Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା ମୁକାବିଲାରେ ଆଗକୁ ଆସିଲେ ଇଣ୍ଡିଆନ ବ୍ୟାଙ୍କ ଓ ଆହ୍ଲାବାଦ ବ୍ୟାଙ୍କ: କ୍ୟାପିଟାଲ ହସ୍ପିଟାଲକୁ ପିପିଇ କିଟ୍ସ୍, ମୁଖ୍ୟ ଶାସନ ସଚିବଙ୍କୁ ଦେଲେ ୨୫ ଲକ୍ଷର ଚେକ୍

18/05/2020 at 5:27 PM

ଭୁବନେଶ୍ୱର, ୧୮|୦୫:  ସାରା ବିଶ୍ୱରେ ଏବେ କରୋନା ଭାଇରସ ଆତଙ୍କ ସୃଷ୍ଟି କରିଛି । ଏହା ମଧ୍ୟରେ କରୋନା ଯୋଦ୍ଧାମାନେ ଏହି ମହାମାରୀର ମୁକାବିଲା କରୁଛନ୍ତି । ତେବେ ଅନେକ ବଦାନ୍ୟ ବ୍ୟକ୍ତି, ସଂସ୍ଥା କୋଭିଡ-୧୯ର ମୁକାବିଲା ପାଇଁ ଅନେକ ପଦକ୍ଷେପ ନେବା ସହ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି । ତେବେ ରାଜ୍ୟରେ କରୋନା ମୁକାବିଲା ପାଇଁ ଇଣ୍ଡିଆନ୍ ବ୍ୟାଙ୍କ ଓ ଆଲହାବାଦ ବ୍ୟାଙ୍କ କ୍ୟାପିଟାଲ ହସ୍ପିଟାଲକୁ ସହାୟତାର ହାତ ବଢାଇଛି ।

ଇଣ୍ଡିଆନ୍ ବ୍ୟାଙ୍କ ଓ ଆହ୍ଲାବାଦ ବ୍ୟାଙ୍କ ପକ୍ଷରୁ କ୍ୟାପିଟାଲ୍ ହସ୍ପିଟାଲ୍ କୋଭିଡ୍ ୧୯ ରିଲିଫ୍ କ୍ୟାମ୍ପରେ କରୋନା ମୁକାବିଲା କ୍ଷେତ୍ରରେ ସିଏସ୍ଆର୍ ପାଣ୍ଠିରୁ ଡାକ୍ତରଙ୍କ ପାଇଁ ଗୋଟିଏ ଫଗିଂ ମେସିନ୍, ପିପିଇ କିଟ୍, ସାନିଟାଇଜର୍ସ ଏବଂ ମାସ୍କ ପ୍ରଦାନ କରାଯାଇଛି । କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଅଶୋକ କୁମାର ପଟ୍ଟାନାଇକଙ୍କୁ ଏହା ପ୍ରଦାନ କରାଯାଇଛି । ଏହି ସମୟରେ ହସ୍ପିଟାଲର ଡେପୁଟି ସୁପରିଟେଣ୍ଡେଣ୍ଟ୍ ଡକ୍ଟର ଧନଞ୍ଜୟ ଦାସ ମଧ୍ୟ ଉପସ୍ଥିତ ଥିଲେ ।

ଏହା ସହ ବ୍ୟାଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କୁ ୨୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି ।

ଏହି ସମୟରେ ଇଣ୍ଡିଆନ ବ୍ୟାଙ୍କ ପକ୍ଷରୁ ଜୋନାଲ ମ୍ୟାନେଜର ଶଶିଭୂଷଣ ଦାସ, ଆଲହାବାଦ ଜୋନାଲ ମ୍ୟାନେଜର ଏସକେ ଘୋଷଲ ଓ ଇଣ୍ଡିଆନ ବ୍ୟାଙ୍କ ଡିଜିଏମ ଏଲଡି ନାୟକ ଉପସ୍ଥିତ ଥିଲେ ।

   Related Posts