍ତ କରୁଛି । ଏମିତିକି ୩-୪ ଦିନ ଭିତରେ ସଂକ୍ରମିତ ରୋଗୀଙ୍କ ଗୁରୁତର କରିଦେଉଛି । ଯାହାକୁ ନେଇ ଆଗୁଆ ସତର୍କ ହୋଇଛି ସୀମାବର୍ତ୍ତୀ ଜିଲ୍ଲା ପ୍ରଶାସନ ।

ଆନ୍ଧ୍ର ଷ୍ଟ୍ରେନ୍‌କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଟିଫିକେସନ୍‌ ଜାରି କରାଯାଇଛି । ରାୟଗଡ଼ା ଜିଲ୍ଲା ପ୍ରଶାସନ ଆଗୁଆ ପଦକ୍ଷେପ ନେଇଛି । ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରୁ ଆସୁଥିବା ସଭିଙ୍କୁ ୧୪ ଦିନ ସଙ୍ଗରୋଧ କେନ୍ଦ୍ରରେ ରହିବା ବାଧ୍ୟତାମୂଳକ। ସେହିପରି ରାୟଗଡା ଜିଲ୍ଲାର ସୀମାନ୍ତରେ ଗଠନ ହେଲା ୧୦ଟି ଚେକ ପଏଣ୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.