କରୋନା ଆତଙ୍କ : ASEAN ଆଞ୍ଚଳିକ ଶିଖର ସମ୍ମିଳନୀ ସ୍ଥଗିତ ରଖିଲା ଆମେରିକା

Published By : Prameya-News7 Bureau | February 29, 2020 IST

ଓ୍ବାଶିଂଟନ୍ ।୨: ଆମେରିକାରେ କରୋନା ଆତଙ୍କ । ASEAN ଆଞ୍ଚଳିକ ଶିଖର ସମ୍ମିଳନୀକୁ ଘୁଞ୍ଚାଇଲା ଆମେରିକା । ଆସନ୍ତା ମାସରେ ଲାସ୍ ଭେଗାସଠାରେ ଅନୁଷ୍ଠିତ ହେବାକୁ ଥିଲା ଏହି ASEAN ଆଞ୍ଚଳିକ ଶିଖର ସମ୍ମିଳନୀ । ସମ୍ମିଳନୀ ଘୁଞ୍ଚାଯାଇଥିବା ନେଇ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

କରୋନା ଭାଇରସ ସହ ଲଢିବା ପାଇଁ ଆନ୍ତର୍ଜାତୀୟ ସମୁଦାୟ ମିଳିତ ଭାବରେ କାର୍ଯ୍ୟ କରୁଛି । ଆମେରିକା ASEAN ସହଭାଗୀମାନଙ୍କ ସହ ପରାମର୍ଶ କରି ASEAN ନେତାଙ୍କ ବୈଠକକୁ ସ୍ଥଗିତ କରିବା ଭଳି କଠିନ ନିଷ୍ପତ୍ତି ନେଇଛି ବୋଲି ଅଧିକାରୀ କହିଛନ୍ତି ।

ଆସୋସିଏସନ ଅଫ୍ ସାଉଥ୍ ଇଷ୍ଟ ଏସିଆନ ନେସନ୍ସର ନେତା ମାର୍ଚ୍ଚ ୧୪ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା ଆୟୋଜିତ ହେବାର ଥିଲା।

ଅଧିକାରୀ କହିଛନ୍ତି ଯେ, ଏହି ଗୁରୁତ୍ବପୂର୍ଣ୍ଣ ଅଞ୍ଚଳର ରାଷ୍ଟ୍ରମାନଙ୍କ ସହ ସମ୍ପର୍କକୁ ଆମେରିକା ଗୁରୁତ୍ବ ଦେଉଛି । ଭବିଷ୍ୟତରେ ହେବାକୁ ଥିବା ବୈଠକକୁ ତତ୍ପର ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.