Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଖାଲି ଷ୍ଟାଡିୟମରେ ଖେଳାଗଲା ପ୍ରଥମ ମ୍ୟାଚ: ହାତ ବଦଳରେ ଗୋଡ ମିଳାଇଲେ ଖେଳାଳି, ନିଜେ ବାଉଣ୍ଡରୀ ଡେଇଁ ବଲ ଆଣିଲେ, ଦେଖନ୍ତୁ ଭିଡିଓ

13/03/2020 at 3:46 PM

ସିଡନୀ, ୧୩|୦୩: ସାରା ବିଶ୍ୱରେ ମହାମାରୀର ରୂପ ନେଇଥିବା କରୋନା ଭାଇରସ କ୍ରୀଡା ଜଗତରେ ମଧ୍ୟ ପ୍ରଭାବ ପକାଇଛି। ଅନ୍ତରାଷ୍ଟ୍ରୀୟ ସ୍ତରର କିଛି ଖେଳାଳି ଭାଇରସରେ ସଂକ୍ରମିତ ହେବା କାରଣରୁ ଅନେକ ଟୁର୍ଣ୍ଣାମେଣ୍ଟକୁ ରବ୍ଦ କରାଯାଇଛି। ସେହିପରି ଅନେକ ମ୍ୟାଚ ଖାଲି ଷ୍ଟାଡିୟମରେ ଖେଳାଯିବାକୁ ନିଷ୍ପତି ହୋଇଛି।

ଶୁକ୍ରବାର ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ଖାଲି ଷ୍ଟାଡିୟମରେ ଆୟୋଜିତ ହୋଇଥିଲା। ଅର୍ଥାତ ଷ୍ଟାଡିୟମରେ କୌଣସି ଦର୍ଶକ ଉପସ୍ଥିତ ନଥିଲେ। ସିଡନୀରେ ଖେଳାଯାଇଥିବା ଏହି ମ୍ୟାଚରେ କେବଳ ଦଳର ସଦସ୍ୟ ଓ କର୍ମଚାରୀ ଉପସ୍ଥିତ ରହିଥିଲେ। ଖେଳାଳିମାନେ ସଚେତନ ରହିଥିଲେ। ପରସ୍ପରକୁ ହାତ ମିଳାଇ ନଥିଲେ।

ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍  ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ଓ୍ୱିଲମସନ ମଧ୍ୟ କରମର୍ଦନ କରିନଥିଲେ। କିଓ୍ୱି ଖେଳାଳିମାନେ ଖୁସି ମନାଇବା ସମୟରେ ହାତ ବଦଳରେ ଗୋଡ ମିଳାଇଥିଲେ।

ଏହା ବ୍ୟତୀତ ଅଷ୍ଟ୍ରେଲିଆ ଇନିଂସର ୧୯ ତମ ଓଭରରେ ଏକ ବଲ ପ୍ୟାଭିଲିୟନ ମଧ୍ୟରେ ପଡିଥିଲା। ଦର୍ଶକ ନଥିବାରୁ କିଓ୍ୱି ଫିଲ୍ଡର୍ ଲକି ଫର୍ମ୍ୟୁସନ ନିଜେ ବଲ ଆଣିଥିଲେ।

   Related Posts