Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ବଢ଼ିଲା କରୋନା ଗ୍ରାଫ : ୨୪ ଘଣ୍ଟାରେ ୯ ହଜାର ୩୦୪ ନୂଆ ମାମଲା, ୨୬୦ ମୃତ୍ୟୁ

4/06/2020 at 11:00 AM

ନୂଆଦିଲ୍ଲୀ ୦୪/୦୬ : ଦେଶରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି | ସଂକ୍ରମଣ ସଂଖ୍ୟା ପ୍ରାଦ୍ଟିଦିନ ରେକର୍ଡ ଭାଙ୍ଗୁଛି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ୯ ହାଜର ୩୦୪ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୨୬୦ ଜଣଙ୍କର ମୃତ୍ୟୁ ହୋଇଛି | ଦେଶରେ ବର୍ତ୍ତମାନ କରୋନା ସଂକ୍ରମଣ ସଂଖ୍ୟା ୨ ଲକ୍ଷ ୧୬ ହଜାର ୨୧୭ରେ ପହଞ୍ଚିଛି |

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଦେଶରେ ବର୍ତ୍ତମାନ ୧ ଲକ୍ଷ ୬ ହଜାର ୭୩୭ ଆକ୍ଟିଭ ମାମଲା ରହିଛି | କରୋନାରେ ଏବେ ସୁଦ୍ଧା ୬ ହଜାର ୭୫ ଜଣଙ୍କ ମୃତ୍ୟୁ ହୋଇସାରିଥିବେଳେ ୧ ଲକ୍ଷ ୪ ହଜାର ୧୦୬ ଜଣ ସୁସ୍ଥ ହୋଇଛନ୍ତି | କରୋନା ଯୋଗୁଁ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି | କେବଳ ମହାରାଷ୍ଟ୍ରରେ ୨ ହାଜର ୫୮୭ ଜଣ ପ୍ରାଣ ହରାଇ ସାରିଛନ୍ତି | ଗୁଜରାଟରେ ୧୧୨୨, ମଧ୍ୟପ୍ରଦେଶରେ ୩୭୧, ଦିଲ୍ଲୀରେ ୬୦୬, ପଶ୍ଚିମବଙ୍ଗରେ ୩୪୫, ଉତ୍ତର ପ୍ରଦେଶରେ ୨୨୯, ରାଜସ୍ତାନରେ ୨୦୯, ତାମିଲନାଡୁରେ ୨୦୮, ତେଲେଙ୍ଗାନାରେ ୯୯ ଓ ଆନ୍ଧ୍ରପ୍ରଦେଶରେ ୬୮ ଜଣ ପ୍ରାଣ ହରାଇଛନ୍ତି |

ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବଢିଚାଲିଛି | ୨୪ ଘଣ୍ଟାରେ ଦିଲ୍ଲୀରେ ୧୫୧୩ ନୂଆ ମାମଲା ସାମ୍ନାକୁ ଆସିଛି | ଦିଲ୍ଲୀରେ କରୋନା ସଂକ୍ରମଣ ମାମଲା ୨୩ ହଜାର ୬୪୫ରେ ପହଞ୍ଚିଛି | ଦିଲ୍ଲୀରେ ଏବେ ସୁଦ୍ଧା ୬୦୬ ଜଣଙ୍କର ମୃତ୍ୟୁ ହୋଇସାରିଛି |

ମହାରାଷ୍ଟ୍ରରେ ବୁଧବାର ଦିନ ୧୨୨ ଜଣଙ୍କ ମୃତ୍ୟୁ ହୋଇଛି | ଗୋଟିଏ ଦିନରେ ଏହା ସର୍ବାଧିକ ମୃତ୍ୟୁ ମାମଲା | ମହାରାଷ୍ଟ୍ରରେ ସଂକ୍ରମଣ ସଂଖ୍ୟା ୭୪ ହଜାର ୮୬୦ରେ ପହଞ୍ଚିଛି | ଏବେ ସୁଦ୍ଧା ୩୨ ହଜାର ୩୨୯ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି |

   Related Posts