Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

କରୋନା ମୁକାବିଲା ଜୋରଦାର: ବିଭିନ୍ନ ପ୍ରକାର କରୋନା ଔଷଧର ପରୀକ୍ଷା ଜାରି, ସେପଟେ ପ୍ଲାଜମା ଦାନ ଚାଲିଛି

20/07/2020 at 8:35 PM

ଭୁବନେଶ୍ବର୨୦/୭:  ବିଭିନ୍ନ କମ୍ପାନୀ ବାହାର କରିଥିବା କରୋନା ମେଡିସିନର ପରୀକ୍ଷା ଜାରି ରହିଛି। ଓଡ଼ିଶାର ଆଇଏଲଏସରେ କରୋନା ମୁକାବିଲା ଔଷଧ ଭାବେ ଦାବି କରାଯାଉଥିବା ୧୦ ଟି ଔଷଧର ପରୀକ୍ଷା କରାଯିବ । ସେପଟେ ପ୍ଲାଜମା ସଫଳ ହେବା ପରେ ଆଜି ଦୁଇ ଜଣ ଏନଡିଆରଏଫ ଯବାନ ପ୍ଲାଜମା ଦାନ କରିଛନ୍ତି।

ରାଜ୍ୟରେ ୧୮ହଜାର ପାର୍‌ କରିଛି କରୋନା ଆକ୍ରାମନ୍ତ ସଂଖ୍ୟା । ସୋମବାର ୬୭୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୨୭ ଜଣ ସ୍ଥାନୀୟ ଅଞ୍ଚଳର ଆକ୍ରାନ୍ତ । ଆଜି ଗଞ୍ଜାମରେ ସର୍ବାଧିକ ୨୩୯ ଜଣ ଚିହ୍ନଟ ହୋଇଛନ୍ତି । କରୋନାରେ ୬ଜଣଙ୍କର ମୃତ୍ୟୁ ଘଟିଛି । ସ୍ଥିତି ଯେତିକି ସଙ୍ଗୀନ ହେଉଛି କରୋନା ଔଷଧକୁ ନେଇ ଆବଶ୍ୟକତା ଉତ୍କଟ ହେଉଛି । ବିଭିନ୍ନ କମ୍ପାନୀ ବାହାର କରିଥିବା କେରାନା ମେଡିସିନର ପରୀକ୍ଷା ଜାରି ରହିଛି। କେନ୍ଦ୍ର ସରକାର ଆଇଏଲଏସ ସମେତ ୬ଟି ଅନୁଷ୍ଠାନକୁ ଏଥିପାଇଁ ଅନୁମତି ଦେଇଛନ୍ତି। ଅଗଷ୍ଟ ୧ ତାରିଖରୁ ଆଇଏଲଏସ ଭୁବନେଶ୍ବରରେ ଲାବ୍ରୋଟୋରୀରେ ୧୦ଟି କରୋନା ଔଷଧର ପରୀକ୍ଷା କରାଯିବ । ହୋମିଓପାଥିକ, ଆୟୁର୍ବେଦିକ ଏବଂ ଏଲୋପାଥିକ କମ୍ପାନୀ ବାହାର କରିଥିବା କରୋନା ମେଡିସିନକୁ  ପରୀକ୍ଷା କରାଯାଉଛି। ଏସବୁ ଔଷଧ  କେତେ ଉପଯୋଗୀ ହେଉଛି ତାହା ସାର୍ଟିଫାଏ କରିବ ଆଇଏଲଏସ

ଜଟିଳ କରୋନା ରୋଗୀଙ୍କଠାରେ ପ୍ଲାଜମା ଥେରାପି କାମ କରୁଛି ।  କଟକ SCBରେ ପ୍ଲାଜମା ବ୍ୟାଙ୍କ ଆରମ୍ଭ ହେବା ପରଠାରୁ ବଢୁଛି ପ୍ଲାଜମା ଦାନ। ଆଜି ୨ NDRF ଯବାନ ପ୍ଲାଜମା ଦାନ କରିଛନ୍ତି।  ଏହାସହ ଆଜି ଆଉ ୫ଜଣ ଯବାନଙ୍କ ଆଣ୍ଟିବଡି ଟେଷ୍ଟ କରାଯାଇଛି ।  ଅମ୍ଫାନ ବାତ୍ୟା ପ୍ରଭାବିତ କୋଲକାତାରେ ପୁନରୁଦ୍ଧାର କାର୍ଯ୍ୟ ଶେଷ କରି ଫେରିଥିବା ଅଗ୍ନିଶମ, ଏନ୍ ଡିଆରଏଫ୍  ଏବଂ ଓଡ୍ରାଫ୍  ଟିମ୍ ର ବହୁ ଯବାନ କରୋନାରେ ଆକ୍ରାନ୍ତ ହୋଇଥିଲେ। କରୋନାରୁ ସୁସ୍ଥ ହୋଇଥିବା ଯବାନଙ୍କ ମଧ୍ୟରୁ ୮୦ ଜଣ ପ୍ଲାଜମା ଦାନ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। କଟକର ଜରିପଡାର ପଙ୍କଜ ବେହେରା ପ୍ରଥମ ବ୍ୟକ୍ତି ହିସାବରେ ପ୍ଲାଜମା ଦାନ କରିଥିଲେ। 

ଗୋଟିଏ ପଟେ ଭାକ୍‌ସିନ ପାଇଁ ପ୍ରକ୍ରିୟା ତ୍ବରାନ୍ବିତ ହେଉଛି ସେହିପରି କରୋନା ଚିକିତ୍ସା ପାଇଁ କେବଳ ଏଲୋପାଥିକ ନୁହେଁ ହୋମିଓପାଥିକ ଓ ଆୟୁର୍ବେଦିକ ମେଡ଼ିସିନର ପରୀକ୍ଷା କରାଯାଉଛି। ଗୁରୁତର ରୋଗୀଙ୍କୁ ପ୍ଲାଜମା ଥେରାପି ଦିଆଯାଉଛି।  ଏହା ସହିତ ଭଲ ଖବର ହେଲା ଦେଶରେ କରୋନା ଜନିତ ମୃତ୍ୟୁ ହାର ମଧ୍ୟ ହ୍ରାସ ପାଉଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

   Related Posts