ରାଜ୍ୟରେ କରୋନାର ଗୋଷ୍ଠୀ ସଂକ୍ରମଣ ! ପ୍ରଥମ ଲହର ତୁଳନାରେ ଦ୍ୱିତୀୟରେ ସଂକ୍ରମଣ ହାର ଦ୍ୱିଗୁଣା

Published By : Prameya-News7 Bureau | May 10, 2021 IST

ଭୁବନେଶ୍ୱର, ୧୦।୦୫:   ରାଜ୍ୟରେ କରୋନା ଗୋଷ୍ଠୀ ସଂକ୍ରମଣର ସମସ୍ତ ଲକ୍ଷଣ ଦେଖାଯାଉଛି । କିନ୍ତୁ ଏ ନେଇ ଏଵେ ସୁଦ୍ଧା କୌଣସି ଠୋସ୍ ପ୍ରମାଣ ମିଳି ନାହିଁ । ଏହା କହିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନା କମିଟିର ମୁଖ୍ୟ ଵୈଷୟିକ ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡା । ମେ ମଧ୍ୟ ଭାଗରେ ଆମେ ସଂକ୍ରମଣର ଶୀର୍ଷ ଛୁଇବା ବୋଲି ଅନୁମାନ କରାଯାଉଛି ।

ରାଜ୍ୟରେ କରୋନାର ଗୋଷ୍ଠୀ ସଂକ୍ରମଣ । ଏନେଇ ଆଶଙ୍କା ପ୍ରକାଶ କଲେ ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନା କମିଟିର ମୁଖ୍ୟ ଵୈଷୟିକ ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡା । ଡାକ୍ତର ପଣ୍ଡାଙ୍କ କହିଵା ଅନୁସାରେ ଏଵେ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣର ସମସ୍ତ ଲକ୍ଷଣ ଦେଖା ଯାଉଛି । କିନ୍ତୁ ପ୍ରମାଣଯୋଗ୍ୟ ତଥ୍ୟ ମିଳି ନାହିଁ ।

ସେପଟେ ପ୍ରଥମ ଲହର ତୁଳନାରେ ଦ୍ବିତୀୟ ଲହରରେ ସଂକ୍ରମଣ ହାର ପ୍ରାୟ ଦୁଇ ଗୁଣା ଅଧିକ ରହିଛି । ତେଵେ ରାଜ୍ୟରେ କରୋନା ଗ୍ରାଫ୍ କେଵେ ପିକ୍ ରେ ପହଞ୍ଚିବ ତାହା କହିଵା କଷ୍ଟକର ଵୋଲି କହିଛନ୍ତି ଡାକ୍ତର ପଣ୍ଡା । କିନ୍ତୁ ମେ ମାସ ମଧ୍ୟ ଭାଗରେ ଏହା ପିକ୍ ରେ ପହଞ୍ଚିଵା ଅନୁମାନ କରାଯାଉଛି ।ଡାକ୍ତର ପଣ୍ଡା କହିଛନ୍ତି ଲଗାତର ଭାଵେ ସଂକ୍ରମିତଙ୍କ ହାର ଆରୋଗ୍ୟଙ୍କ ହାର ଠାରୁ କମ୍ ରହିଲେ ଆମେ ପିକ୍ ରେ ପହଞ୍ଚି ତଳକୁ ଖସିଲେ ଵୋଲି କହି ହେଵ । ସଂକ୍ରମଣ ଵ୍ୟାପକ ହେଉଥିବା ଵେଳେ ଲୋକେ ଯଦି ମାସ୍କ,ସାନିଟାଇଜର ଆଉ ସୋସିଆଲ ଡିଷ୍ଟାନ୍ସ ନିୟମକୁ ମାନିଵେ,ତେଵେ କରୋନା ଦ୍ବିତୀୟ ଲହରିକୁ ଆରାମରେ ହରାଇ ହେଵ ଵୋଲି କହିଛନ୍ତି ଡାକ୍ତର ଜୟନ୍ତ ପଣ୍ଡା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.