Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଆଇପିଏଲରେ ପୁଣି କରୋନା ଏଣ୍ଟ୍ରି, ସନରାଇଜର୍ସ ହାଇଦ୍ରାବାଦର ଜଣେ ଖେଳାଳି ପଜିଟିଭ୍, ମ୍ୟାଚ୍ ନେଇ ଆଶଙ୍କା

22/09/2021 at 3:49 PM

ଦୁବାଇ ୨୨।୦୯: କରୋନା କାରଣରୁ ଆଇପିଏଲ ୨୦୨୧ ବାତିଲ୍ ହେବା ପରେ ସେପ୍ଟେମ୍ବର ୧୯ରୁ ଏହାର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଭାରତରେ କରୋନା ମହାମାରୀର ପ୍ରଭାବ କାରଣରୁ ୟୁଏଇରେ ଏହାର ଅବଶିଷ୍ଟ ମ୍ୟାଚ୍ ଖେଳାଯାଉଛି। ହେଲେ ଦ୍ଵିତୀୟ ପର୍ଯ୍ୟାୟରେ ମଧ୍ୟ କରୋନାର ଏଣ୍ଟ୍ରି ହୋଇଛି, ଯାହା ବିସିସିଆଇକୁ ବଡ ଚିନ୍ତାରେ ପକାଇଛି। ଆଜି ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ତେବେ ମ୍ୟାଚ୍ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦର ଜଣେ ଖେଳାଳି କରୋନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୬ ଖେଳାଳିଙ୍କୁ ଆଇସୋଲେସନରେ ରଖାଯାଇଛି।

ଆଜି ସନ୍ଧ୍ୟାରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଦୁବାଇର ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ଆଇପିଏଲର ଆନୁଷ୍ଠାନିକ ସୂଚନା ଅନୁଯାୟୀ, ସନରାଇଜର୍ସ ହାଇଦ୍ରାବାଦର ଦ୍ରୁତ ବୋଲର ଟି ନଟରାଜନ କୋଭିଡ୍-୧୯ ଟେଷ୍ଟରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ନିଜକୁ ବାକି ଦଳ ସଦସ୍ୟଙ୍କଠୁ ଆଇସୋଲେଟ୍ କରିଛନ୍ତି। ଆଇପିଏଲ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବାକି ସଦସ୍ୟଙ୍କ ଆରଟି ପିସିଆର ଟେଷ୍ଟ ନେଗେଟିଭ୍ ଆସିଛି। ତେଣୁ ଆଜି ଖେଳା ଯିବାକୁ ଥିବା ମ୍ୟାଚ୍ ରଦ୍ଦ କରାଯିବ ନାହିଁ। ଆଜିର ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଟି ନଟରାଜନ ଓ ବିଜୟ ଶଙ୍କର ଖେଳି ପାରିବେ ନାହିଁ।

ଟି ନଟରାଜନଙ୍କଠାରେ କୌଣସି ଲକ୍ଷଣ ନଜର ଆସିନାହିଁ। ଡାକ୍ତରୀଦଳଙ୍କ ପରାମର୍ଶକ୍ରମେ ଟି ନଟରାଜନଙ୍କ ସଂସ୍ପର୍ଶରେ ଆସିଥିବା ଛଅ ଖେଳାଳି ଓ ସଦସ୍ୟ ନିଜକୁ ଆଇସୋଲେଟ୍ କରିଛନ୍ତି। ଏଥିରେ ବିଜୟ ଶଙ୍କର, ଟିମ ମ୍ୟାନେଜର ବିଜୟ କୁମାର, ଫିଜିଓ ଥେରାପିଷ୍ଟ ଶ୍ୟାମ ସୁନ୍ଦର ଜେ, ଡାକ୍ତର ଅଞ୍ଜନା ବନନ, ଲଜିଷ୍ଟିକ ମ୍ୟାନେଜର ତୁଷାର ଖେଡକର ଓ ନେଟ୍ ବୋଲର ପେରିୟାସାମୀ ଗଣେଶନଙ୍କ ନାମ ସାମିଲ।

   Related Posts