Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା ମୁକାବିଲା, ସମୂହ ସୁରକ୍ଷା: ମାନସିକ ଭିନ୍ନକ୍ଷମଙ୍କୁ କ୍ବାରେଣ୍ଟାଇନ୍‌ କେନ୍ଦ୍ରରେ ରଖାଇଲେ ମିଶନ ଆଶ୍ରା

14/05/2020 at 3:53 PM

ଝାରସୁଗୁଡା୧୪/୫: ସେମାନେ ଆଉ ବାହାରେ ବୁଲିବେନି। ଝାରସୁଗୁଡା ସହରରେ ବାହାର ରାଜ୍ୟରୁ ଫେରିଥିବା ମାନସିକ ଭିନ୍ନକ୍ଷମମାନଙ୍କୁ ଏବେ କ୍ବାରେଣ୍ଟାଇନରେ ରଖିବାକୁ ବ୍ୟବସ୍ଥା କରାଯାଇଛି। ଯାହାଫଳରେ ୧୨ଜଣ କ୍ବାରେଣ୍ଟାଇନରେ ରହିଛନ୍ତ ।

ଝାରସୁଗୁଡା ସହରରେ ସବୁଦିନ ରାସ୍ତାରେ କିଛି ମାନସିକ ରୋଗୀ ବୁଲୁ ଥିବାର ନଜୀର ରହିଛି। ଭୋକ, ଉପାସରେ ରାସ୍ତାରେ ଏଣେତେଣେ ବୁଲୁଥିବା ମାନସିକ ରୋଗୀଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି। ଅନେକ ଏପରି ଅବସ୍ଥାରେ ବୁଲନ୍ତି ସେମାନଙ୍କ ଶରୀରରେ ଦି ଚାଖଣ୍ଡର ଲୁଗା ବି ନଥାଏ।ଏତିକିବେଳେ ଚାରିଆଡ଼େ କରୋନା ଭୟ। ସାଧାରଣ ଲୋକଙ୍କୁ ବି ହୋଇପାରେ ସଂକ୍ରମଣ।ଏମାନେ ତ କିଛି ଜାଣନ୍ତିନି କି ବୁଝନ୍ତିନି।

ତେଣୁ ସହର ଭିତରୁ ସମସ୍ତ ମାନସିକ ଭିନ୍ନକ୍ଷମଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଥିଲା ସ୍ବେଚ୍ଛାସେବୀ ସଂଗଠନ ମିଶନ ଆଶ୍ରା ଓ ୟଙ୍ଗଷ୍ଟାର ଚାରିଟେବୁଲ ଟ୍ରଷ୍ଟ।କିଛି ଦିନ ତଳେ ଏକ ଏଟିଏମ କାଉଣ୍ଟରରେ ଅଚେତ ଅବସ୍ଥାରେ ପଡି ରହିଥିବା ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି କ୍ବାରେଣ୍ଟାଇନରେ ରଖିଥିଲେ ୟଙ୍ଗଷ୍ଟାର ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତା। ତା ପରେ ମିଶନ ଆଶ୍ରା ପକ୍ଷରୁ ଏକ ମେଗା ଡ୍ରାଇଭ କରାଯାଇ ସହର ଭିତରେ ବୁଲୁଥିବା ୧୨ଜଣ ମାନସିକ ବିକାରଗ୍ରସ୍ତ ରୋଗୀଙ୍କୁ ଆମ୍ବୁଲାନ୍ସରେ ଉଠାଇ ଆଣି ବଡମାଲ ଠାରେ ଥିବା କ୍ବାରେଣ୍ଟାଇନ ହୋମକୁ ଅଣାଯାଇଥିଲା। ସେଠାରେ ସେମାନକୁ ସ୍ଵଛ କରାଯାଇ ଏକ ସ୍ଵଛ ପରିବେଶ ରେ ରଖାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହଛନ୍ତି।

   Related Posts