ଓଡ଼ିଶାରେ ତଳମୁହାଁ ହେବ କରୋନା ଗ୍ରାଫ୍ : ସେପ୍ଟେମ୍ବର ଶେଷ ବେଳକୁ ଖସିବା ନେଇ ଆଶା- ଜନସ୍ବାର୍ଥ ନିର୍ଦ୍ଦେଶକ

Published By : Prameya-News7 Bureau | September 10, 2020 IST

ଭୁବନେଶ୍ୱର ୧୦।୦୯: ରାଜ୍ୟରେ କରୋନା ସ୍ଥିତି ଚିନ୍ତାଜନକ ରହିଛି ।ପ୍ରତିଦିନ ରାଜ୍ୟରେ ସଂକ୍ରମଣ ଗ୍ରାଫ୍‌ ଉପରମୁହାଁ ହୋଇଚାଲିଛି । ଖାସ୍‌ କରି କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଏବେ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଏସବୁ ଭିତରେ ଏକ ଆଶ୍ୱସ୍ତକର ଖବର ଆସିଛି ।

 ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ସେପ୍ଟମ୍ବର ମାସ ଶେଷ ବେଳକୁ କମିବା ଆଶା ରହିଛି । ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଅନଲକ-୪ ଲାଗୁ ପରେ ଲୋକମାନେ କୋଭିଡ ଗାଇଡ଼ ଲାଇନକୁ ମାନିବାକୁ ପଡିବ ନହେଲେ ପଜିଟିଭ ସଂଖ୍ୟା ବଢିବା ଆଶଙ୍କା ରହିଛି । ରାଜ୍ୟରେ ୮୦ ପ୍ରତିଶତ ଲକ୍ଷଣ ବିହୀନ ଅଛନ୍ତି। ତେଣୁ ହୋମ ଆଇସୋଲେସନକୁ ପ୍ରାଧାନ୍ୟ ଦିଆଯାଉଛି । କଲ୍ ସେଣ୍ଟର ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ ।

ହୋମ ଆଇସୋଲେସନରେ ଥିବା ବେଳେ ଯଦି କାହାର ସ୍ବାସ୍ଥ୍ୟ ଗୁରୁତର ହୁଏ ତାଙ୍କୁ ହସ୍ପିଟାଲ ନେବା ବ୍ୟବସ୍ଥା କରାଯାଉଛି। ଭୁବନେଶ୍ୱର ଏବଂ କଟକରେ ଅଧିକ ଆଇସିୟୁ, ଅଧିକ ଶଯ୍ୟା, ଆମ୍ବୁଲାନ୍ସ, ଅଧିକ ରାପିଡ ଫୋର୍ସ ର ବ୍ୟବସ୍ଥା କରାଯାଉଥିବା ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.