Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ

19/10/2020 at 6:44 PM

ଭୁବନେଶ୍ୱର ୧୯/୧୦ : ଦେଶରେ ଧୀରେ ଧୀରେ ଖସୁଛି କରୋନା ଗ୍ରାଫ୍। ଦେଢ ମାସ ପରେ ଦୈନିକ ପଜିଟିଭ୍ ସଂଖ୍ୟା ୫୫ ହଜାର ନିକଟତର ହୋଇଛି। ସେହିପରି ୩ ମାସ ପରେ ମୃତ୍ୟୁ ସଂଖ୍ୟା ୬ ଶହ ତଳକୁ ଖସିଛି। ଓଡ଼ିଶାରେ ମଧ୍ୟ ପଜିଟିଭ୍ ସଂଖ୍ୟା ୨ ହଜାର ତଳକୁ ଖସିବା ଆଶ୍ବସ୍ତି ଆଣିଛି। ଏ ଟ୍ରେଣ୍ଡକୁ ଦେଖି ଏକ୍ସପର୍ଟ କହିଲେ ଫେବୃଆରୀ ସୁଦ୍ଧା ନିୟନ୍ତ୍ରଣକୁ ଆସିଯିବ ମହାମରୀ।


ଅଢ଼େଇ ମାସ ପରେ ଦୁଇ ହଜାର ତଳକୁ ଖସିଲା ଓଡ଼ିଶାର ଦୈନିକ କରୋନା କେସ୍। ଆଜି ଚିହ୍ନଟ ହୋଇଛନ୍ତି ୧୯୮୨ ପଜିଟିଭ୍। ୪ ଜିଲ୍ଲାକୁ ଛାଡି ଅନ୍ୟ ସବୁ ଜିଲ୍ଲାରୁ ୧୦୦ରୁ କମ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କିଛି ଦିନ ତଳେ ଟେନସନ୍ ବଢାଇଥିବା ରାଜଧାନୀରେ ଏବେ ମଧ୍ୟ ସଂଖ୍ୟା କମିଛି। ଆଗକୁ ପର୍ବଣ ସହ ଶୀତ ଦିନ। ଅସାବଧାନ ହେଲେ କରୋନା ବଢ଼ିବା ଆଶଙ୍କା ରହିଛି। ତେଣୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।


ଦେଢ ମାସ ପରେ ଦେଶରେ ସର୍ବନିମ୍ନ ସ୍ତରକୁ ଖସିଲା ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୫ ହଜାର ୭୨୨ ଆକ୍ରାନ୍ତ । ଯାହା ଅଗଷ୍ଟ ୧୧ ପରଠୁ ସର୍ବନିମ୍ନ। ସେହିପରି ଜୁଲାଇ ୧୯ ପରଠୁ ମୃତ୍ୟୁ ସଂଖ୍ୟା ୬ ଶହ ତଳକୁ ଖସିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫ ଲକ୍ଷ ୫୦ ହଜାର ଟପିଥିଲେବି ଆରୋଗ୍ୟ ସଂଖ୍ୟା ୬୬ ଲକ୍ଷ ୬୦ ହଜାର ଡେଇଁଛି। ଗତ କିଛି ଦିନ ହେଲା ଆକ୍ଟିଭ୍ କେସ୍ ୮ ଲକ୍ଷ ତଳେ ରହୁଛି। ଆରୋଗ୍ୟ ହାର ୮୮ ଦଶମିକ ୨୮ ପ୍ରତିଶତକୁ ବୃଦ୍ଧି ପାଇଛି। ଏ ସବୁକୁ ଦେଖି ସରକାରଙ୍କ ଏକ୍ସପର୍ଟ କମିଟି କହିଲାଣି ସବୁ ଠିକ୍ ଠାକ୍ ଚାଲିଲେ ଆସନ୍ତ ଫେବୃଆରୀ ସୁଦ୍ଧା ନିୟନ୍ତ୍ରଣକୁ ଆସିବ କରୋନା। କରୋନା ମହାମାରୀ କ୍ଲାଇମାକ୍ସକୁ ଛୁଇଁ ସାରିଛି। ଦେଶର ୩୦%ଲୋକଙ୍କ ଦେହରେ ଆଣ୍ଟିବଡ଼ି ସୃଷ୍ଟି ହୋଇଥିବା ବୈଜ୍ଞାନିକ ଓ ଡ଼ାକ୍ତରମାନଙ୍କୁ ନେଇ ଗଠିତ ପ୍ୟାନେଲ ମତ ଦେଇଛନ୍ତି।


କେବେ ଲୋକଙ୍କ ପାଖରେ ପହଞ୍ଜିବ କରୋନା ଭ୍ୟାକସିନ, ତାକୁ ନେଇ ବଡ ବଡ ରାଷ୍ଟ୍ର ଲାଗିଛନ୍ତି ଗବେଷଣାରେ। ଏସବୁ ଭିତରେ କରୋନାକୁ ମାତ୍ ଦେବାର କ୍ଷମତା ରଖିଥିବା ସମ୍ଭାବ୍ୟ ଔଷଧ ଆବିଷ୍କାର କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛନ୍ତି ଜଣେ ୧୪ ବର୍ଷୀୟ ଭାରତୀୟ ବଂଶୋଦ୍ଭୋବ ଅନିକା ଚେବରୌଲ। ଅନିକା ଦେଇଥିବା ତଥ୍ୟକୁ ବିଶ୍ଳେଷଣ କରିବା ପରେ କରୋନାର ଟିକା କିମ୍ବା ଔଷଧର ତିଆରି ପାଇଁ ଗବେଷଣା ଜାରି ରହିଛି। ଏଥିପାଇଁ ତାଙ୍କୁ ଯୁବ ବୈଜ୍ଞାନିକ ସମ୍ମାନରେ ସମ୍ମାନୀତ କରାଯାଇଛି।

   Related Posts