Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଗଞ୍ଜାମରେ ପୁଣି କଡାକଡି ହେବ କରୋନା ଗାଇଡ୍‌ଲାଇନ୍, ପଞ୍ଚ ସୂତ୍ରୀ ପାଳନ ବାଧ୍ୟ୍ୟତାମୂଳକ, ବିଭିନ୍ନ ସ୍ଥାନରେ ହେବ ମାସ୍କ ଚେକିଂ ପଏଣ୍ଟ

20/02/2021 at 10:39 PM

ଖଲ୍ଲିକୋଟ ୨୦।୦୨:  ଗଞ୍ଜାମ ଜିଲ୍ଲାରେ ପୁଣି  ପାଳନ ହେବ କୋଭିଡ ଗାଇଡ଼ଲାଇନ କଡାକଡି। ପ୍ରତ୍ୟେକ ଦୋକାନୀ ପଞ୍ଚ ସୂତ୍ରୀ ପାଳନ କରିବା ବାଧ୍ୟ୍ୟତାମୂଳକ। ଏଥିରେ ଖିଲାପ କଲେ  କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ଦୈନିକ କରୋନା ଟେଷ୍ଟିଂ କରି ରିପୋର୍ଟ ଦେବା ସହ ପଜିଟିଭଙ୍କ କଣ୍ଟାକ୍ଟ ଟ୍ରେସିଂ ଓ ଟ୍ରାଭେଲ ହିଷ୍ଟ୍ରି ତଥ୍ୟ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

ଜିଲ୍ଲାରେ ଥିବା ଧାର୍ମିକ ଅନୁଷ୍ଠାନ ସ୍ଥାନ ଓ ବଜାର ଅଞ୍ଚଳରେ କିଭଳି ଜନଗହଳି ନହେବ ସେଥି ପ୍ରତି ପଦକ୍ଷେପ ନେବା ସହ ଖିଲାପୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଏଥିସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାସ୍କ ଚେକିଂ ପଏଣ୍ଟ କରି ସ୍ଥାନୀୟ ପୋଲିସର ସହଯୋଗ ନେଇ ଯାଞ୍ଚ କଡାକଡି କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ମହାରାଷ୍ଟ୍ର ଜିଲ୍ଲା ଏବେ ପୂରା ଦୈଶ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ସେଠାରେ ଗତ କିଛି ଦିନ ହେବ କରୋନା ପୁଣି ଥରେ ମୁଣ୍ଡ ଟେକିଛି। ଦୈନିକ ୩ ହଜାରରୁ ଉର୍ଦ୍ଧ୍ଵ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସ୍ଥିତି ପୁଣି ଥରେ ବିଗୁଡୁଥିବା ଦେଖି ମୁଖ୍ୟମନ୍ତ୍ରୀ ଉଦ୍ଧର ଠାକରେ ଅମରାବତୀରେ ଲକ୍‌ଡାଉନ୍‌ ଘୋଷଣା କରିବା ସହ ୟବତମାଲରେ କରୋନା ଗାଇଡ୍‌ଲାଇନ୍‌ ପୂରା କଡାକଡି କରିଛନ୍ତି। ମହାରାଷ୍ଟ୍ରର ସ୍ଥିତି ଦେଖି ଏବେ ଓଡିଶା ସରକାର ମଧ୍ୟ ସତର୍କତା ଅବଲମ୍ବନ କରିଛନ୍ତି। ଗତକାଲି ସମସ୍ତ ଜିଲ୍ଲାପାଳ, ପୋଲିସ ପ୍ରଶାସନ ଏବଂ ସ୍ଵାସ୍ଥ୍ୟ ପ୍ରଶାସନଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି ରାଜ୍ୟ ସରକାର।

   Related Posts