Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ବଡ ଲୋକଙ୍କୁ ଉତ୍ତର ନାହିଁ : ବିଶିଷ୍ଟ ବ୍ୟବସାୟୀଙ୍କ ପୁଅ ବାହାଘରରେ କରୋନା କଟକଣାକୁ ଫୁ, ଚଢଉ କଲା ପ୍ରଶାସନ

16/07/2021 at 7:40 AM

କଳାହାଣ୍ଡି ୧୬।୦୭ :  କରୋନା ନିୟନ୍ତ୍ରଣକୁ ଆସୁଥିବା ବେଳେ ପୁଣି ବିପଦକୁ ଆମନ୍ତ୍ରଣ । ଖୁଲମଖୁଲା କରୋନା କଟକଣାର ଉଲ୍ଲଙ୍ଘନ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଜଣେ ବିଶିଷ୍ଟ ବ୍ୟବସାୟୀଙ୍କ ପୁଅ ବିବାହରେ କୋଭିଡ ଗାଇଡ ଲାଇନ ଉଲ୍ଲଙ୍ଘନ ଅଭିଯୋଗ ହୋଇଛି।

ସୂଚନାନୁସାରେ ବିବାହ ଭୋଜିରେ ଗାଇଡଲାଇନ୍ ଉଲ୍ଲଙ୍ଘନ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପାଖରେ ଖବର ପହଁଚିଥିଲା । ଏହାପରେ ଟାଉନ୍ ପୋଲିସ ଓ ତହସିଲଦାର ମିଳିତ ଭାବେ ଚଢ଼ଉ କରିଥିଲେ। ବିବାହ ମଣ୍ଡପରୁ ପ୍ରଶାସନର ଧାର୍ଯ୍ୟ  ଅତିଥି ବାଦ ଅନ୍ୟ ମାନଙ୍କୁ ମଣ୍ଡପରୁ ବାହାର କରାଯାଇଥିଲା।

ଏହାସହ ୨୦ ହଜାର ଟଙ୍କା ଫାଇନ ଏବଂ ଉଭୟ ବର ଓ କନ୍ୟାଙ୍କ ଅଭିଭାବକଙ୍କ ବିରୋଧରେ ଟାଉନ ଥାନାରେ ମାମଲା ରୁଜୁ ମଧ୍ୟ କରାଯାଇଛି। ବିଶେଷ କରି ଟଙ୍କା ଥିବା ଲୋକ ବିବାହରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସେ ତୁଳନାରେ ଫାଇନ ଟଙ୍କା କମ୍ ଥିବାରୁ ଜାଣିଶୁଣି କୋଭିଡ ଗାଇଡ ଲାଇନ ଉଲ୍ଲଙ୍ଘନ କରୁଥିବା ଦେଖିବାକୁ ମିଳୁଛି ।

   Related Posts