Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

କରୋନା ଭୟ ଘାରିଲାଣି, ୫ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପୁନେ ପଠାଗଲା

1/02/2020 at 3:49 PM

ଭୁବନେଶ୍ବର । କଟକ ୧।୨: ଭୟଙ୍କର ହେଉଛି କରୋନା ଭାଇରସ୍ । ରାଜ୍ୟରେ ୫ ଜଣଙ୍କ ରକ୍ତ ନମୁନା ପୁନେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ଏନ୍ଆଇଭି)କୁ ପଠାଯାଇଛି | ସେମାନଙ୍କ ମଧ୍ୟରୁ ଫୁଲବାଣୀର ଡାକ୍ତରୀ ଛାତ୍ରଙ୍କୁ ଏସସିବିରେ ରଖାଯାଇଛି । ଅନ୍ୟ ୪ ଜଣଙ୍କୁ ହୋମ୍ ଆଇସୋଲେସନ୍ ରେ ରଖାଯାଇଛି । ମୁଖ୍ୟ ଶାସନ ସଚିବ ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାପାଳ ଓ ସିଡିଏମଓ ସେନସିଟାଇଜ୍ ରିଛନ୍ତି । କରୋନା ଭାଇରସ୍ ସଚେତନା ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । କରୋନା ଭାଇରସ୍ ର ଏପର୍ଯନ୍ତ କୌଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ । କିନ୍ତୁ ରୋଗୀ  ଗୁରୁତର ଆଶଙ୍କା ନଗନ୍ୟ । ଲୋକସେବା ଭବନରେ ମୁଖ୍ୟଶାସନ ସଚିବ ସବୁ ଜିଲ୍ଲାପାଳ ଓ ସିଡିଏମ୍ଓଙ୍କ ସହ କୋରୋନା ଭାଇରସ୍ ମୁକାବିଲା ପ୍ରସ୍ତୁତିର ସମୀକ୍ଷା ପରେ ସୂଚନା ଦେଇଛନ୍ତି ଡିଏମ୍ଇଟି ଡା. ସି.ବି.କେ. ମହାନ୍ତି ।

ଫୁଲବାଣୀର ଡାକ୍ତରୀ ଛାତ୍ର କରୋନା ଭାଇରସ୍ ସନ୍ଦେହରେ କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଆଜି ଭୋରୁ ୧୦୮ ଆମ୍ବୁଲାନ୍ସରେ ଡାକ୍ତରୀ ଛାତ୍ର ଏସସିବିରେ ପହଞ୍ଚିବା ପରେ ସ୍ବତନ୍ତ୍ର ଓ୍ବାର୍ଡରେ ତାଙ୍କୁ ରଖାଯାଇଛି । ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ଆଜି ତାଙ୍କର ରକ୍ତ ନମୁନା, ନାକର ସ୍ବାବ ଓ ତଣ୍ଟିରୁ ସ୍ବାବ ସଂଗ୍ରହ କରି ଭୁବନେଶ୍ବର ସ୍ଥିତ ଆରଏମଆରସିକୁ ପଠାଯିବା ପରେ ସେଠାରୁ ପୁନେ ସ୍ଥିତ ଏନଆଇଭିକୁ ପଠାଯାଇଛି ।

ସେଠାରେ ସମସ୍ତ ପରୀକ୍ଷା ନିରୀକ୍ଷା ପରେ ରିପୋର୍ଟ ଆସିବାକୁ ୩-୪ ଦିନ ସମୟ ଲାଗିବ ବୋଲି କହିଛନ୍ତି ଏସସିବିର ଜରୁରୀକାଳିନ ଅଧିକାରୀ । ରିପୋର୍ଟ ଅସିବାପରେ ହିଁ ସ୍ପଷ୍ଟ ହେବ ଡାକ୍ତରୀ ଛାତ୍ର କରୋନା ଭାଇରସରେ ଆକ୍ରାନ୍ତ କି ନୁହେଁ । ତେବେ ଡାକ୍ତରୀ ଛାତ୍ରଙ୍କୁ ଯେଉଁ ଥଣ୍ଡା କାଶ ହେଉଛି ତାହାର ମଧ୍ୟ ଚିକିତ୍ସା ପଲମ୍ୟୁନାରୀ ମେଡିସିନ ଓ ମେଡିସିନ ବିଭାଗର ଡାକ୍ତର କରୁଥିବା ଜରୁରୀକାଳିନ ଅଧିକାରୀ ସୂଚନା ଦେଇଛନ୍ତି ।

କରୋନା ଭାଇରସ୍ ରେ ଆକ୍ରାନ୍ତ ସନ୍ଦେହରେ ଫୁଲବାଣୀରୁ ଆସିଥିବା ଡାକ୍ତରୀ ଛାତ୍ର ଗତ ମାସ ୧୧ ତାରିଖରେ ଚୀନରୁ ଫେରିଥିଲେ । ତେବେ ବର୍ତ୍ତମାନ ଚୀନରେ ଦେଖାଦେଇଥିବା କରୋନା ଭାଇରାସ୍ ସମସ୍ୟାକୁ ନେଇ ଭାରତ ସହ ଆମ ରାଜ୍ୟରେ ମଧ୍ୟ ଭୟ ଖେଳିଯାଇଛି । ଯେହେତୁ ସଂପୃକ୍ତ ଡାକ୍ତରୀ ଛାତ୍ର ଚୀନରୁ ଫେରିଛନ୍ତି ସେଥିପାଇଁ କାଳେ କରୋନା ଭାଇରସ୍ ଥିବ ସନ୍ଦେହ କରି ଡାକ୍ତର ତାଙ୍କୁ ଜଣାଇଥିଲେ । ପରେ ସେ ଏସସିବିରେ ଭର୍ତ୍ତି ହୋଇଛନ୍ତି । ହେଲେ ସେ ସମ୍ପର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି । ଅନ୍ୟପଟେ କେନ୍ଦ୍ରାପଡାର ଜଣେ ବ୍ୟକ୍ତିଙ୍କୁ ଏସସିବିର ଫ୍ଲୁ ଓ୍ବାର୍ଡରେ ରଖାଯାଇଥିବା ଏସସିବି ପକ୍ଷରୁ ସୂଚନା ଦିଆଯାଇଛି ।

   Related Posts