ଯୌତୁକ ନିର୍ଯାତନା ପରେ କରୋନା ଯନ୍ତ୍ରଣା: ଶାଶୁଘର ଲୋକେ ତଡିଦେଲେ, ବାପଘରେ ପୁରାଇ ଦେଲେନି ଆତ୍ମୀୟ

Published By : Prameya-News7 Bureau | April 30, 2020 IST

ଭୁବନ୩୦/୪: ପ୍ରେମ ମାନେ ନାହିଁ ବନ୍ଧ-ବାଡ଼।ପ୍ରେମରେ ଅନ୍ଧ ହୋଇ ସମସ୍ତଙ୍କୁ ସାତ ପର କରି ନିଜ ପ୍ରେମିକ ସହ ଚାଲି ଯାଇଥିଲେ ଭୁବନ ଅଞ୍ଚଳର ସସ୍ମିତା ମହାନ୍ତ। ସ୍ବପ୍ନ ଥିଲା ସଂସାର କରିବେ। ସ୍ବାମୀ, ଶାଶୁ ଶଶ୍ବରଙ୍କ ସେବା କରି ମନ ଜିଣିବେ। ସେ ବାପା-ମାଆ, ଭାଇ, ଭଉଣୀ ଏବଂ ସବୁ କିଛି ତ୍ୟାଗ କରି ପ୍ରେମିକ ସହିତ ଚାଲି ଯାଇଥିଲେ ସସ୍ମିତା । କିଏ ଜାଣିଥିଲା ଶେଷରେ ସମୟ ଏମିତି ସବୁ ପରିବର୍ତ୍ତନ ହୋଇଯିବ। ଶାଶୁ, ଶଶୁର, ସ୍ବାମୀ, ଦେଢଶୂର, ନଣନ୍ଦ ସମସ୍ତେ ଦାଉ ସାଧିବେ। ପଛକୁ ଫେରି ଦେଖିଲା ବେଳକୁ ସବୁ କିଛି ଓଲଟ ପାଲଟ ହୋଇଯାଇଛି।

ସସ୍ମିତା ମହାନ୍ତ ୧୮ ବର୍ଷ ପିତା-ବୁଟୁ ମହାନ୍ତ, ସା/ ପୋ- ଓଡିଶ, ଥାନା-ଭୁବନ, ଜିଲ୍ଲା- ଢେଙ୍କାନାଳ । ସେ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ଦାମୋଦରପୁର ଗ୍ରାମର ଶ୍ରୀକାନ୍ତ ମହାରଣାଙ୍କ ପୁଅ ମୁନା ମହାରଣା (୨୧ ବର୍ଷ) ଙ୍କ ସହ ଗତ ୨୦୧୯ ମସିହା ନଭେମ୍ବର ୩ ତାରିଖରେ ଘରୁ ଗୋଡ କାଢି ଚାଲିଯାଇଥିଲେ ସସ୍ମିତା ।

{"id":262699,"sizeSlug":"large"}

ପେଷାରେ ମୁନା ଜଣେ ରାଜମିସ୍ତ୍ରୀ ଥିବାରୁ ସକାଳ ପାହିଲେ କାମକୁ ବାହାରି ଯାଉଥିଲେ । ବିବାହର ତିନି ମାସ ପରେ ଆରମ୍ଭ ହେଲା ଯୌତୁକ ନିର୍ଯାତନା। ଧିରେ ଧିରେ ଯୌତୁକ ପାଇଁ ଅଡି ବସିଲେ ସସ୍ମିତାର ଶାଶୁ, ଶଶୁର । ଦିନକୁ ଦିନ ଯୌତୁକ ନିର୍ଯାତନା ବଢିବାରେ ଲାଗିଲା । ମାଡଗାଳି ଦେବା ସହ ନାନା ପ୍ରକାର ନିର୍ଯାତନା ଦେଉଥିଲେ ଶାଶୁ, ଶଶ୍ବର ଆଉ ସ୍ବାମୀ । ତା-୧୭.୩.୨୦୨୦ ରେ ଶାଶୁ, ଶଶୁର, ସ୍ବାମୀ ମାଡମାରୀ ସସ୍ମିତାକୁ ତାର ଗ୍ରାମ ଓଡିଶରେ ଛାଡି ଦେଇ ଚାଲିଗଲେ । ତା,ପରଦିନ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ହସ୍ତକ୍ଷେପରେ ଆପୋଷ ବୁଝାମୁଣା ହୋଇଥିଲା ।

{"id":262700,"sizeSlug":"large"}

ଧାର୍ଯ୍ୟ ହେଲା ଖୁବ ଶିଘ୍ର ଆଇନ ଓ ସାମାଜିକ ରିତି-ନୀତିରେ ପୁଣି ବିବାହ କରାଯିବ । ସସ୍ମିତା ମହାନ୍ତ ଶାଶୁ ଘରେ ରହିଥିଲା କିନ୍ତୁ ତା-୨୪.୪.୨୦୨୦ ରିଖରେ ଶାଶୁ ଘର ଲୋକେ ମାଡମାରି ଘରୁ ତଡିଦେଲେ । ଯାଜପୁର ଜିଲ୍ଲାରେ କରୋନା ମହାମାରୀ ପରିସ୍ଥିତି ଚିନ୍ତାରେ ପକାଇଥିଲା ସସ୍ମିତାର ବାପ ଘର ଲୋକମାନଙ୍କୁ । ତାକୁ ଘରେ ଆଶ୍ରୟ ନଦେଇ ତଡି ଦେଇଥିଲେ ।

{"id":262701,"sizeSlug":"large"}

ଏବେ ସସ୍ମିତା ଗ୍ରାମର ଏକ ଅଙ୍ଗନଓ୍ବାଡି କେନ୍ଦ୍ରରେ ଦିନ କାଟୁଛନ୍ତି। ଗ୍ରାମବାସୀଙ୍କଠାରୁ ମାଗି ପେଟ ପୋଷୁଛି ସସ୍ମିତା । ତାର ଏହି ଅବସ୍ଥା ଦେଖି ସସ୍ମିତା ରଣା ନାମକ ସମାଜସେବିକା ତାଙ୍କୁ ସାଥୀରେ ନେଇ ଭୁବନ ଥାନାର ଦ୍ବାରସ୍ତ ହୋଇଥିଲେ । ଭୁବନ ଥାନା ଓ ସୁକିନ୍ଦା ଥାନା ସହିତ ଆଲୋଚନା ହୋଇଥିଲା । ଲକଡାଉନ୍ ହଟିଲେ ଏହି ବିଷୟରେ ତଦନ୍ତ କରିବେ ସସ୍ମିତାକୁ ନ୍ୟାୟ ଦେବେ  ଦୁଇ ଥାନାର ଅଧିକାରୀ କହିଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ସମାଜସେବୀକା ସସ୍ମିତା ରଣା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.