Corona ହେଲା କାଳ, ଭାରତରେ ବୁଡିଗଲା ନିବେଶକଙ୍କ ୧୩ଲକ୍ଷ କୋଟି ଟଙ୍କା

Published By : Prameya-News7 Bureau | March 04, 2020 IST

ମୁମ୍ବାଇ ୪।୩: ଚୀନର ଉହାନ ସହରରେ ସୃଷ୍ଟି ହୋଇଥିବା କରୋନା ଭୂତାଣୁ ଏବେ ସମଗ୍ର ବିଶ୍ୱକୁ  ବ୍ୟାପୀଯାଇଛି। ଏବେ ଏହି ଭୂତାଣୁ ଭାରତକୁ ବି ଆସି ସାରିଛି। ବିଭିନ୍ନ ବିମାନ ବନ୍ଦରରେ ଜଣକ ପରେ ଜଣେ କରୋନା ସଂକ୍ରମିତଙ୍କ ଚିହ୍ନଟ ହେଉଥିବା ବେଳେ  କରୋନା ଯୋଗୁ ଭାରତରେ ନିବେଶକଙ୍କର ପ୍ରାୟ ୧୩ ଲକ୍ଷ କୋଟି ଟଙ୍କା ବୁଡିଯାଇଛି। ତେବେ ଆସନ୍ତୁ ଜାଣିବା କିପରି ଡୁବିଲା ଏତେ ଟଙ୍କା।

{"id":232772,"width":580,"height":398,"sizeSlug":"large"}

କରୋନା ବ୍ୟାପୀବା ଯୋଗୁ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି। ଏଣୁ ନିବେଶକଙ୍କ ମନରେ ଭୟର ଭାବନା ଦେଖଦେଇଛି। ଯାହା ସେୟାର ବଜାରରେ ନିବେଶ କରୁଥିବା ନିବେଶକଙ୍କୁ  ମଧ୍ୟ ଆତଙ୍କିତ କରିଛି। ଫଳରେ କରୋନା ଯୋଗୁ ବିଦେଶୀ ନିବେଶକଙ୍କ ସହ ଘରୋଇ ନିବେଶକ ବି ସେମାନଙ୍କର ସେୟାର ବିକିବାରେ ଲାଗିଛନ୍ତି। ଏଥିଯୋଗୁ ସେୟାର ବଜାର  ବିଏସଇ ସୂଚକାଙ୍କରେ ମାର୍କେଟ କ୍ୟାପିଟାଲ ପାଖାପାଖି ୧୩ଲକ୍ଷ କୋଟି ଟଙ୍କା ହ୍ରାସ ହୋଇଛି।

{"id":232773,"width":575,"height":358,"sizeSlug":"large"}

ଗତ ଫେବୃଆରୀ ୧୧ ତାରିଖ ଦିନ ସେୟାର ବଜାରରେ ବିଏସଇ ଇଣ୍ଡେକ୍ସରେ ମାର୍କେଟ୍ କ୍ୟାପ୍  ୧,୫୮,୯୭,୫୦୫.୨୬ ଥିଲା। ତେବେ ମାର୍ଚ୍ଚ ୪ ତାରିଖରେ କ୍ଲୋଜିଂ ବେଳକୁ ଏହା ୧,୪୬,୮୩,୫୯୭.୯୩କୋଟିକୁ ଖସି ଆସିଛି। ଅର୍ଥାତ ଫେବୃଆରୀ ୧୧ ତାରିଖ ପରଠାରୁ ଏପର୍ଯ୍ୟନ୍ତ   ନିବେଶକଙ୍କର ୧୨.୮୨ ଲକ୍ଷ କୋଟିଟଙ୍କାରୁ ବି ଅଧିକ କ୍ଷତି ହେଲାଣି।

{"id":232774,"sizeSlug":"large"}

ଭାରତର ପଡୋଶୀ ଚୀନ। ଏଣୁ ବିଶ୍ୱର ଅନ୍ୟ ଦେଶ ଭଳି ଭାରତକୁ କେବଳ ସଂକ୍ରମଣ ପହଞ୍ଚିନି ୨୮ ଆକ୍ରାନ୍ତ ଚିହ୍ନଟ ବି ହୋଇଛନ୍ତି। ଏଣୁ ଉପୁଜିଥିବା ସ୍ୱାସ୍ଥ୍ୟ ସଂକଟ ନିବେଶକଙ୍କୁ ଆତଙ୍କିତ କରିଛି। ଏବି ବୈଶ୍ୱିକ ସ୍ତରରେ କରୋନାର ମୁକାବିଲା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଏହି କ୍ରମରେ ଆମେରିକା ଫେଡେରାଲ ସୁଧହାରରେ ଅଧା ପ୍ରତିଶତ ହ୍ରାସ କରିଛି। କେବଳ ଆମେରିକା ନୁହେଁ ଚୀନ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ସୁଧହାରହ୍ରାସ କରିବାକୁ ବାଧ୍ୟ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.